ସାମ୍ନାକୁ ଆସିଲା ରୂପାଙ୍କ ଚୁଡି ଏବଂ ଗହଣା ଖର୍ଚ୍ଚ,ଜାଣନ୍ତୁ କଣ ରହିଥାଏ ତାଙ୍କ ଗହଣା ସାମଗ୍ରୀ ମଧ୍ୟରେ,Ranihara ଦାମ ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

Spread the love

ବହୁ ଚର୍ଚ୍ଚିତ ଓଡ଼ିଆ ଭ୍ଲଗର ରୁପା ପିଣ୍ଟୁଙ୍କ ଯୋଡି ବର୍ତ୍ତମାନ ସାରା ଓଡିଶାବାସୀଙ୍କର ପ୍ରିୟ ହୋଇ ଯାଇଛନ୍ତି। ଅଳ୍ପ କିଛି ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଏବଂ ଭ୍ଲଗ ବନେଇ ନିଜ କ୍ୟାରିୟର ଆରମ୍ଭ କରିଥିବା ରୁପା ପିଣ୍ଟୁ ବର୍ତ୍ତମାନ ଜଣେ ସଫଳ ୟୁଟ୍ୟୁବର ହୋଇ ପାରିଛନ୍ତି। ତାଙ୍କ ଚାଲିଚଳଣୀ ଜଣେ ଖାଣ୍ଟି ଓଡ଼ିଆ ଘରର ଅଟେ କିନ୍ତୁ ରୁପା ନିଜ ମନମୁତାବକ ଗହଣା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଏଥିରେ ସେ ଅନେକ ପଇସା ଖର୍ଚ୍ଚ ମଧ୍ୟ କରିଥାନ୍ତି।

ଜଣେ ବିବାହିତା ନାରୀ ହିସାବରେ ରୁପା ହାତରେ ଶଙ୍ଖା, ଚୁଡି ଏବଂ ବେକରେ ମଙ୍ଗଳସୁତ୍ର, ହାର ଆଦି ଲଗାଇ ଥାଆନ୍ତି। ସାରା ଓଡିଶାବାସୀ ତାଙ୍କୁ ଅନେକ ଗହଣା ଏବଂ ରଙ୍ଗ ବେରଙ୍ଗର ଶଙ୍ଖାରେ ସଜ୍ଜିତ ହୋଇଥିବା ଦେଖିଛନ୍ତି। ରୁପା ତାଙ୍କ ସମସ୍ତ ଗହଣା କେବଳ ଏସପି ଗୋଲଡ଼ରୁ ହିଁ କିଣିଥାନ୍ତି।

କାରଣ ସେମାନେ ସେଠାରେ ନୂତନ ଡିଜାଇନର ବିଭିନ୍ନ ପ୍ରକାରର ଗହଣା ସଠିକ ମୂଲ୍ୟରେ ପାଇ ଥାଆନ୍ତି। ତେଣୁ ରୁପା ଏବଂ ପିଣ୍ଟୁ ତାଙ୍କ ସମସ୍ତ ଗହଣା ସେଠାରୁ ହିଁ ନେଇ ଥାଆନ୍ତି। ତେବେ ଆସନ୍ତୁ ଆଲୋଚନା କରିବା ରୂପାଙ୍କ ପାଖରେ କଣ କଣ କେତେ ପ୍ରକାରର ଗହଣା ରହିଛି।ରୂପାଙ୍କ ପାଖରେ ଗୋଟିଏ ସୁନାର ମଙ୍ଗଳସୁତ୍ର ରହିଛି

ଏବଂ ଏହାର ମୂଲ୍ୟ ହେଉଛି ପାଖାପାଖି ୭୦,୦୦୦ ଟଙ୍କା। ଏହା ବ୍ୟତୀତ ରୂପାଙ୍କ ପାଖରେ ଦୁଇଟି ସୁନା କାନ ଫୁଲ ରହିଛି ଏବଂ ଏହାର ମୂଲ୍ୟ ହେଉଛି ୩୦,୦୦୦ ଟଙ୍କା। ଏହା ଛଡ଼ା ତାଙ୍କ ପାଖରର ଏକ ସୁନ୍ଦର ଡିଜାଇନର ରାଣୀ ହାର ରହିଛି, ଯାହାର ମୂଲ୍ୟ ହେଉଛି ୧,୫୦,୦୦୦ ଟଙ୍କା।

ଏଥିସହିତ ରୂପାଙ୍କ ପାଖରେ ଏକ ସୁନା ଚେନ ସହିତ ଦୁଇ ହଳ ସୁନା ଶଙ୍ଖା ମଧ୍ୟ ରହିଛି। ସୁନା ବ୍ୟତୀତ ରୂପାଙ୍କ ପାଖରେ ଇମିଟେଶନର ଅନେକ ଗହଣା ରହିଛି ଏବଂ ସୁନ୍ଦର ସୁନ୍ଦର ଡିଜାଇନର ଚୁଡି ମଧ୍ୟ ରହିଛି।ସୂଚନାଯୋଗ୍ୟ ଯେ, ରୁପା ଏବଂ ପିଣ୍ଟୁ ସହରରେ ନୁହେଁ ଗାଁ ରେ ନିଜର ୟୁଟ୍ୟୁବ ଭିଡ଼ିଓ ସୁଟିଂ କରିଥାନ୍ତି।

ସେ ନିଜ ଗାଁକୁ ଦେଖାଇବା ସହିତ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରି ଦର୍ଶକଙ୍କ ମନୋରଞ୍ଜନ କରାଇ ଥାଆନ୍ତି। ଏହା ଦ୍ୱାରା ଲୋକମାନେ ନୂତନ ନୂତନ ପ୍ରକାରର ଖାଦ୍ୟ ସମ୍ପର୍କରେ ମଧ୍ୟ ଜାଣି ପାରନ୍ତି। ତାଙ୍କର ଚ୍ୟାନେଲ ନାମ ହେଉଛି “ରୁପା,ପିଣ୍ଟୁ, ଏବଂ ଖୁସି ଏକ୍ସପ୍ରେସ” ଯେଉଁଥିରେ ସେ ଦୈନିକ ଭିଡ଼ିଓ ଛାଡି ଥାଆନ୍ତି। ଏହିପରି ଭାବରେ ସେ ଓଡ଼ିଶାର ଘରେ ଘରେ ପରିଚିତ।

Leave a Reply

Your email address will not be published. Required fields are marked *