ପାଖରେ ରାସନ (Raation) କାର୍ଡ ଥିଲେ ସରକାର ଦେଉଛନ୍ତି 4000 ଟଙ୍କା,ଏହି ଜାଗାରେ ଘୋଷଣା କରାଗଲା,ଜାଣନ୍ତୁ କିପରି ପାଇବେ ରାସନ କାର୍ଡ ର ଏହି ଲାଭ…

Spread the love

ପାଖରେ ରାସନ କାର୍ଡ ଥିଲେ ସରକାର ଦେଉଛନ୍ତି ୪,୦୦୦ ଟଙ୍କା। ଆଜିକାଲି ସରକାରଙ୍କ ତତ୍ୱାବଧାନରେ ସାଧାରଣ ଲୋକଙ୍କ ପାଇଁ ଅନେକ ପ୍ରକାରର ସୁବିଧା ବାହାରିଲାଣି। ସେହିଭଳି ସରକାର ବର୍ତ୍ତମାନ ରାସନ କାର୍ଡ ଧାରୀ ମାନଙ୍କୁ ଦେବାକୁ ଯାଉଛନ୍ତି।ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ତାମିଲନାଡୁ ସରକାର ଏମ୍ କେ ଷ୍ଟାଲିନ ସେଠାକାର ଜନ ସାଧାରଣଙ୍କ ପାଇଁ ଏହି ସୁବିଧା ବାହାର କରିଛନ୍ତି।

ଯାହାର ଫଳ ସ୍ୱରୂପ ସେ ପ୍ରତ୍ୟେକ ରାସନ କାର୍ଡ ଥିବା ବ୍ୟକ୍ତିଙ୍କ ପାଇଁ ୪,୦୦୦ ଟଙ୍କା ଲେଖାଏଁ ରାଶି ପ୍ରଦାନ କରୁଛନ୍ତି। ଏହି ଟଙ୍କା ରିଲିଫ ପ୍ୟାକେଜ ଆକାରରେ ନଗଦ ଲୋକ ମାନଙ୍କ ଦିଆ ଯାଉଛି। ଏଠି ମଧ୍ୟରୁ ପ୍ରଥମ କିସ୍ତି ମେ ମାସରେ ରିଲିଜ ହେବ ଏବେ ଏହାର ଦ୍ୱିତୀୟ କିସ୍ତି ଖୁବ ଶୀଘ୍ର ହିତାଧିକାରୀମାନଙ୍କୁ ଦିଆ ଯିବ।

ଏଥିସହିତ ଏହି ଲୋକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବାରେ ମାଗଣା ଚିକିତ୍ସା ମଧ୍ୟ ଘୋଷଣା କରାଯାଇଥିଲା।ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ୱାରା ୨.୭ କୋଟି ଲୋକ ଉପକୃତ ହେବେ। ଏଥିସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ରାଜ୍ୟ ବୀମା ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ରୋଗୀଙ୍କୁ ମାଗଣା ଚିକିତ୍ସା ମିଳିବ।

ଏହା ବ୍ୟତୀତ ପ୍ରତ୍ୟେକ ଲୋକଙ୍କୁ ଗତ ବର୍ଷ ସରକାର ୨,୫୦୦ ଟଙ୍କା ଲେଖାଏଁ ରାଶି ଘୋଷଣା କରିଥିଲେ ଏବଂ ପୋଙ୍ଗଲ ମହୋତ୍ସବରେ ସେ ୨,୫୦୦ ଟଙ୍କା ଲେଖାଏଁ ସମସ୍ତଙ୍କୁ ବଣ୍ଟନ କରିଥିଲେ। ଏଥିସହିତ ୧ କିଲୋଗ୍ରାମ ଚାଉଳ, ୧ କିଲୋଗ୍ରାମ ଚିନି ଏବଂ ଆଖୁ ମାଗଣାରେ ଦିଆଯାଇଥିଲା।

ଏହା ପୂର୍ବରୁ ୨୦୧୪ ମସିହାରେ ଶାସନରେ ଥିବା ସରକାର ମାଗଣାରେ ୧ କିଲୋଗ୍ରାମ ଚାଉଳ , ୧ କିଲୋଗ୍ରାମ ଚିନି ଦେବା ସହିତ ପ୍ରତ୍ୟେକ ଲୋକଙ୍କୁ ଟଙ୍କା ବାଣ୍ଟିଥିଲେ। ୨୦୧୮ ମସିହାରେ ଏହି ଟଙ୍କାର ପରିମାଣ ୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଗତ ବର୍ଷ ଏହା ୨,୫୦୦ ଟଙ୍କା ଏବଂ ଚଳିତ ବର୍ଷ ଏହା ୪,୦୦୦ ଟଙ୍କାରେ ପହଞ୍ଚି ସାରିଛି।

Leave a Reply

Your email address will not be published. Required fields are marked *