ଜନ୍ମ ଦିନ ରେ ରୂପ ଙ୍କୁ ମିଳିଲା ଏହି ସ୍ପେସିଆଲ Premium ଗିଫ୍ଟ ,ଆଉ କେକ ରେ ଲେଖା ଥିଲା ଏପରି ଯେ ଦେଖିବା ପରେ ଗାଁ ଲୋକ ହେଇଗଲେ ଆଶ୍ଚର୍ଯ୍ୟ…ଦେଖନ୍ତୁ Video

Spread the love

ରୁପା ପିଣ୍ଟୁ ଏବଂ ଖୁସୀଙ୍କ ୟୁଟ୍ୟୁବ ଚ୍ୟାନେଲ ଓଡିଶାର ଘରେ ଘରେ ପରିଚିତ। କିଛି ଦିନ ତଳେ ସାରା ଓଡ଼ିଶାରେ ଚର୍ଚ୍ଚିତ ରୁପାଙ୍କ ଜନ୍ମ ଦିନ ରହିଥିଲା। ଏହାକୁ ପିଣ୍ଟୁ ଏବଂ ତାଙ୍କ ପରିବାର ସଦସ୍ୟ ବହୁତ ଖୁସିର ସହିତ ପାଳନ କରିଛନ୍ତି। ଏହାର ପୂର୍ଵ ଦିନ ରାତିରେ ଅନିଦ୍ରା ରହି ରାତି ୧୨ ଟା ରେ ପିଣ୍ଟୁ ରୂପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।ଏହାପର ଦିନ ସେ ରୂପାଙ୍କ ପାଇଁ ଏଜ ସ୍ପେଶାଲ ରୁପେଲି ରଙ୍ଗର କେକ୍ ଆଣିଥିଲେ

ଏବଂ ପରିବାର ସଦସ୍ୟଙ୍କ ସହ ମିଶି କାଟି ରୂପାଙ୍କ ଜନ୍ମଦିନର ଖୁସି ମନାଇ ଥିଲେ। ପୂର୍ବରୁ ପିଣ୍ଟୁ ତାଙ୍କୁ ଏକ ଅତି ମନଲୋଭା ସୁନ୍ଦର ସିନ୍ଦୁର ଫରୁଆ ଏବଂ କାଚ ଗିଫ୍ଟ କରିଥିଲେ। ତାଙ୍କର ଏହି ଜନ୍ମଦିନର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ସମ୍ପୂର୍ଣ୍ଣ ପରିବାର ଏବଂ ପଡ଼ୋଶୀଙ୍କ ସହ ମିଶି ସେମାନେ ଫଟୋ ଉଠାଇଥିଲେ।

ସମ୍ପୂର୍ଣ୍ଣ ପରିବାର ସଦସ୍ୟ ଏବଂ ଗାଁ ର ସମସ୍ତ ଲୋକଙ୍କୁ ପିଣ୍ଟୁ ନିଜ ହାତରେ ମିଠା ଖୁଆଇଥିଲେ। ଏହା ପରେ ରାତିରେ ଭୋଜିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପିଣ୍ଟୁଙ୍କ ସାଙ୍ଗ, ଗ୍ରାମର ଲୋକମାନେ ସମସ୍ତେ ଏହି ଭୋଜିରେ ସାମିଲ ହୋଇଥିଲେ।ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଓଡ଼ିଶାରେ ଜଣେ ସଫଳ ୟୁଟ୍ୟୁବର ଭାବରେ ପରିଚିତ ରୁପା ଏବଂ ପିଣ୍ଟୁ ।

ସେ ନିକଟରେ ଏକ ନୂଆ ଫିଲ୍ମ ମଧ୍ୟ କରିଛନ୍ତି ଯେଉଁ ଥିରେ କି ସୁନାମଧନ୍ୟ କଳାକାରମାନେ ମଧ୍ୟ ଅଭିନୟ କରିଛନ୍ତି। ସେମାନେ ହେଉଛନ୍ତି ପ୍ରସିଦ୍ଧ କଳାକାର ତଥା ଓଡ଼ିଆ ଯାତ୍ରା ଜଗତର ଜଣେ ଜଣାଶୁଣା ଚେହେରା ରାଇମୋହନ ସାର ଯିଏକି ଏହି ଫିଲ୍ମରେ ପିଣ୍ଟୁଙ୍କ ବାପା ଭୂମିକାରେ ଦେଖିବାକୁ ମିଳିବେ

ଏବଂ ବିକାଶ ସାର ଯିଏକି ରୁପା ପିଣ୍ଟୁଙ୍କ ଏହି ଫିଲ୍ମରେ ରୂପାଙ୍କ ବାପା ଭୂମିକାରେ ଦେଖିବାକୁ ମିଳିବେ।ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଭ୍ଲଗ ବନେଇ ନିଜ କ୍ୟାରିୟର ଆରମ୍ଭ କରିଥିବା ରୁପା ପିଣ୍ଟୁ ବର୍ତ୍ତମାନ ଜଣେ ସଫଳ ୟୁଟ୍ୟୁବର ହୋଇ ପାରିଛନ୍ତି।
ଏହା ବ୍ୟତୀତ ରୁପା ଏବଂ ପିଣ୍ଟୁଙ୍କୁ ସମସ୍ତେ

ଜଣେ ଜଣାଶୁଣା ଓଡ଼ିଆ ଭ୍ଲଗର ଭାବରେ ଜାଣନ୍ତି। ସେ ନିଜ ନିଜ ଭ୍ଲଗ ଦ୍ୱାରା ଲୋକମାନେ ନୂତନ ନୂତନ ପ୍ରକାରର ଖାଦ୍ୟ ସମ୍ପର୍କରେ ମଧ୍ୟ ଜାଣି ପାରନ୍ତି। ତାଙ୍କର ଚ୍ୟାନେଲ ନାମ ହେଉଛି “ରୁପା,ପିଣ୍ଟୁ, ଏବଂ ଖୁସି ଏକ୍ସପ୍ରେସ” ଯେଉଁଥିରେ ସେ ଦୈନିକ ଭିଡ଼ିଓ ଛାଡି ଥାଆନ୍ତି। ଏହିପରି ଭାବରେ ସେ ଓଡ଼ିଶାର ଘରେ ଘରେ ପରିଚିତ।

Leave a Reply

Your email address will not be published. Required fields are marked *