ସିଦ୍ଧାର୍ଥ ଟିଭିର ଓଡ଼ିଶାର ନୂଆ ସ୍ୱର ସାରା ଓଡ଼ିଶାରେ ବହୁତ ପରିଚିତ। ଏଥିରେ ଜଏଜଏସ୍ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ମ୍ୟୁଜିକ ଡ଼ାଇରେକ୍ଟର ବିକାଶ ଦାସ, ବୈଦ୍ୟନାଥ ଦାସ ଏବଂ ସେଲିବ୍ରିଟି ସିଂଗର ଅର୍ପିତା ଚୌଧୁରୀ ଓ ପ୍ରଜ୍ଞା ହୋତା। ଏଥିରେ ଓଡ଼ିଶାର ପ୍ରତ୍ୟେକ ସ୍ଥାନ , କୋଣ ଅନୁକୋଣରୁ ପିଲା ଆସି ଏଥିରେ ଭାଗ ନେଇଥିଲେ। ଅନେକ ପ୍ରତିଯୋଗିତା ଏଥିରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଶେଷ ଭାଗକୁ ବଛା ବଛା କିଛି ପ୍ରତିଯୋଗି ରହିଥିଲେ।
ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଏତେ ଭୟାନକ ଥିଲା ହେ, ସେମାନଙ୍କ ମଧ୍ୟରୁ କିଏ ଭଲ ଏବଂ କିଏ ଖରାପ ତାହା ବାଛିବା ଜଏଜଏସ୍ ମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡ଼ିଥିଲା। ତେବେ ଜି ସାର୍ଥକର ଏହି ସୋକୁ ଓଡ଼ିଶାର ଲୋକମାନେ ବେଶ ପସନ୍ଦ ମଧ୍ୟ କରିଛନ୍ତି। ଏପ୍ରିଲ ମାସର ୩ ତାରିଖ ଦିନ ଏହାର ଗ୍ରାଣ୍ଡ ଫାଇନାଲ୍ ସାରି ଯାଇଛି।
ତେବେ ଏହି ସୋରେ ଯିଏ ଦ୍ଵିତୀୟ ରନର୍ସ ଅପ ହୋଇଛନ୍ତି , ସେ ହେଉଛନ୍ତି ଜେ ମନୀଷ କୁମାର ପ୍ରଧାନ ଏବଂ ପ୍ରଥମ ରନର୍ସ ଅପ ହୋଇଛନ୍ତି ଶାଶ୍ୱତୀ ନାରାୟଣୀ ଆଚାର୍ଯ୍ୟ। ଏହା ସହିତ ସମସ୍ତ ପ୍ରତିଯୋଗିଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି ସୁଶୀଲ କୁମାର ସାହୁ।ତେବବ ଏ ସମସ୍ତଙ୍କ ଠାରୁ ଅଲଗା ତଗିଲେ ଶାନ୍ତନୁ କୁମାର
ଯିଏକି ନିଜ ଗୀତ , ସ୍ୱର ଏବଂ ଅଭିନୟ ଦ୍ୱାରା ସାରା ଓଡିଶାବାସୀଙ୍କୁ ମୁଗ୍ଧ କରି ଦେଇଥିଲେ। ସେ ଉପସ୍ଥିତ ଥିବା ଜଏଜଏସ୍ ମାନଙ୍କର ମଧ୍ୟ ନିଜ କଳାରେ ମନ କିଣି ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଏଲିମିନେଟ ରାଉଣ୍ଡରେ ଏଲିମିନେଟ ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ସେ ଓଡ଼ିଶାର
ପ୍ରତ୍ୟେକ ଗଳି କନ୍ଦିରେ ଏତେ ଲୋକପ୍ରିୟତା ହାସଲ କଲେ ଯେ, ବର୍ତ୍ତମାନ ତାଙ୍କ ପାଖକୁ ପ୍ରବଳ ମାତ୍ରରେ ଷ୍ଟେଜ ସୋର ଅଫର ଆସୁଛି। ତାଙ୍କର ଲକ୍ଷ୍ୟ ସେ ଦିନେ ନା ଦିନେ ସାରା ଓଡ଼ିଶାରେ ପ୍ରସିଦ୍ଧ ହୋଇ ବାବୁସାନଙ୍କ ଭଳି ହେବେ। ସିଦ୍ଧାର୍ଥ ଟିଭିର ଏହି ପ୍ଲାଟଫର୍ମ ଅନେକ କୁନି ଗାୟକ ସୃଷ୍ଟି କରିବା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିଛି।