ମାଡ଼ି ଆସୁଛି ଭୟଙ୍କର ଲଘୁଚାପ,ପୁଣି 17 ତାରିଖ ରୁ ବଡ ଲଘୁଚାପ,ବନ୍ୟାରେ ସାରା ରାଜ୍ୟ ଅବସ୍ଥା ହେବ ବେହାଲ…

Spread the love

ଏବେ ଏବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷର ଏକ ବଡ଼ ଖବର ଆସିଛି, ଯାହା ସୂଚନା ମିଳୁଛି ଗୋଟିଏ ଲଘୁଚାପ ନସରୁଣୁ ପୁଣି ଥରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛିତେବେ ଦର୍ଶକ ବନ୍ଧୁ ଏହି ଲଘୁଚାପଟି ପୂର୍ବ ଲଘୁଚାପ ଠାରୁ ବହୁତ ଭୟଙ୍କର ଅଟେ,ତେବେ ଏହି ଲଘୁଚାପ ନେଇପାରେ କି ଭୟଙ୍କର ବାତ୍ୟାର ରୂପ?

ତେବେ କଣ କହୁଛି ଏନେଇ ପାଣିପାଗ ବିଭାଗ?ତେବେ ଯଦି ଏହା ବାତ୍ୟାର ରୂପ ନିଏ ତାହେଲେ କେଉଁ କେଉଁ ଜିଲ୍ଲାକୁ ସତର୍କ କରାଯିବ?ସେନେଇ ସମ୍ପୂର୍ଣ୍ଣ ଅପଡେଟ ଜାଣିବା।ତେବେ ବର୍ତ୍ତମାନ ଯାହା ସୂଚନା ମିଳୁଛି ଉତ୍ତର ବଙ୍ଗୋପ ସାଗରରେ ଓ ପଶ୍ଚିମ ଉପକୂଳରେ ଶନିବାର ଦିନ ଲାଗି ରହିଥିବା ଲଘୁଚାପ ବର୍ତ୍ତମାନ ସାମାନ୍ୟ ପଶ୍ଚିମ ଉତ୍ତର ଆଡ଼କୁ

ଗତି କରିବ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ।ରବିବାର ଦିନ ଏହା ପଶ୍ଚିମ ଉପକୂଳ ଦେଇ ଗତି କରୁଥିଲା।ଏହା ଫଳରେ ପଶ୍ଚିମ ଓଡ଼ିଶାରେ ଦିନ ତମାମ ବର୍ଷା ଲାଗି ରହିଛି।ବିଶେଷ କରି ଗତ କଳି ନୂଆପଡ଼ା,ବଲାଙ୍ଗୀର, ସ୍ୱର୍ଣ୍ଣପୂର, ବୌଦ୍ଧ,ବରଗଡ଼ ସମ୍ବଲପୁର,ଦେବଗଡ଼,କେଉଁଝର,ଝାରସୁଗୁଡ଼ା

ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଇଛି।ତେବେ ଗତ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ଅଧିକ ବର୍ଷା ହେଇଥିବାର ସୂଚନା ମିଳିଛି।ସେଠାରେ ପ୍ରାୟ ୨୦୦.୪ ମିମି ରେ ବର୍ଷା ହେଇଥିବା ବେଳେ,ଅପରାହ୍ନ ସୁଦ୍ଧା ପୁରୀ ଅସ୍ତରଙ୍ଗରେ ମଧ୍ୟ ୧୬୧.୬ ମିମି ବର୍ଷା ହେଇଛି।ସମ୍ବଲପୁରରେ ମଧ୍ୟ

୧୫୯ ମିମି ବର୍ଷା ହେଇଛି,ଆଉ ବାରିପଦାରେ ମଧ୍ୟ ୧୫୪ ମିମି ବର୍ଷା ହେଇଛି।ତେବେ ଆଶ୍ୱସ୍ତିକର କଥା ହଉଛି ଆଜି ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ମଧ୍ୟ କୁହାଯାଉଛି।ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ବର୍ଷା ହଉଥିବା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟ ବର୍ତୀ ନଥିଲା।

ତେବେ ଶନିବାର ଦିନ ଦିନ ତମାମ ବର୍ଷା ଲାଗି ରହିଥିବା ବେଳେ,ରବିବାର ଦିନ ମଧ୍ୟ ପଶ୍ଚିମ ଅଞ୍ଚଳରେ ବର୍ଷା ଲାଗି ରହିଥିଲା।ତେବେ ବାଲେଶ୍ଵର,ଭଦ୍ରକ,ଯାଜପୁର,କଟକ,କେନ୍ଦ୍ରାପଡ଼ା,ଢେଙ୍କାନାଳ,ଖୋର୍ଦ୍ଧାନୟାଗଡ଼,ଗଞ୍ଜାମ,ଗଜପତି,ବୌଦ୍ଧ,ରାୟଗଡ଼ା ଏବଂ ମାଲକାନଗିରି ଆଦି ଅଞ୍ଚଳରେ ଦିନ ତମାମ ବର୍ଷା ଲାଗି ରହିଥିଲା।

ଆଜି ବି ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ମୁହାଁ ହେବ,ଆଉ ଧିରେ ଧିରେ ଏହା ଓଡ଼ିଶାରୁ ଦୂରେଇ ଯିବା ବୋଲି ମଧ୍ୟ କୁହାଯାଇଛି।

Leave a Reply

Your email address will not be published. Required fields are marked *