ଚଳିତ ମାସର ପନ୍ଦର ଦିନ ମଧ୍ୟରୁ ତେର ଥର ତେଲ ଦର ଉପର ତଳ ହେଲାଣି। ଭୁବନେଶ୍ୱର ସହରରେ ତେଲ ଦର ବଢ଼ିବାରେ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ତେଲ ଦର ବର୍ତ୍ତମାନ ୧୧୧ ଦେଉଥିଲେ। ଗତ ପନ୍ଦର ଦିନ ମଧ୍ୟରେ ଏହାର ଚାହିଦା ବଢ଼ିବାରେ ଲାଗିଛି। ଯାହା ଦ୍ୱାରା ଏହା ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ। ଆଜି ଦିଲ୍ଲୀରେ ଡିଜେଲ ଏବଂ ପେଟ୍ରୋଲ ଉପରେ ୮୦ ପଇସା ଲେଖାଏଁ ବଢିଛି।
ଆଜି ନୂଆଦିଲ୍ଲୀରେ ପେଟ୍ରୋଲର ଦାମ ଲିଟର ପିଛା ୧୦୪ ଟଙ୍କା ୨୧ ପଇସା ହୋଇଥିବା ବେଳେ ଡିଜେଲର ଦାମ ଲିଟର ପିଛା ୯୫ ଟଙ୍କା ୮୭ ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୪ ପଇସା ବଢି ପେଟ୍ରୋଲର ଦାମ ଲିଟର ପିଛା ୧୧୯ ଟଙ୍କା ୬୭ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୮୫ ପଇସା ବଢି ଡିଜେଲର ଦାମ ଲିଟର ପିଛା ୧୦୩ ଟଙ୍କା ୯୨ ପଇସା ରହିଛି।
ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ପଇସା ବଢି ପେଟ୍ରୋଲର ଦାମ ଲିଟର ପିଛା ୧୧୧ ଟଙ୍କା ୬୪ ପଇସା ହୋଇଥିବା ବେଳେ ଡିଜେଲର ଦାମ ଲିଟର ପିଛା ୧୦୧ ଟଙ୍କା ୩୯ ପଇସା ରହିଛି। ସମ୍ବଲପୁରରେ ପେଟ୍ରୋଲର ଦାମ ଲିଟର ପିଛା ୧୧୨ ଟଙ୍କା ୩୨ ପଇସା ହୋଇଥିବା ବେଳେ ଡିଜେଲର ଦାମ ଲିଟର ପିଛା ୧୦୨ ଟଙ୍କା ୭ ପଇସା ରହିଛି।
ରାଉରକେଲାରେ ପେଟ୍ରୋଲର ଦାମ ଲିଟର ପିଛା ୧୧୨ ଟଙ୍କା ୭୪ ପଇସା ହୋଇଥିବା ବେଳେ ଡିଜେଲର ଦାମ ଲିଟର ପିଛା ୧୦୨ ଟଙ୍କା ୪୭ ପଇସା ରହିଛି। ବାଲେଶ୍ଵରରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୬୦ ପଇସା ଏବଂ ଡିଜେଲର ଦାମ ଲିଟର ପିଛା ୧୦୨ ଟଙ୍କା ୪୭ ପଇସା ରହିଛି। ମାର୍ଚ୍ଚ ୨୨ ତାରିଖ ପର ଠାରୁ ଏପରି ଲଗାତାର ଭାବରେ ତେଲ ଦର ବୃଦ୍ଧି ସମସ୍ତ ଉପଭୋକ୍ତାଙ୍କ ଚିନ୍ତ ନ ପାରିବ କି।
ରାଜ୍ୟରେ ସରିବା ପରେ ତେଲ ଦର କ୍ରମାଗତ ଭାବରେ ବଢ଼ିବାରେ ଲାଗିଥିଲା ବେଳେ ଏହା ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡିଛି। ପେଟ୍ରୋଲ ଏବଂ ଡିଜେଲ ବ୍ୟତୀତ ଅନ୍ୟ ବହୁତ ଗୁଡିଏ ଜିନିଷର ଚାହିଦା ବଢିବାରେ ଲାଗିଛି। ଏହିପରି ଭାବରେ ଦେଶରେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆ ଯାଉ ନାହିଁ।