ରାସନ କାର୍ଡର ନୁଆ Rules,ଯଦି ଆପଣଙ୍କର ରାସନ କାର୍ଡ ଅଛି ତେବେ ଏହି ନୂଆ ନିୟମ ବିଷୟରେ ନିଶ୍ଚୟ ଜାଣିରଖନ୍ତୁ,ଏହି ବଡ ଖୁସି ଖବର ମିଳିଲା…

Spread the love

ସରକାର ରାସନ କାର୍ଡ ଧାରୀଙ୍କ ପାଇଁ କଲେ ବଡ ଘୋଷଣା।ଲାଗିଲା ନୂଆ ନିୟମ।ଯଦି ଆପଣ ଜଣେ ରାସନ କାର୍ଡ ଉପଭୋକ୍ତା ତେବେ ଆଜି ଜାଣିବା ଏକ ନୂଆ ଅପଡେଟ ବିଷୟରେ।ସରକାର କରିଛନ୍ତି ନିୟମରେ ବଡ ପରିବର୍ତନ।ଆଜି ଆମେ ଏହା ବିଷୟରେ ସମ୍ପୁର୍ଣ୍ଣ ସୂଚନା ଜାଣିବା। ରାସନ କାର୍ଡ ସହିତ ଆଧାର କାର୍ଡ ସମୟ ସୀମାକୁ ଜୁନ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନାରେ ସମସ୍ତ କାର୍ଡ ଧାରୀଙ୍କୁ ସାମିଲ କରିବା ପାଇଁ ଆଧାର କାର୍ଡ ଲିଙ୍କ କରି ଯୋଡ଼ା ଯାଉଛି।ତେଣୁ ବର୍ତ୍ତମାନ ସୁଦ୍ଧା ଯେଉଁ ମାନେ ରାସନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ କରି ପାରି ନାହାଁନ୍ତି ସେମାନଙ୍କୁ ୨୦୨୨ ଜୁନ ୩୦ ସୁଦ୍ଧା ନିଜର ଆଧାର ରାସନ କାର୍ଡ ସହିତ

ଲିଙ୍କ କରି ନେବାକୁ ସୁଯୋଗ ଦେଇଛନ୍ତି ସରକାର।ପୂର୍ବରୁ ଚଳିତ ୨୦୨୨ ରାସନ କାର୍ଡ ସହିତ ଆଧାର ଲିଙ୍କ କରିବାକୁ ଲୋକ ମାନଙ୍କୁ ସମୟ ଦିଆ ଯାଇଥିଲା।ଲୋକେ ଚାହିଁଲେ ସେମାନେ ନିଜ ଫୋନ କିମ୍ୱା ପାଖରେ ଥିବା ଡିଜିଟାଲ ସେବା କେନ୍ଦ୍ର ଜନ ସେବା କେନ୍ଦ୍ରରେ ନିଜର ଆଧାର ନମ୍ବର ରାସନ କାର୍ଡ ସହିତ ଲିଙ୍କ କରି ପାରିବେ।

ଏହା ବାଦ ଅଫଲାଇନ ମାଧ୍ୟମରେ ଏହା ମଧ୍ୟ ହୋଇ ପାରିବ। ଲୋକମାନେ ରାସନ କେନ୍ଦ୍ରରେ ଆବଶ୍ୟକ କାଗଜ ପତ୍ର ଦେଇ ନିଜର ଆଧାର ନମ୍ବର ଲିଙ୍କ କରି ପାରିବେ।ଏଥି ପାଇଁ ଆଧାର କାର୍ଡ ଜେରକ୍ସ, ରାସନ କାର୍ଡ ଜେରକ୍ସ ଓ ଏକ ପାସପୋର୍ଟ ଫଟୋ କେନ୍ଦ୍ରରେ ଦେବାକୁ ପଡ଼ିବ। କୋରୋନା ମହାମାରୀ ସମୟରେ ଦେଶରେ ଶକ୍ତ କଟକଣା ଲାଗୁ ହୋଇଥିଲା।

ଏହି ସମୟରେ ବହୁତ ଲୋକେ ଚାକିରି ହରାଇଥିବା ବେଳେ ଗାଁ ମାନଙ୍କରେ ଶ୍ରମିକ ଶ୍ରେଣୀର ଲୋକ ମାନଙ୍କ କାମ ଧନ୍ଦା ବନ୍ଦ ହୋଇଯାଇଥିଲା।ଏହି ସମୟରେ ରାସନ କାର୍ଡ ଥିବା ଲୋକ ମାନଙ୍କୁ କେନ୍ଦ୍ର ସରକାର ମାଗଣା ଖାଦ୍ୟ ଶସ୍ୟ ପ୍ରଦାନ କରିଥିଲେ।ଯାହା ଲୋକମାନଙ୍କ ଜୀବନ ବିତାଇବାରେ ସାହାର୍ଯ୍ୟ କରିଥିଲା।

 

Leave a Reply

Your email address will not be published. Required fields are marked *