ବନ୍ଧୁଗଣ ୨୦୨୨ ଏପ୍ରିଲ ମାସ ଜ୍ୟୋତିଷ ଶାସ୍ତ୍ର ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ରହିବ।କାରଣ ଏହିମାସ ଏକସଥିରେ ୯ ଟି ଗ୍ରହ ରାଶି ପରିବର୍ତ୍ତନ ହେବାକୁ ଯାଉଛି।ଏହାର ପ୍ରଭାବ ସମସ୍ତ ଦ୍ଵାଦଶ ରାଶିରେ ଦେଖିବାକୁ ମିଳିବ। ତେଣୁ ୫ ଟି ରାଶିର ବ୍ୟକ୍ତିଙ୍କ ଉପରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିବ ।ଅବଶ୍ୟ ଚନ୍ଦ୍ରମା , ସୂର୍ଯ୍ୟ ,ବୁଧ ଏବଂ ଶୁକ୍ର ଗ୍ରହ ପ୍ରତ୍ୟେକ ମାସ ରାଶି ପରିବର୍ତ୍ତନ କରିଥାନ୍ତି ଏବଂ ମଙ୍ଗଳ ଗ୍ରହ ୨ ମାସରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି।
କିନ୍ତୁ ଏପ୍ରିଲ ମାସରେ ସମସ୍ତ ନବଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।ଜ୍ୟୋତିଷ ଗଣନା ଅନୁସାରେ ୩ ଏପ୍ରିଲକୁ ମଙ୍ଗଳ ଗ୍ରହ କୁମ୍ଭ ରାଶିକୁ ଗୋଚର କରିବେ।ବୁଧ ଗ୍ରହ ୪ ଏପ୍ରିଲକୁ ମେଷ ରାଶିରେ ପ୍ରବେଶ କରିବେ।୧୪ ଏପ୍ରିଲକୁ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିବେ।ସେହିପରି ଶୁକ୍ର ୧୭ ଏପ୍ରିଲକୁ ମୀନ ରାଶିରେ ପ୍ରବେଶ କରିବେ।
୧୨ ଏପ୍ରିଲକୁ ରାହୁ ଏବଂ କେତୁ ଓ ୧୩ ଏପ୍ରିଲକୁ ଦେବଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରିବେ।୨୭ ଏପ୍ରିଲକୁ ନ୍ୟାୟର ଦେବତା ଶନିଦେବ କୁମ୍ଭ ରାଶିକୁ ଗୋଚର କରିବେ।ଏହି ମହା ରାଶି ପରିବର୍ତ୍ତନ କାରଣରୁ ୫ଟି ରାଶିକୁ ଲାଭ ପ୍ରାପ୍ତି ହେବ।ଏମାନଙ୍କ ଜୀବନରେ ସକାରାତ୍ମକ ପରିଣାମ ପ୍ରାପ୍ତି ହେବ ସହିତ ଧନ ପ୍ରାପ୍ତିର ମାର୍ଗରେ ମଧ୍ୟ ବୃଦ୍ଧି ଘଟିବ ।
ମେଷ ରାଶି: ମେଷ ରାଶିର ସ୍ବାମୀ ମଙ୍ଗଳ ଅଟନ୍ତି।ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମହା ରାଶି ପରିବର୍ତ୍ତନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହେବ।ଏହି ରାଶିର ବ୍ୟକ୍ତିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ମିଳିବ। ଆର୍ଥିକ ସମସ୍ୟାର ନିବାରଣ ହେବା ସହିତ ଧନ ପ୍ରାପ୍ତିର ମାର୍ଗ ପ୍ରଶସ୍ତ ହେବ। ଭାଗ୍ୟର ପୂର୍ଣ୍ଣ ସମର୍ଥନ ପ୍ରାପ୍ତି ହେବ।
ତୁଳା ରାଶି: ତୁଳା ରାଶିର ସ୍ବାମୀ ଶୁକ୍ର ଅଟନ୍ତି।ଶୁକ୍ରଙ୍କୁ ବୈଭବ କାରକ ଗ୍ରହ ମାନାଯାଇଥାଏ। ଯେଉଁ କାର୍ଯ୍ୟକୁ ପୁରା କରିବା ପାଇଁ ପ୍ରୟାସ କରୁଥିଲେ ତାହା ଶୀଘ୍ର ପୂର୍ଣ୍ଣ ହେବ।ଏପ୍ରିଲ ମାସ ଆପଣଙ୍କ ପାଇଁ ଶୁଭ ସଂଚାରକ ହେବ। ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ସୁଖଦ ସମାଚାର ପ୍ରାପ୍ତି ହେବ।
ମୀନ ରାଶି:- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏପ୍ରିଲ ମାସଟି ଅତ୍ୟନ୍ତ ସୁଖମୟ ରହିବ।ଏହି ରାଶିର ବ୍ୟକ୍ତିଙ୍କୁ ଚାକିରି କ୍ଷେତ୍ରରେ ପଦୋନ୍ନତୀ ହେବ ସହ ବେତନ ବୃଦ୍ଧିର ମଧ୍ୟ ଯୋଗ ରହିଛି। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବହୁତ ଲାଭବାନ ହେବେ। ବିଶିଷ୍ଟ ବ୍ୟକ୍ତିଙ୍କୁ ସହ ଆପଣଙ୍କ ସମ୍ପର୍କ ବୃଦ୍ଧି ପାଇବ।
ବିଛା ରାଶି:- ଏହି ରାଶି ପାଇଁ ନବଗ୍ରହଙ୍କ ଏହି ଗୋଚର ଅତ୍ୟନ୍ତ ଫଳଦାୟକ ସିଦ୍ଧ ହେବ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଧନପ୍ରାପ୍ତିର ମାର୍ଗରେ ବୃଦ୍ଧି ଘଟିବ।ଏହି ରାଶିର ବ୍ୟକ୍ତିଙ୍କୁ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ ।ଏବଂ ଭାଗ୍ୟ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବ।
ସିଂହ ରାଶି:- ଏହି ରାଶି ପାଇଁ ମଧ୍ୟ ନବଗ୍ରହଙ୍କ ଗୋଚର ଅତ୍ୟନ୍ତ ଶୁଭ ହେବ।ଏହି ରାଶିର ବ୍ୟକ୍ତି ଯାହା ବି କାର୍ଯ୍ୟ କରିବେ ଉତ୍ତମ ସଫଳତା ପ୍ରାପ୍ତ କରିବେ। ଚାକିରି ତଥା ରୋଜଗାର ସନ୍ଧାନରେ ଥିବା ବ୍ୟକ୍ତିଙ୍କୁ ଉତ୍ତମ ରୋଜଗାରର ଅବସର ମିଳିବ।ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବା ସହ ପୈତୃକ ସମ୍ପତି ପ୍ରାପ୍ତିର ମଧ୍ୟ ଯୋଗ ରହିଛି।