ଧନ ଅର୍ଜନ କରିବାକୁ କିଏ ବା ନ ଚାହେଁ। ପ୍ରତ୍ୟେକ ମଣିଷ ନିଜ କାର୍ଯ୍ୟରେ ସଫଳତା ହାସଲ କରି ଧନଶାଳୀ ହେବାକୁ ଆଶା ରଖିଥାନ୍ତି। ନିଜ କର୍ମ ବଳରେ ନିଜ ଜୀବନର ଉଚ୍ଚ ଶିଖର ହାସଲ କରିବାରେ ତାଙ୍କ ଲକ୍ଷ ରହିଥାଏ। ସେହିପରି ଆମ ଓଡିଶାରେ ଧନୀ ଲୋକଙ୍କ ସଂଖ୍ୟା କମ୍ ନୁହେଁ। ସେମାନଙ୍କ ମଧ୍ୟରେ ନିଜ ନିଜ ଭିତରେ ଚାଲିଥାଏ ପ୍ରତିଯୋଗିତା। ତେବେ ଆସନ୍ତୁ ଜାଣିବା ଓଡ଼ିଶାର ଶ୍ରେଷ୍ଠ ଦଶ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପର୍କରେ।
ପ୍ରଥମରେ ରହିଛନ୍ତି ଅଜିତ ଜୈନ ଏବଂ ତାଙ୍କର ମୋଟ ସମ୍ପତ୍ତି ରହିଛି ହାରାହାରି ୨ ବିଲୀୟନ ଡ଼ଲାର ଯାହାକି ଭାରତୀୟ ପଇସାରେ ପାଖାପାଖି ୧୪,୭୬୦ କୋଟି ଟଙ୍କା। ସେ ବର୍ତ୍ତମାନ ଆମେରିକାର ସ୍ଥାୟୀ ବାସିନ୍ଦା ଅଟନ୍ତି।
ଦ୍ଵିତୀୟରେ ରହିଛନ୍ତି ରିତେଶ ଅଗ୍ରୱାଲ ଏବଂ ତାଙ୍କର ମୋଟ ସମ୍ପତ୍ତି ରହିଛି ହାରାହାରି ୧.୧ ବିଲୀୟନ ଡ଼ଲାର ଯାହାକି ଭାରତୀୟ ପଇସାରେ ପାଖାପାଖି ୮୧୧୮ କୋଟି ଟଙ୍କା। ସେ ବିଷମ କଟକ, ରାୟଗଡା, ଓଡିଶାର ବାସିନ୍ଦା ଅଟନ୍ତି। ସେ ଓୟୋର ସିଇଓ ଅଟନ୍ତି।ତୃତୀୟରେ ରହିଛନ୍ତି ଶୁଭ୍ରକାନ୍ତ ପଣ୍ଡା ଏବଂ ତାଙ୍କର ମୋଟ ସମ୍ପତ୍ତି ରହିଛି ହାରାହାରି ୫୩୩ କୋଟି ଟଙ୍କା। ସେ ହେଉଛନ୍ତି ବୈଜୟନ୍ତ ପଣ୍ଡାଙ୍କ ଭାଇ। ସେ ବର୍ତ୍ତମାନ ଇମ୍ଫାର ଏଚରଡି ଏବଂ ସିଇଓ ଅଛନ୍ତି।
ଚତୁର୍ଥରେ ରହିଛନ୍ତି ମଧୁସୂଦନ ସାହୁ ଏବଂ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫୩୩ କୋଟି ଟଙ୍କା। ସେ ଏମ୍ ନସି କମ୍ପାନୀର ସେୟାର ହୋଲଡ଼ର ଅଟନ୍ତି।ପଞ୍ଚମ ସ୍ଥାନରେ ଅଛନ୍ତି ଦିଲ୍ଲୀପ ରାୟ ଏବଂ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪୪୩ କୋଟି ଟଙ୍କା। ସେ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଅଟନ୍ତି ଏବଂ ଜଣେ ଦକ୍ଷ ବିଜେପିର ନେତା ମଧ୍ୟ। ସେ ମେଫେୟାର ହୋଟେଲର ମାଲିକ ଅଟନ୍ତି।
ଷଷ୍ଠ ସ୍ଥାନରେ ଅଛନ୍ତି ପ୍ରଦୀପ ମହାନ୍ତି ଏବଂ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୬୯ କୋଟି ଟଙ୍କା। ସେ ଏସଏନଏମ୍ ଗ୍ରୁପର ପ୍ରେସିଡେଣ୍ଟ ଏବଂ ଚେୟାରମ୍ୟାନ ଅଟନ୍ତି।ସପ୍ତମ ସ୍ଥାନରେ ଅଛନ୍ତି ଇନ୍ଦ୍ରାଣୀ ପଟନାୟକ ଏବଂ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୩୩ କୋଟି ଟଙ୍କା। ସେ ଆଇରନ ଏବଂ ମିନେରାଲସ କମ୍ପାନୀର ମାଲିକ ଅଟନ୍ତି। ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଭାଉଜ ଅଟନ୍ତି।
ଅଷ୍ଟମ ସ୍ଥାନରେ ଅଛନ୍ତି କମଲ ଜିତ ସିଂ ଆଲୁୱାଲିୟା ଏବଂ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୧୦ କୋଟି ଟଙ୍କା। ସେହିପରି ନବମ ସ୍ଥାନରେ ଅଛନ୍ତି ପ୍ରେମ ପଟନାୟକ। ତାଙ୍କ ମୋଟ ସମ୍ପତ୍ତି ୩୧୦ କୋଟି ଟଙ୍କା। ସେ ହରିୟାଣା କୋଟେଡ଼ ପେପର୍ସ ଲିମିଟେଡ଼ର ଏମଡି ଅଟନ୍ତି। ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ।
ଦଶମ ସ୍ଥାନରେ ଅଛନ୍ତି ବୈଜୟନ୍ତ ପଣ୍ଡା। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୮୦ କୋଟି ଟଙ୍କା। ସେ ଇମ୍ଫାର ଭାଇସ ଚେୟାରମ୍ୟାନ ଥିବା ବେଳେ ବିଜେପିର ଜଣେ ଦକ୍ଷ ଏବଂ ଆଦର୍ଶବାଦୀ ନେତା ଅଟନ୍ତି। ଏହାପରେ ରହିଛନ୍ତି ସାର ସୁବ୍ରତ ବାଗଚି ଏବଂ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ରହିଛି ୩୬.୯୨ କୋଟି ଟଙ୍କା। ସେ ଜଣେ ବିଜନେସ ଅଥର ଏବଂ ମିନ୍ଦିତ୍ରିର କୋ ଫଉଣ୍ଡର ଅଟନ୍ତି।