Rosei ଘରେ କାମ ଆସିଲା ଭଳି ୫ଟି ଘରୋଇ ଉପାୟ,କାଶ ର ରାମବାଣ ଉପାୟ ମଧ୍ୟ ଜାଣିରଖନ୍ତୁ ଏବେ ଆପଣ…

Spread the love

ଏହି କୋଭିଡ ସମୟରେ ହାଲକା ଖାସ, ତଣ୍ଟି ଖରାପ ହେବା ଦ୍ବାରା ମନ ଭିତରେ ଗୋଟିଏ ଟେନସନ ଆସେ।କାରଣ ଜଣଙ୍କ ଦ୍ଵାରା କୌଣସି ଛୁଆଙ୍କୁ ଏହା ନ ହେଉ ବା ଅନ୍ୟ କାହାକୁ ନ ହେଉ ଏହା ମନରେ ଡର ଲାଗି ରହିଥାଏ। ଅଦାକୁ ଭଲ ଭାବେ ଚୋପା ଛଡ଼ାଇ ଏହାକୁ ଛୋଟ ଛୋଟ କାଟି ଦିଅନ୍ତୁ।ଏକ ପ୍ୟାନରେ ଏହି ଆଡ଼କୁ ୨ରୁ ୪ ମିନିଟ ଗରମ କରି ରଖନ୍ତୁ।ଏହା ପରେ ଏକ ଛୋଟ ଗିନାରେ ଅଳ୍ପ ବିଟ ଲୁଣ ନିଅନ୍ତୁ।

ସେଥିରେ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ।ଏହା ସହ ଅଳ୍ପ ଜିରା ଗୁଣ୍ଡ ମିଶାଇ ଦିଅନ୍ତୁ।ଏହା ପରେ ଗରମ୍ ଥିବା ଅଦା ଖଣ୍ଡକୁ ଏହି ମିକ୍ସରେ ମିଶାଇ ଦିଅନ୍ତୁ ଓ ଏହାକୁ ସେବନ କରନ୍ତୁ। ଶୀତ ଦିନେ ଆପଣଙ୍କ ତେଲ ମହୁ ଭଳି ଜିନିଷ ବସି ଯାଏ।ଏହା ପାଇଁ କୌଣସି କଷ୍ଟ କରିବା ଆବଶ୍ୟକ ନାହିଁ।ଅଳ୍ପ ଗରମ ପାଣି କରନ୍ତୁ।

ଏକ ପାତ୍ରରେ ଏହି ଗରମ ପାଣି ନେଇ ତେଲ ବା ମହୁ ଡବାକୁ ସେହି ଗରମ ପାଣିରେ ରଖି ଦିଅନ୍ତୁ।ଏହା ସହ ଶୀତ ଦିନେ ପରିବା ଗୁଡ଼ିକ ଅଧିକ ସମୟ ରହିବା ଦ୍ଵାରା ଶୁଖିଯାନ୍ତି।ଏହାକୁ ସତେଜ ରଖିବା ପାଇଁ ଏକ ପାତ୍ରରେ କିଛି ପାଣି ନେଇ ସେଥିରେ ଅଳ୍ପ ଲେମ୍ବୁ ରସ ପକାଇ ପରିବା ସବୁ ସେଥିରେ ପକାଇ ଦିଅନ୍ତୁ।

୧୫ ମିନିଟ ପରେ ଆପଣ ଦେଖିବେ କି ପରିବା ଗୁଡ଼ିକ ଏଇଭଳି ଦେଖା ଯିବ ଯେମିତି ଏବେ ଆଣିଛନ୍ତି।ଏହା ସହ ଆପଣ କୋବି ଖାଉଥିବେ।ଦେଖିବେ କୋବିରେ ଅନେକ ପୋକ ଥାଆନ୍ତି।ତେବେ ଏହାକୁ ଦୂର କରିବା ପାଇଁ ଏକ ପାତ୍ରରେ ଅଳ୍ପ ପାଣି ଗରମ କରନ୍ତୁ ଓ ସେଥିରେ ଏକ ଚାମଚ ଲୁଣ ପକାନ୍ତୁ ଓ ଏହା ସହ ଅଳ୍ପ ହଳଦୀ ନହେଲେ ବେକିଂ ସୋଡା ପକାଇ ଦିଅନ୍ତୁ।

ଏହା ପରେ କୋବି ଛୋଟ ଛୋଟ ଖଣ୍ଡ କରି ସେଥିରେ ପକାଇ ଦିଅନ୍ତୁ।ଦେଖିବେ ସବୁ ପୋକ ବାହାରି ଯିବେ।ଯଦି ଆପଣଙ୍କ ପାଖରେ କୌଣସି ଜୁସ ମେକର ନାହିଁ ତେବେ ଆପଣ କମଳାକୁ ଛୋଟ ଛୋଟ ଖଣ୍ଡ କରି କାଟି ଏକ ପାତ୍ର ଉପରେ ଗ୍ଲାସକୁ ଏହି ଭଳି ରଖି ଆପଣ ଏହାର ଜୁସ ବାହାର କରି ପାରିବେ।

ଏହା ପରେ ଏହି ଜୁସକୁ ଛାଣିବା ସମୟରେ ଛୋଟ କଣା ଥିବା ଛଣା ବ୍ଯବହାର ନ କରି ବଡ଼ ଛଣା ବ୍ୟବହାର କରନ୍ତୁ।ଏହା ପରେ କମଳାର ଯେଉଁ ମଞ୍ଜି ଅଛି ତାକୁ ଚାମଚ ସାହାର୍ଯ୍ୟରେ ବାହାର କରି ଦିଅନ୍ତୁ। କମଳାରେ ବହୁତ ମାତ୍ରାରେ ଭିଟାମିନ ସି ରହିଛି।ଏହା ସହ କମଳାର ଯେଉଁ ଭିତର ଅଂଶ ଅଛି ସେଥିରେ ଫାଇବର ମଧ୍ୟ ଥାଏ।ଏବେ ଆପଣଙ୍କ ଯୁସ ଫାଇବର ଯୁକ୍ତ।

Leave a Reply

Your email address will not be published. Required fields are marked *