ଭଣ୍ଡାର ଘରର ଭିତିରି କଥା,ସତରେ କଣ ସବୁ ରହିଛି ଏହି Ratnabhandar ଭିତର ଘରେ,ଜାଣିବା ପରେ ଆପଣ ମଧ୍ୟ ଡରିଯିବେ…

Spread the love

ତେବେ ଭଣ୍ଡାର ଘର ସହିତ ଏପରି ଅନେକ କଥା ଜଡ଼ିତ ହୋଇ ରହିଛି ଯାହା ସମ୍ପର୍କରେ ଅନେକ କଥା ଶୁଣିବାକୁ ମିଳିଛି।ତେବେ ୧୯୭୮ ମସିହାରେ ଗଣତି ଅଳଙ୍କାର ତାଲିକାରେ ନାହିଁ ଦୁର୍ଲଭ ରଘୁନାଥ ବେସର ଆଭୂଷଣ ହିସାବ।ତେବେ ଗଜପତି କପିଳେନ୍ଦ୍ର ଦେବ ଯେଉଁ ୧୬ ହାତୀ ସାହାଯ୍ୟରେ ଆଣିଥିବା ରତ୍ନ ଅଳଙ୍କାର କେମିତି ଅଛି?

ସେହି ସମସ୍ତ ଗଜପତି ମାନଙ୍କର ମୁକୁଟ ସଠିକ ହିସାବ ଅଛି ତ? ତେବେ ଜଣା ପଡ଼ିଛି କି ୧୯୭୮ ମସିହାରେ ଯେଉଁ ଅଳଙ୍କାର ଗଣତି ହୋଇ ଥିଲା ଏଥିରେ କେବଳ ୫୯୭ ପ୍ରକାରର ଅଳଙ୍କାର ଲେଖା ଯାଇଚି କିନ୍ତୁ ଏଥିରେ ୧୯୦୫ ମସିହାର ଦୁର୍ଲଭ ରଘୁନାଥ ବେଶ ଅଳଙ୍କାର ସମ୍ପର୍କରେ କିଛି ମଧ୍ୟ ଲେଖା ଯାଇ ନାହିଁ।

ଏହା ବ୍ୟତୀତ ଉତ୍କଳର ପରାକ୍ରମୀ ଗଜପତି ମାନେ ପ୍ରାୟ ୪୬ ଜଣ ରାଜାଙ୍କୁ ହରାଇ ସେମାନଙ୍କ ମୁକୁଟ ଆଣି ରଖି ଥିଲେ।ତେବେ ସେହି ମୁକୁଟ ମଧ୍ୟରୁ ବର୍ତ୍ତମାନ କେବଳ ୩୪ ଟିର ହିସାବ ରହିଛି ଏହା ବ୍ୟତୀତ ଆଉ ୧୨ ମୁକୁଟର ହିସାବ ନାହିଁ ବୋଲି ଜଣା ପଡ଼ୁଛି।ଏହା ବ୍ୟତୀତ ଏପରି କୁହା ଯାଇଥାଏ

କି ରତ୍ନ ଭଣ୍ଡାରରେ କେବଳ ତିନୋଟି ବିଭାଗରେ ନାହିଁ ଏହାର ଆହୁରି ମଧ୍ୟ ଅନେକ ରହସ୍ୟ ରହିଛି ଏହା ବ୍ୟତୀତ ସେଠାରେ ପ୍ରାୟ ୧୯୮୫-୮୬ ମସିହାରେ କିଛି ବଣିଆ ମଧ୍ୟ ଏହି ଅଳଙ୍କାର ସବୁର ମୂଲ୍ୟାୟନ ପାଇଁ ଆସି ଥିଲେ।କିନ୍ତୁ ସେମାନେ ଏହାର କିଛି ମଧ୍ୟ ଆକଳନ କରି ପାରି ନଥିଲେ।

ବରିଷ୍ଠ ସେବାୟତ କହିଛନ୍ତି ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।ଏମିତିକି ୨୦୧୮ ମସିହା ଏପ୍ରିଲ ୪ ରେ ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ଯାଇଥିବା ୧୭ ଜଣିଆ ଟିମଙ୍କର ଯାଞ୍ଚ ପ୍ରକ୍ରିୟା ପ୍ରହସନ,ଚାବି ହଜିବା ଓ ଡୁପଲିକେଟ ଚାବି ମିଳିବା ଏକ ଘଟଣା ନାଟକ ବୋଲି କହିଛନ୍ତି।

ତେଣେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ରେକର୍ଡ ରୁମରୁ ମିଳିଥିବା ଚାବି ରତ୍ନ ଭଣ୍ଡାରର କି ନାହିଁ ତାହା ଯାଞ୍ଚ ହୋଇନାହିଁ।ତେବେ ସବୁ କାଳିଆର ଇଛା, ସେ ଯାହା ଚାହିଁବ ସେଇୟା ସବୁ, ପ୍ରଭୁଙ୍କ ଚରଣରେ ମଥା ରଖ ସବୁ ଦୁଃଖ ହୋଇଯିବ ଆପେ ଦୂର ମ।ଜୟ ଶ୍ରୀରାମ।

Leave a Reply

Your email address will not be published. Required fields are marked *