ପାଞ୍ଚ ବର୍ଷ ମଧ୍ୟରେ ଗ୍ରାମପଞ୍ଚାୟତ (GP) କୁ କେତେ ଟଙ୍କା ମିଳେ,ଏହାକୁ ନେଇ କଣ ସବୁ ନିୟମ ରହିଛି ସାଧାରଣ ନାଗରିକ ଜାଣିବା ନିହାତି ଦରକାର…

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣମାନେ ତ ଜାଣିଥିବେ ବର୍ତ୍ତମାନ ପଞ୍ଚାୟତ ଇଲେକ୍ସନ ଯାଇଛି।ଏହାପରେ ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି।ଆମେ ସେଥିମଧ୍ୟରୁ ଏକ ପ୍ରଶ୍ନର ଉତ୍ତର ଏଥର ଦେବା।

ତେବେ ଆପଣ ତ ଜାଣିଥିବେ ଗ୍ରାମପଞ୍ଚାୟତ ଇଲେକ୍ସନ ପ୍ରତି ପାଞ୍ଚ ବର୍ଷରେ ଥରେ ହୋଇଥାଏ।ଅନେକ ଲୋକଙ୍କ ମନରେ ଏହା ପ୍ରଶ୍ନ ରହିଥାଏ ଯେ ପାଞ୍ଚବର୍ଷ ଭିତରେ ଗ୍ରାମପଞ୍ଚାୟତ ପାଖକୁ କେତେ ଟଙ୍କା ଆସିଥାଏ।ଆମେ ଏଠାରେ ଜଣାଇବାକୁ ଚାହୁଁଛୁ ଯେ ଗ୍ରାମପଞ୍ଚାୟତକୁ ଯେତିକି ଟଙ୍କା ଆସିଥାଏ ତାହାର ୬୦ ପ୍ରତିଶତ ଟଙ୍କା କେନ୍ଦ୍ର ସରକାରଙ୍କ ପାଖରୁ ଆସିଥାଏ।

ବଳକା ୪୦ ପ୍ରତିଶତ ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥାଏ।ତେବେ ଆସନ୍ତୁ ଜାଣିବା କେନ୍ଦ୍ର ସରକାରଙ୍କ କେଉଁ ଯୋଜନା ଅନୁସାରେ କେତେ ଟଙ୍କା ଗ୍ରାମ ପଞ୍ଚାୟତକୁ ଆସିଥାଏ।ତେବେ ଆପଣ ସ୍ୱଚ୍ଛ ଭାରତ ଯୋଜନା ବିଷୟରେ ତ ଜାଣିଥିବେ।ସ୍ୱଚ୍ଛ ଭାରତ ଯୋଜନା ଅନୁସାରେ ଗ୍ରାମ ପଞ୍ଚାୟତକୁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ୭ରୁ ୨୦ ଲକ୍ଷ ଟଙ୍କା ମିଳେ।

ମ.ନ.ରେ.ଗା ଯୋଜନାରେ ପ୍ରତିବର୍ଷ ପାଞ୍ଚ ଲକ୍ଷ ଟଙ୍କା ମିଳେ।ତେବେ ପ୍ରଧାନମନ୍ତ୍ରୀ ଆବାସ ଜୋଜନା ଅନୁସାରେ ପ୍ରତିବର୍ଷ ୫୦ ଲକ୍ଷରୁ ଏକ କୋଟି ଟଙ୍କା ମିଳିଥାଏ।ପଞ୍ଚାୟତର ଲୋକସଂଖ୍ୟା ହିସାବରେ ଲୋକ ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ।ତେବେ ଆସନ୍ତୁ ଜାଣିବା ରାଜ୍ୟ ସରକାର ଯୋଜନା କଥା।

ତେବେ ଆମ ଗାଁ ଯୋଜନା ଅନୁସାରେ ପ୍ରତିବର୍ଷ ପାଞ୍ଚରୁ ୧୦ ଲକ୍ଷ ଟଙ୍କା ମିଳେ।ବିଜୁ ପକା ଘର ଯୋଜନା ଅନୁସାରେ ପ୍ରତିବର୍ଷ ୨୦ରୁ ୨୫ ଲକ୍ଷ ଟଙ୍କା ମିଳେ।ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଲଗା ଅଲଗା ଅର୍ଥ ରାଶି ପ୍ରଦାନ କରନ୍ତି।ପଂଚାୟତର ଅନ୍ୟ ରୋଜଗାର ସ୍ରୋତ ହେଉଛି ଚାଷ ଜମିରୁ ଟିକସ ଆଦାୟ, ଯାନ ବାହାନରୁ ଟିକସ ଆଦାୟ।

ଦୋକାନ ବଜାରରୁ ଟିକସ ଆଦାୟ।ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମପଞ୍ଚାୟତକୁ ପ୍ରତିବର୍ଷ ୪ରୁ ୧୦ କୋଟି ଟଙ୍କା ମିଳିଥାଏ।ଲୋକସଂଖ୍ୟା ଅନୁସାରେ ଏହା ଅଲଗା ଅଲଗା ହୋଇଥାଏ।ତେବେ ସରପଞ୍ଚର କାମ ହେଉଛି ରାସ୍ତା ମରାମତି, ଲାଇଟ ବ୍ୟବସ୍ଥା, ପାନୀୟ ଜଳ, ଜନ୍ମ ମୃତ୍ୟୁ ସାର୍ଟିଫିକେଟ।ଗାଁ ହାଟ ବସେଇବା ବ୍ୟବସ୍ଥା ଆଦି କାମ ରହିଥାଏ।

Leave a Reply

Your email address will not be published. Required fields are marked *