ଆସିଲା ବଡ ଖୁସି ର ଖବର ଏବେ ଏବେ,ରାଜ୍ୟର ୨୪ ହଜାର ଯୁବକ ଯୁବତୀ paebe ଚାକିରି,ଏମାନଙ୍କୁ ମିଳିବ ମୋଟା ଅଙ୍କର ଦରମା..

Spread the love

ରାଜ୍ୟରେ ପ୍ରାୟ ୨୪ ହଜାର ଯୁବକ ଯୁବତୀ ଚାକିରି ପାଇବେ ବୋଲି ଅନୁମାନ କରା ଯାଉଚି ଏହା ବ୍ୟତୀତ ପ୍ରାୟ ୭୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଅନୁମତି ମିଳି ସାରିଛି।ତେବେ ରାଜ୍ୟରେ ଅଧିକ ପୁଞ୍ଜି ନିବେଶ କରିବା ପାଇଁ ନିଷ୍ପତି ନିଆ ଯାଇଚି ଯାହା ହଜାର ହଜାର ଯୁବକ ଯୁବତୀ ମାନଙ୍କ ପାଇଁ ଖୁସି ଖବର ଅଟେ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସି ଥିବା ବୈଠକରେ ୭୪ ହଜାର ୬୨୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଉପରେ ମୋହର ବାଜି ସାରିଛି।ତେବେ ଏହି ନିବେଶ ଉପରେ ବର୍ତ୍ତମାନ ମୋହର ବାଜିବା ପରେ ରାଜ୍ୟର ପ୍ରାୟ ୨୪ ହଜାର ୪୭ ଜଣ ଚାକିରି ପାଇ ପାରିବେ।

ତେବେ ଟାଟା ଷ୍ଟିଲ ପକ୍ଷରୁ ରାଜ୍ୟରେ ୬୦ ହଜାର ନିୟୁତ ଟନର ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠିତ ହେବାକୁ ଯାଉଚି।ଏହା ସହିତ ୬୦୦୦ ନିୟୁତ ଟନର ଇସ୍ପାତ କାରଖାନା ପ୍ରତିଷ୍ଠା ହେବ।ଏହା ବ୍ୟତୀତ ଧାମରା ଓ ସୋନପୁର ଠାରେ ବର୍ତ୍ତମାନ ୭ ହଜାର ୮୧୧ କୋଟୀର ପାଲେଟ ପ୍ଲାଣ୍ଟ ଓ କେନ୍ଦୁଝର ଠାରେ ମଧ୍ୟ ଆଉ

ଏକ ପ୍ଲାଣ୍ଟ ପ୍ରତିଷ୍ଠା ହେବ।ଏହା ବ୍ୟତୀତ ରାୟଗଡ଼ା ଠାରେ ମଧ୍ୟ ବାର୍ଷିକ ୪ ନିୟୁତ ଟନର ଆଲୁମିନା ବିଶୋଧନାଗାର ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି।ତେବେ ଏହି ଶିଳ୍ପରେ ପ୍ରାୟ ୪୧ ହଜାର ୬୧୩ କୋଟି ଟଙ୍କାର ନିବେଶ କରାଯିବ ବୋଲି ସୂଚନା ମିଳିଛି ଏହା ସହିତ ଏହି କାରଖାନାରେ

୭ ହଜାର ୭୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ।ସେହିପରି ଓଡ଼ିଶା ଆଇ ଷ୍ଟିଲ ପକ୍ଷରୁ ଆଠ ହଜାର କୋଟି ନିବେଶ ହୋଇ ୨ ଲକ୍ଷ ୫ ହଜାର ନିୟୁତ ଟନ ବିଶିଷ୍ଟ ୟୁନିଟ ପ୍ରକଳ୍ପ ପ୍ରତିଷ୍ଠା କରାଯିବ।ଏହା ବ୍ୟତିତ ସେଠାରେ ପ୍ରାୟ ପାଞ୍ଚ ହଜାର ଯୁବକ ଯୁବତୀ ଚାକିରି ପାଇବେ।ଏହା ଓଡ଼ିଶା ପାଇଁ ଅନେକ ଭାବରେ ଏକ ଶୁଭ ସମାଚାର ଅଟେ

ଏହା ବ୍ୟତୀତ ଓଡ଼ିଶାର ଯୁବକ ମାନେ ଏହା ପାଇଁ ଅନେକ ଭାବରେ ଉସ୍ଖାହି ଥିବାର ଦେଖିବାକୁ ମିଳିଚି ଏହା ବର୍ତ୍ତମାନ ଓଡିଶାର ସେହି ୨୪ ହଜାର ଯୁବକ ଯୁବତୀ ମାନଙ୍କ ପାଇଁ ଏକ ବହୁତ ବଡ଼ ସୁଯୋଗ ନେଇ ଆସିବାକୁ ଯାଉଚି ବୋଲି ଅନେକ ଲୋକ କହିଛନ୍ତି।

Leave a Reply

Your email address will not be published. Required fields are marked *