ଏହି ରାମ ନବମୀ (RamaNavami) ରେ ବଦଳିବ ଭାଗ୍ୟ,ଏମାନଙ୍କ ଜୀବନରେ ଖୁସି ଭାରି ଉଠିବ ଓ ଯାହା ଇଚ୍ଛା କରିଥିବେ ସବୁ ପାଇବେ ଏହି ରାଶିର ଲୋକ…

Spread the love

ଧାର୍ମିକ ନବ ବର୍ଷ ଅନୁଯାୟୀ ହିନ୍ଦୁ ନବ ବର୍ଷର ଆରମ୍ଭ ଚୈତ୍ର ନବରାତ୍ରୀକୁ ହୋଇଥାଏ। ଏହି ନବରାତ୍ରୀରେ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ବହୁତ ଜାକଜମକରେ କରାଯାଇଥାଏ। ଚଳିତ ବର୍ଷ ଅପ୍ରେଲ ୧୦ ତାରିଖରେ ରାମ ନବମୀ ପାଳନ କରାଯିବ। ତେଣୁ ଏହି ନବମୀ ଦିନ ଅନେକ ରାଶିର ଭଲ ଏବଂ ଶୁଭ ଯୋଗ ରହିଛି। ବିଶେଷ କରି ୬ ଗୋଟି ରାଶୀଙ୍କ ଭାଗ୍ୟ ଅତ୍ୟନ୍ତ ଭଲ ରହିଛି।

ଏହି ସବୁ ଭାଗ୍ୟଶାଳୀ ରାଶୀଙ୍କ ମଧ୍ୟରେ ପ୍ରଥମ ରାଶି ହେଉଛି ସିଂହ ରାଶି। ଏହି ରାଶିର ଲୋକଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିବା ସହ ମା ଦୁର୍ଗାଙ୍କ ଆଶୀର୍ବାଦ ପଡ଼ିବାକୁ ଯାଉଛି। ଏହା ଫଳରେ ସେମାନଙ୍କ ସମୟ ଖୁବ ଆନନ୍ଦମୟ ହେବାକୁ ଯାଉଛି। ଯାହା ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହିତ ମା ଦୁର୍ଗାଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ପ୍ରମୋସନ ମଧ୍ୟ ହୋଇପାରେ। ନିଜ ଜୀବନରେ ଉପରକୁ ଉଠିବା ପାଇଁ କିଛି ଅଲଗା କାର୍ଯ୍ୟ କରିବେ। ଯାହା ଚାହିଁବେ ଆପଣ ନିଶ୍ଚିତ ଭାବରେ ପାଇବେ।

କୁମ୍ଭ ରଶିର ଲୋକଙ୍କ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବେ। ଏହି ରାଶିର ଲୋକଙ୍କ ଭାଗ୍ୟର ତାଲା ଖୋଲିବାକୁ ଯାଉଛି। ସେମାନଙ୍କ ଉପରେ ଭଗବାନ ଶ୍ରୀରାମ ଏବଂ ମାତା ଦୁର୍ଗାଙ୍କ ଆଶୀର୍ବାଦ ରହିବ। ନିଜର ପ୍ରେତ୍ୟକ କାର୍ଯ୍ୟରେ ସେମାନେ ସଫଳତା ହାସଲ କରିବେ। ଧନ ପ୍ରାପ୍ତି ହେବ ଧର୍ମ ସ୍ଥାନକୁ ଯାତ୍ରା କରିବେ।

ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ସୁଖଦାୟକ ରହିଛି। ବେପାର ବାଣିଜ୍ୟରେ ଅପୁର୍ବ ଅଗ୍ରଗତି ଦେଖାଦେବ। ନିଜ କାର୍ଯ୍ୟରେ ପ୍ରଚୁର ପରିମାଣରେ ଲାଭ ପାଇବେ। ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାକୁ ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି।

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଶୁଭମୟ ଅଟେ। ଆପଣ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ। ସମୟ ବହୁତ ଭଲ ରହିବ। ଧନ ପ୍ରାପ୍ତିର ଯୋଗ ରହିଛି ଏବଂ ସେୟାର ମାର୍କେଟ ଭଲ ଚାଲିବ। ଚାକିରୀରେ ପଦୋନ୍ନତି, ଆୟରେ ବୃଦ୍ଧି ଆଦି ଦେଖିବାକୁ ମିଳିବ। ବିଜନେସ ଵ୍ୟାପାରରେ ଦୁଇ ଗୁଣ ଲାଭ ଦେଖିବାକୁ ମିଳିବ।

ମିଥୁନ ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶ୍ରୀରାମ ଏବଂ ମାତା ଦୁର୍ଗାଙ୍କ ଆଶୀର୍ବାଦ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ର ଛାତ୍ରୀମାନେ ଜୀବନରେ ଉନ୍ନତି କରିବେ। ପରୀକ୍ଷାରେ ସଫଳତା ପାଇବେ। ନିଜ ନିଜ ଭିତରେ ସ୍ନେହ ଶ୍ରଦ୍ଧା ବଢିବ।ମକର ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଛି। କୌଣସି ଅଭାବ ରହିବ ନାହିଁ ଏବଂ ଧନର ବର୍ଷା ହେବ। ଭଗବାନଙ୍କ କୃପାରୁ ଆପଣଙ୍କ ସମସ୍ତ ଅଧୁରା କାର୍ଯ୍ୟ ପୁରଣ ହେବ। ଭଲ ଚାକିରୀ ମଧ୍ୟ ମିଳିବ। କାର୍ଯ୍ୟ କ୍ଷେତ୍ରରେ ସଫଳତାର ମଧ୍ୟ ମିଳିବାକୁ ଯାଉଛି। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

Leave a Reply

Your email address will not be published. Required fields are marked *