ସରକାର ଗରିବ ଲୋକମାନେ ଯେଉଁମାନେ ନିଜର ଏକ ନଳକୂପ ଖନନ କରିବା ପାଇଁ ଅସମର୍ଥ ବା ସେମାନେ ନିଜର କୌଣସି ଅସୁବିଧା କାରଣରୁ ନଳକୂପ ଖନନ କରି ପାରୁନାହାନ୍ତି ସେମାନଙ୍କ ପାଇଁ ସରକାର ଏହି ଯୋଜନା ମାଧ୍ୟମରେ ମାଗଣା ନଳକୂପର ବ୍ୟବସ୍ଥା କରିଛନ୍ତି।ତେବେ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଆପଣଙ୍କ ପଞ୍ଚାୟତକୁ କେତୋଟି ନଳକୂପ ମିଳିଛି ଓ ଆପଣଙ୍କ ଅଞ୍ଚଳ ପାଇଁ କେତୋଟି ନଳକୂପ ମଞ୍ଜୁର ହୋଇଛି ତାହା ଆପଣ ଅନଲାଇନ ମାଧ୍ୟମରେ ଦେଖିପାରିବେ।
ଏହାକୁ ଦେଖିବା ପାଇଁ ପ୍ରଥମେ ଆପଣ ନିଜ ଫୋନରେ ଓଡ଼ିଶା ପଞ୍ଚାୟତ ସର୍ଚ୍ଚ କରନ୍ତୁ।ଏହାପରେ ଆପଣ ଓଡ଼ିଶା ସରକାରଙ୍କର ପଞ୍ଚାୟତ ୱେବସାଇଟ ମଧ୍ୟକୁ ପ୍ରେବଶ କରିଯିବେ।ଏହାପରେ ସେଠାରେ ଥିବା ପ୍ରଥମ ନମ୍ୱରରେ ଆପଣ ଅଭିଯୋଗ ଦାଖଲ କରିପାରିବେ। ଅର୍ଥାତ ଯଦି ଆପଣଙ୍କ ଅଞ୍ଚଳରେ କୌଣସି ନଳକୂପ ଖନନ ପରେ ଖରାପ ହୋଇଯାଇଛି ଅଥବା ଏହା ସଠିକ ଭାବରେ କାମ କରୁ ନାହିଁ ତେବେ ଆପଣ ଏହି ନମ୍ବରରେ ଫୋନ କରି ନିଜର ଅଭିଯୋଗ ଦାଖଲ କରିପାରିବେ।ନିଜର ଏହି ଅଭିଯୋଗ ମାଧ୍ୟମରେ ଆପଣ ନଳକୂପର ସମସ୍ତ ଅସୁବିଧା ସମ୍ପର୍କରେ ସେହି ବ୍ୟକ୍ତିଙ୍କୁ ଜଣାଇ ପାରିବେ।ଫଳରେ ସେ ସେହି ଅନୁସାରେ ନିଜର ଲୋକଙ୍କୁ ଏହି ନଳକୂପର ମରାମତି କରିବା ପାଇଁ ଆଦେଶ ଦେବେ।
ଅନେକ ବ୍ୟକ୍ତି ଅଭିଯୋଗ କରିବା ପରେ ମଧ୍ୟ ଏହି ସମସ୍ୟାର ସମାଧାନ ହୁଏ ନାହିଁ।ତେବେ ଆପଣ ବ୍ୟସ୍ତ ନହୋଇ ପୁନଶ୍ଚ ଅଭିଯୋଗ କରିପାରିବେ।ଅଥବା ଆପଣଙ୍କ ବନ୍ଧୁଙ୍କୁ ମଧ୍ୟ ଅଭିଯୋଗ କରିବା ପାଇଁ ଉତ୍ସାହିତ କରି ପାରିବେ।ବାରମ୍ବାର ଅଭିଯୋଗ ଯିବା ଫଳରେ ସେମାନେ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ପ୍ରୟାସ କରିବେ।ଯାହା ଫଳରେ ଆପଣଙ୍କ ଅଞ୍ଚଳରେ ଖରାପ ହୋଇ ପଡ଼ିଥିବା ନଳକୂପ ବା ଚାଲୁ ନଥିବା ନଳକୂପ ସରକାରଙ୍କ ଦ୍ଵାରା ତୁରନ୍ତ ସଜଡ଼ା ହୋଇ ପାରିବ।ଫଳରେ ଏହା ପୁନଶ୍ଚ ବ୍ୟବହାରଯୋଗ୍ୟ ହୋଇପାରିବ।
ଏହାର ଦିତୀୟ ସୋପାନରେ ନଳକୂପର ଲିଷ୍ଟ ରହିଥିବ।ଯେଉଁଥିରେ ଆପଣ ନିଜର ରାଜ୍ୟ,ଜିଲ୍ଲା, ବ୍ଲକ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବିବରଣୀ ଦେଇ ଆପଣଙ୍କ ପଞ୍ଚାୟତକୁ କେତୋଟି ନଳକୂପ ମିଳିଛି ଏହାର ଯାଞ୍ଚ କରିପାରିବେ।ଏହା ସହିତ ଆପଣ ନିଜ ଅଞ୍ଚଳକୁ ମିଳିଥିବା ନଳକୂପ ସମ୍ପର୍କରେ ମଧ୍ୟ ସୂଚନା ହାସଲ କରି ପାରିବେ।ତେବେ ସରକାରଙ୍କର ଏହି ଯୋଜନା ମାଧ୍ୟମରେ ଅନେକ ଗରିବ ଲୋକ ଉପକୃତ ହେଉଛନ୍ତି।ସେମାନେ ଏହି ନଳକୂପ ଉପରେ ବର୍ଷ ବର୍ଷ ଧରି ନିର୍ଭର କରି ଚଳି ଥାଆନ୍ତି।ତେଣୁ ସରକାର ଏହି ସବୁ ନଳକୂପର ବିଶେଷ ଯତ୍ନ ନେବା ଆବଶ୍ୟକ।
ସରକାର ନିଜର ଏହି ଯୋଜନା ମାଧ୍ୟମରେ ସେହି ସମସ୍ତ ଅଞ୍ଚଳରେ ପାଣିର ସୁବ୍ୟବସ୍ଥା କରିବାରେ ସଫଳ ହୋଇଛନ୍ତି ଯେଉଁ ଅଞ୍ଚଳରେ ପାଣିର ଘୋର ଅଭାବ ଦେଖା ଯାଇଥାଏ।ତେବେ ସରକାର ଏହି ନଳକୂପ ମଧ୍ୟମରେ ଅନେକ ଗରିବ ତଥା ପାଣିର ଅଭାବ ରହିଥିବା ଅଞ୍ଚଳର ଲୋକମାନଙ୍କ ମୁହଁରେ ହସ ଫୁଟାଇ ପାରୁଛନ୍ତି।ଏହି ନଳକୂପ ସେମାନଙ୍କ ପିଇବା ପାଣିର ଏକମାତ୍ର ଉତ୍ସ ହୋଇଥିବାରୁ ସରକାରଙ୍କୁ ଏହି ନଳକୂପର ବିଶେଷ ଯତ୍ନ ରଖିବା ସହିତ ଏହି ନଳକୂପର ଖରାପ ହେବା ମାତ୍ରେ ତୁରନ୍ତ ଏହାର ମରାମତି କରିବା ଆବଶ୍ୟକ।