ଓଡ଼ିଆ ନୂଆ Puzle କାନ୍ଥରେ ଥାଏ ସେ ଛତାରେ ଥାଏ ପୋକ ମାଛି ଯେତେ ଗୋଡେଇ ଖାଏ ଶୋଷ ଲାଗିଲେ ପାଣି ପିଏନି ମାଟି ଛୁଇଁଲେ ଶୋଷ ଉଭେଇଯାଏ ତେବେ ଏହା କଣ,ସଠିକ ଉତ୍ତର ବୁଦ୍ଧିମାନ ଲୋକ ହେଇଥିଲେ ଦେଇ ପାରିବେ…

ସମସ୍ତଙ୍କୁ କିଛି ନା କିଛି କୌତୁହଳ ପ୍ରଶ୍ନର ଉତ୍ତର ଦେବା ପାଇଁ ଆନନ୍ଦ ଲାଗିଥାଏ ଯାହାର ଉତ୍ତର ଦେବା ପାଇଁ ବହୁତ ଲୋକ ବିଭିନ୍ନ ପ୍ରକାରର ଚେଷ୍ଟା କରିଥାନ୍ତି ଏବଂ ବିଭିନ୍ନ ପୁସ୍ତକ ଏବଂ ଅନ୍ୟ ଅନ୍ୟ ସ୍ଥାନରେ ମଧ୍ୟ ଖୋଜିଥନ୍ତି।ଏହି ପ୍ରଶ୍ନ ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ,ଏହା ଆପଣଙ୍କୁ ଅଧିକ ଜ୍ଞାନ ଦେବା ସହ ଏହା ଆପଣଙ୍କ ଜୀବନରେ ଯେକୌଣସି ପରୀକ୍ଷାରେ ମଧ୍ୟ ଆସିପାରେ।

ଯଦି ଏହି ପ୍ରଶ୍ନ କୌଣସି ପ୍ରକାରର ପଦ୍ୟ ପ୍ରହେଳିକା ହୋଇଥାଏ ତେବେ ଏହାର ଉତ୍ତର ଦେବା ପାଇଁ ଅଧିକ ମଜା ଲାଗିଥାଏ ତେବେ ଆସନ୍ତୁ ଜାଣିବା ଏହିପରି କିଛି ପଦ୍ୟ ପ୍ରହେଳିକା ଏବଂ ତାର ଉତ୍ତର ।୧-କାନ୍ଥରେ ଥାଏ ସେ ଛତାରେ ଥାଏ ପୋକ ମାଛି ଯେତେ ଗୋଡେଇ ଖାଏ ଶୋଷ ଲାଗିଲେ ପାଣି ପିଏନି ମାଟି ଛୁଇଁଲେ ଶୋଷ ଉଭେଇଯାଏ? ଏହାର ଉତ୍ତର ହେଉଛି ଝିଟିପିଟି।ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ।

୨-ପଶୁ ନୁହେଁ କି ସେ ପକ୍ଷୀ ନୁହେଁ ଦିନରେ ଶୁଏ ରାତିରେ ଚିଏଁ କହିଲ ଦେଖି ସେ କିଏ?ଏହାର ଉତ୍ତର ହେଉଛି ଚେମେଣିଆଁ।ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ।୩-ଗୋଟିଏ ମାଙ୍କଡ ବୁଜିଛି ଆଖି,ଗୋଟିଏ ମାଙ୍କଡ ବୁଜିଚି କାନ , ପାଟିରେ ହାତଦେଇ ଗୋଟିଏ ମାଙ୍କଡ ଦେଇଛି ବାର୍ତା କେବେ ସେ କହିବନି କାହାକୁ ପଦୁଟେ କଥା।

୪-କଟର ମଟର କେଁ କେଁ ସାରୁ ବୁଦା ମୂଳେ ବସିଛି ଝିଣ୍ଟିକା ପୋକ ଦେଖିଲେ ସେ ଖପ କିନା ମାଡ଼ି ବସୁଛି? ଏହାର ଉତ୍ତର ହେଉଛି ବେଙ୍ଗ ।ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ।୫-ବୋଉର ସେ ଭାଇ ନୁହେଁ ତଥାପି ମାମୁଁ ଡକୁ ଜଙ୍ଗଲରେ ରହେ ସିଏ ନୁହେଁ ସେ ଚୋର ଡାକୁ? ଏହାର ଉତ୍ତର ହେଉଛି ବାଘ ମାମୁଁ । ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ।

୬-ଏମିତି କେଉଁ ଗଛଟି ଅଛି ଯାହାର ଫଳ ଆମେ ଖାଉ ,ପାଣି ତାର ପିଉ , ପତ୍ରରେ ତାର ଚଟ କରୁ , ପତ୍ରରେ ତାର ଝାଡୁ କରି ଘର ଝାଡୁ ଦେଉ? ଏହାର ଉତ୍ତର ହେଉଛି ତାଳ ଗଛ । ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ।୭-ଯେତେ ତାକୁ ଟାଣିବ ଲମ୍ବା ହେବା ବଦଳରେ ସେତେ ସେ କମିବ? ଏହାର ଉତ୍ତର ହେଉଛି ସିଗାରେଟ।ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ ।

୮-ଉପରକୁ ଯେତେ ମୋଟା ଗଣ୍ଡି ଭିତରେ ତା ସେତେ ବଡ ପୋଲ ଭାରି ସିଏ ଉପକାରୀ ନାହିଁ ତାର ମୂଲ? ଏହାର ଉତ୍ତର ହେଉଛି ବାଉଁଶ।

Leave a Reply

Your email address will not be published. Required fields are marked *