ବଦଳିବ ଓଡ଼ିଆ ଚଳଚ୍ଚିତ୍ର ଜଗତ,ଆଗାମୀ ଦିନରେ Ritesh ଙ୍କ ଜୀବନୀ ଉପରେ ଆସିପାରେ ଫିଲ୍ମ,ଏଭଳି ଭାବେ କରାଯିବ ଫିଲ୍ମ,କିଏ ହେବେ ହିରୋ ଓ ହିରୋଇନ…ଦେଖନ୍ତୁ Video

Spread the love

ଯେଉଁମାନେ ଫିଲ୍ମ ଲଭର ସାଉଥ ଇଣ୍ଡିଆନ ମୁଭି ନିଶ୍ଚୟ ଦେଖିଥିବେ।ଏହି ମୁଭିର ନାମ ବିଜନେସମ୍ୟାନ।ଏହା ୨୦୧୨ରେ ରିଲିଜ ହୋଇଥିଲା ତେଲଗୁ ମୁଭି।ଏହା ହିଟ ହେବା ପରେ ହିନ୍ଦୀରେ ଡବ ହୋଇଥିଲା। ସୁପରଷ୍ଟାର ମହେଶ ବାବୁ, କାଜଲ ଅଗ୍ରୱାଲ, ପ୍ରକାଶ ରାଜ ନ୍ୟାସନାଲ ଆୱାର୍ଡ଼ ପାଇଥିବା ଭଳି ଆକ୍ଟର କାମ କରିଛନ୍ତି।ଓଡ଼ିଆ ଡାଇରେକ୍ଟରଙ୍କ ଆଖିରେ ଏହି ଫିଲ୍ମ ପଡିନି ନହେଲେ ଏହା କେବେ ଠାରୁ କପି ହୋଇ ସାରନ୍ତାଣି।

ଓଡ଼ିଶାର ଗୋଟିଏ ପିଲା ୧୮ ବର୍ଷ ବସୟରେ ବିଜନେସ ଆରମ୍ଭ କରି ଭାରତ ନୁହେଁ ସାରା ପୃଥିବୀରେ ପରିଚିତ ହୋଇ ସାରିଲାଣି।କିଛି ମାସ ମଧ୍ୟରେ ଓଡିଶା ଇତିହାସରେ ସବୁଠାରୁ ଧନୀ ବ୍ୟକ୍ତି ହେବାକୁ ଯାଉଛନ୍ତି।ତାଙ୍କ ନାମରେ ବହୁତ ଜଲଦି ଏକ ଓଡ଼ିଆ ଫିଲ୍ମ ବାହାରି ପାରେ।ଆମେ ଓଡ଼ିଆ ହିସାବରେ ବହୁତ ଖୁସି ହେବୁ ତା ସହିତ ଦୁଃଖିତ ମଧ୍ୟ ହେବୁ।

କାରଣ ଆମ ଓଡ଼ିଶାରେ କାହିଁକି ଏମିତି ଫିଲ୍ମ ବାହାରିଲା ନାହିଁ।ଆଜି ପିଲାର ଜନ୍ମ ବିଷମକଟକ ରାୟଗଡ଼ାରେ ଗୋଟିଏ ମାରୁଆଡି ପରିବାରରେ।ବାପାଙ୍କର ଦୋକାନ ଅଛି।ପୁଅକୁ ପ୍ଲସ ଟୁ ପଢେଇବା ପାଇଁ ଯାଉଥିଲେ।ସେ କଲେଜ ନ ଯାଇ ସାରା ଭାରତ ଭ୍ରମଣ କରିବାକୁ ଲାଗିଲା।ପାଖରେ ପଇସା ଥାଉ ବା ନଥାଉ ବୁଲିବା ଥିଲା ନିଶା।

ସାରା ଦେଶ ବୁଲି ସେ ଲୋକଙ୍କ ଅସୁବିଧା ଜାଣିବାକୁ ଚେଷ୍ଟା କରିଥିଲା।ହୋଟେଲରେ ରହିବା ପାଇଁ ହୋଟେଲ ମାଲିକ ସହ କଥା ହେଉଥିଲେ।କିନ୍ତୁ ବହୁତ ହୋଟେଲ ମାଲିକ ସିଧା ସିଧା ମନା କରିଦେଇଥିଲେ। ଦିଲ୍ଲୀରେ ଏକ କଲେଜରେ ଆଡ଼ମିଶନ କରିବା ପରେ ଗୋଟିଏ ଦିନ କଲେଜ ଯାଇଥିଲେ ଓ ତା ପରେ ଆଉ କଲେଜ ଗଲେ ନାହିଁ।

ସେ ଦିଲ୍ଲୀର ଏକ ହୋଟେଲ ଯାଇ ତାର ମାଲିକଙ୍କୁ କହିଲେ ତମ ହୋଟେଲରେ ଯଦି ଏହି ସବୁ ପରିବର୍ତ୍ତନ କରିବ ତାହେଲେ ବହୁତ ଭଲ ବ୍ୟବସାୟ ହେବ।ହୋଟେଲ ମାଲିକ ସିଧା ସିଧା ମନା କରିଦେଲା।ପିଲାଟି କହିଲା ରୁମରେ ଯାହା ଖର୍ଚ୍ଚ ହେବ ସବୁ ମୁଁ କରିବି।ଲସ ହେଲେ ମୋର ପ୍ରଫିଟ ହେଲେ ଅଧା ଅଧା।

ସେ ଏହି ପରି ଭାବେ କଲା।ଲୋକମାନଙ୍କୁ ରୁମଟି ବହୁତ ଭଲ ଲାଗିଲା।ଆଉ ଏହି ହୋଟେଲ ସବୁବେଳେ ଫୁଲ ହୋଇ ଚାଲିଲା।ଅନ୍ୟ ମାଲିକ ମାନେ ମଧ୍ୟ ଏହିଭଳି କରିବା ପାଇଁ କହିଲେ।ଏହା ପରେ ସାରା ଭାରତରେ ଅନେକ ପରିବର୍ତନ ଆସିଲା।ସେ ୨୨ ବର୍ଷରେ ଏକ କମ୍ପାନୀ ତିଆରି କଲା ତାର ନାମ ରଖିଲା ଓରାକେଲ।

ଯାହାକୁ ଆପଣ ମାନେ ଓୟୋ ରୁମ ନାମରେ ସବୁ ଜାଣିଛନ୍ତି।ଏହା ଫାଉଣ୍ଡର ହେଲେ ରିତେଶ ଅଗ୍ରୱାଲ।ତାଙ୍କର ସବୁଠାରୁ ବଡ ହୋଟେଲ ଚେନ।ଏହା ଲୋକଙ୍କ ପାଇଁ ବହୁତ ଫାଇଦା ହେଲା।ଲୋକ ଅନଲାଇନରେ ରୁମ ବୁକ କରି ପାରିଲେ।ଏହାକୁ ନେଇ ଏକ ଓଡ଼ିଆରେ ଫିଲ୍ମ ପ୍ରସ୍ତୁତ ହେଉଛି। ଏଥିରେ ଅଭିନୟ କରୁଛନ୍ତି ବାବୁଶାନ ମହାନ୍ତି।ଯାହା ଆପଣଙ୍କ ମନକୁ ବହୁତ ପସନ୍ଦ ଆସିବ।

Leave a Reply

Your email address will not be published. Required fields are marked *