କେମିତି Omfed ୪ ଲକ୍ଷ ଓଡିଆ ଚାଷୀଙ୍କର ଅନ୍ନଦାତା ବନିଲା,ଏହା ପଛର ଅସଲ କାହାଣୀ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ…

Spread the love

ସାଧାରଣ ଭାବରେ ଓଡ଼ିଶାର ଲୋକମାନେ ଅନେକ ୧୯୮୦ ମସିହା ଆଗରୁ ଯେଉଁ କ୍ଷୀର ଉତ୍ପାଦନ କରୁଥିଲେ ଏହାର ସଠିକ ବିତରଣ ହୋଇ ପାରୁ ନଥିଲା।ଅର୍ଥାତ ଯେଉଁ କ୍ଷୀର ସେମାନେ ଉତ୍ପାଦନ କରୁଥିଲେ ଏହା ସାଧାରଣ ଭାବରେ ପାଖର ବ୍ୟବସାୟୀ ମାନେ କିଣି ନେଉଥିଲେ ଏହା ସହିତ ଏଥିରେ ପାଣି ମିଶାଇ ଅଧିକ ଦରରେ ବିକ୍ରୀ କରି ଦେଉଥିଲେ।ଯାହା ଫଳରେ ଗ୍ରାହକ ମାନେ ସଠିକ କ୍ଷୀର ପାଇ ପାରୁ ନଥିଲେ।ତେବେ ଏହି ଘଟଣାରେ ସରକାର ଦୃଷ୍ଟି ପକାଇଲେ।

ଏହା ସହିତ ଏହାର କିଛି ନିରାକରଣ କରିବା ପାଇଁ ଚିନ୍ତା କରିଥିଲେ।ଶେଷରେ ସରକାର ୧୯୮୦ ମସିହାରେ ଓମଫେଡ ତିଆରି କରିଥିଲେ।ତେବେ ଏହା ଉତ୍ପାଦନ କାରି ମାନଙ୍କ ପାଖରୁ କ୍ଷୀର କିଣିବା ସହିତ ସରକାରଙ୍କ ଅଧିନରେ ଲୋକଙ୍କୁ ସଠିକ ଭାବରେ ଓ ସଠିକ ଦରରେ ବିତରଣ କରିବା ପାଇଁ ତିଆରି ହୋଇଥିଲା।

ତେବେ ପ୍ରଥମ ଦିନରେ ମାତ୍ର ୩୯ ଲିଟର କ୍ଷୀର ବିକ୍ରୀ ହୋଇ ପାରିଥିଲା।ଏହା ସହିତ ସେହି ସମୟରେ ମାତ୍ର ୧ ଟଙ୍କା ୭୫ ପଇସା ଦରରେ କ୍ଷୀର କିଣୁ ଥିଲା ଓମଫେଡ।ଏହା ସହିତ ଏହା ଫଳରେ ଅନେକ ଲୋକ କ୍ଷୀର ସଠିକ ଭାବରେ ପାଇ ପାରିବାରେ ସଫଳ ହୋଇ ଥିଲେ।ତେବେ ଏହା ପରେ ସରକାର ଏହି କ୍ଷୀର ବିତରଣ କରିବା ପାଇଁ ଏହାକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କଲେ।

ତେବେ ଏହା ଧୀରେ ଧିରେ ସଠିକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଦେଲା।ତେବେ ପ୍ରାୟ ଅଳ୍ପ ଦିନ ମଧ୍ୟରେ ଏହା ଦିନକୁ ପ୍ରାୟ ୩-୪ ଲକ୍ଷ କ୍ଷୀର ବିକ୍ରି କରିବାରେ ସଫଳ ହୋଇ ପାରିଲା।ଏହା ସହିତ ଅନେକ ଲୋକ ଏହା ପାଖରୁ କ୍ଷୀର କିଣିବା ପାଇଁ ସଫଳ ହୋଇଥିଲେ।ତେବେ ଯେଉଁ ମାନେ ଖୋଲାରେ କ୍ଷୀର ବିକ୍ରୀ କରୁଥିଲେ

ସେମାନେ ଏହାର ବିରୋଧ କରିବା ଆରମ୍ଭ କରି ଦେଇ ଥିଲେ।କିନ୍ତୁ ଏହା ଉପରେ କିଛି ବିଶେଷ ପ୍ରଭାବ ପଡ଼ିଲା ନାହିଁ କାରଣ ଲୋକମାନେ ଏହା ପାଖରୁ କ୍ଷୀର କିଣିବା ଫଳରେ ବହୁତ ଭଲ କ୍ଷୀର ପାଉ ଥିଲେ।ଏହା ସହିତ ସେମାନେ ଠକାମିର ଶିକାର ମଧ୍ୟ ହେଉ ନଥିଲେ।ଯାହା ଫଳରେ ସେମାନେ ଏଠାରୁ କ୍ଷୀର କିଣିବା ବନ୍ଦ କରି ନଥିଲେ।

ଏହା ସହିତ ଏହିପରି ଭାବରେ ଏହା ବଡ଼ ହୋଇ ଚାଲିଲା।ତେବେ ବର୍ତ୍ତମାନ ଏହା ପ୍ରତିଦିନ ପ୍ରାୟ ୬ ଲକ୍ଷ ଲିଟର କ୍ଷୀର ବିକ୍ରୀ କରିବାରେ ସଫଳ ହୋଇ ପାରୁଛି।ଏହା ସହିତ ଏହା କ୍ଷୀର ସହିତ ପନିର, ଦହି,ଘିଅ ଭଳି ସମସ୍ତ ଦୁଗ୍ଧ ଜାତୀୟ ଦ୍ରବ୍ୟ ପ୍ରସ୍ତୁତ କରିବା ସହିତ ବିକ୍ରି କରିବାରେ ସଫଳ ହୋଇ ପାରୁଛି।ଏହା ସହିତ ଅଧା ଲିଟର ବିଶିଷ୍ଟ କ୍ଷୀର ପ୍ୟାକେଟ ମଧ୍ୟ ତିଆରି କରି ଏହା ବିକ୍ରି କରିବାରେ ସଫଳ ହୋଇ ପାରୁଚି।ଯାହା ଫଳରେ ସରକାରଙ୍କ ଏହି ଯୋଜନାରେ ତିଆରି ହୋଇଥିବା ଏହି ଓମଫେଡ ପୂର୍ଣ୍ଣ ଭାବରେ ସଫଳ ହୋଇ ପାରିଛି।

Leave a Reply

Your email address will not be published. Required fields are marked *