ନୂଆ ବର୍ଷରେ ନୂଆ ରୂପରେ Kishor ହୋଟେଲ,ଆଉ ମଟନ ର ଦାମ ଏବେ ଏତିକି ରେ ବିକିବାକୁ ବାଧ୍ୟ ହେଲେ…

Spread the love

ନୂଆ ବର୍ଷରେ ନୂଆ ଭେଟି ଦେଲେ କିଶୋର ଭାଇନା। ପୁଣି ବସିଲାଣି ହଣ୍ଡା ଆଉ ଗବ ଗବ ହୋଇ ଫୁଟିଲାଣି ଖାସି ମାଂସ। କିଶୋର ଭାଇଙ୍କ ନୂଆ ଠିକଣାରେ ପୁଣି ଲାଗିବ ଭିଡ଼। ନୂଆ ବର୍ଷରେ ସବୁ କିଛି ନୂଆ, ଆଉ ନାହିଁ ସେ ଚାଳ ଛପର, ଏବେ ପୁରା ଚିକମିକ ଆଲୁଅ ସାଙ୍ଗକୁ ନୂଆ ଟେବୁଲ ଚେୟାର।

ଏବେ ସବୁ କିଛି ନୂଆ କିଶୋର ଭାଇଙ୍କ ଜୀବନରେ। ଏବେ ଆଉ ସେ ପୁରୁଣା ଚାଳ ଘରେ ଆଉ କିଶୋର ଭାଇନା ମଟନ ବାଢିବେନି। ଏବେ ସେ ଏକ ବଡ଼ ହୋଟେଲ କରିଛନ୍ତି।ଆଉ ଯେଉଁ ମାନେ କିଶୋର ଭାଇନାଙ୍କ ହାତ ରନ୍ଧା ଖାସି ମାଂସ ଝୋଳ ଆଉ ତା ସାଙ୍ଗକୁ ନାଲି ଉଷୁନା ଭାତ ଆଉ ତା ସାଙ୍ଗକୁ ଦହି ସାଲାଡ଼

ଯେଉଁ ମାନେ ମିସ କରୁଥିଲେ ଏବେ ସେମାନେ ଏଠାକୁ ଯିବେ। ଏବେ ସେ ଏକ ନୂଆ ହୋଟେଲ ଖୋଲିଛନ୍ତି।ତାଙ୍କ ନୂଆ ଠିକଣା ହେଉଛି ସେ ଆପୋଲୋ ହସ୍ପିଟାଲ ପାଖରେ, ଗଜପତି ନଗର ନିକଟ ସୈନିକ ସ୍କୁଲ ପାଖରେ ଖୋଲିଛି କିଶୋର ଭାଇଙ୍କ ମଟନ ହୋଟେଲ। ଏବେ ନୀତି ସେଠାରେ ଲାଗିବ

ବଡ଼ ବଡ଼ ବାବୁଙ୍କ ଗାଡ଼ି ଓ ଏବେ ନୀତି ଲାଗିବ ବଡ ବଡ ଧାଡ଼ିର ଭିଡ଼।ଆଉ ପୁଣି ଗାମୁଛା ପିନ୍ଧି ଓ ହାତରେ ଡଙ୍କି ଧରି ବେଲାରେ ବାଢି ଦେବେ କିଶୋର ଭାଇ ତାଙ୍କ ହାତ ରନ୍ଧା ଖାସି ମାଂସ। ଆଉ ଯାହାକୁ ଖାଇବା ପାଇଁ ଖାଲି ଓଡିଶା ନୁହଁ ଓଡ଼ିଶା ବାହାରୁ ବି ଲୋକ ଧାଇଁ ଆସିବେ। କିଶୋର ଭାଇଙ୍କ ହୋଟେଲ

ଭାଙ୍ଗିଯିବା ପରେ ଅନେକ ଗ୍ରାହକ ମଧ୍ୟ ନିରାଶ ହୋଇ ଫେରିଯାଆନ୍ତି।ଆଉ କିଶୋର ଭାଇଙ୍କ ନୂଆ ହୋଟେଲ କେଉଁଠାରେ ବୋଲି ସମସ୍ତଙ୍କୁ ପଚାରନ୍ତି। ଆଉ ଏବେ ସେ ନୂଆ ଠିକଣା ପାଇଛନ୍ତି। ଆଉ ସେଠାରେ ନୀତି ଦୁଇ ଶହ କିଲୋ ଖାସି ମାଂସ ରନ୍ଧା ହେବ। ଆଉ ଓଡ଼ିଶା ସମେତ ଓଡ଼ିଶା ବାହାରୁ ବି ଆସିକି

ଲୋକ ତାଙ୍କ ଠାରେ ଖାଇବେ।ଆଉ ପୁଣି ଥରେ ସେ ମାଂସକୁ ଖାଇ ପୁଣି ଥରେ ବାଃ ବାଃ ପ୍ରଶଂସା କରିବେ।ତେବେ ଦେଖିବାକୁ ବାକି ରହିଲା ଏବେ ସେ ନୂଆ ହୋଟେଲ,ନୂଆ ଜାଗା, ଆଉ ସବୁ କିଛି ନୂଆ ହେବା ପରେ ଲୋକେ ସେ ପୁରୁଣା ଟେଷ୍ଟ ପାଉଛନ୍ତି କି ନାହିଁ। ଆଉ ଏବେ ତାଙ୍କର ପ୍ରତିକ୍ରିୟା କଣ ରହିବ। ତାହା ଉପରେ ରହିଛି ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *