ମା ,ବାପା Mihir ଙ୍କ ପରେ ଭାଇର ମୁଖାଗ୍ନି ଦେଉଛନ୍ତି ଅମ୍ଲାନ, ଦେଖିଲେ କୋହ ସହୁନି ଅମାନିଆ ଲୁହଗୁଡା ଗଡିଯାଉଛି..

ମନରେ ଦୁଃଖ ଛାତିରେ ଅସହ୍ୟ ଯନ୍ତ୍ରଣା ନେଇ ଭାଇ ମୁହଁରେ ମୁଖାଗ୍ନି ଦେଉଛନ୍ତି ଅଭିନେତା ଅମ୍ଳାନ ଦାସ। ଦିନ କେଇଟା ହେବ ନାହିଁ ବାପା ଚାଲି ଯାଇଥିଲେ।କିଛି ବର୍ଷ ହେବ ମା ଚାଲି ଯାଇଥିଲେ। ଆଉ ସାନ ଭାଇଟା ଚାଲି ଗଲେ।

ମା ମୁହଁରେ ମୁଖାଗ୍ନି ଦେଇଥିଲି ବାପା ମୁହଁରେ ବି ଦେଇଥିଲି ଆଉ ଆଜି ସାନ ଭାଇ ମୁହଁରେ ବି ମୁଖାଗ୍ନି ଦେଉଥିଲେ। ଛାତିରେ କେତେ ଯେ କଷ୍ଟ ହେଇଥିବ ସେ କଥା କେବଳ ଅମ୍ଳାନ ହିଁ ଜାଣି ଥିବେ। ମିହିର ଦାସ ଚାଲି ଯିବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ତାଙ୍କ ପୁଅ ଅକ୍ଲାନ୍ତ ଦାସ। ବାପାଙ୍କୁ ଖୁବ ଭଲ ପାଉଥିଲେ।

ଆଉ ବାପା ମିହିର ଦାସ ମଧ୍ୟ ଅକ୍ଲାନ୍ତଙ୍କୁ ବଡ଼ ପୁଅଙ୍କ ଠାରୁ ଖୁବ ଭଲ ପାଉଥିଲେ। ଆଉ ବାପାଙ୍କୁ ହରାଇବା ପରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ଅକ୍ଲାନ୍ତ। ଅକ୍ଲାନ୍ତ ବହୁତ ଡିପ୍ରେସନରେ ରହୁଥିଲେ। ଆଉ ତା ପରେ ଲିଭର ଜନିତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିଲେ।ଆଉ ଭୁବନେଶ୍ବରସ୍ଥିତ ଏମ୍ସ

ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା।ଆଉ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ଆଉ ଏହା ପରେ କଟକରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରା ଯାଇଛି। ଅକ୍ଲାନ୍ତଙ୍କ ମୃ-ତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ ବୟସ ହୋଇଥିଲା।ପ୍ରାୟ ମାସେ ହେବ ସେ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଥିଲେ।ଗତ କାଲି ବିଳମ୍ବିତ

ରାତି ପ୍ରାୟ ୧୨ ବେଳେ ତାଙ୍କର ମୃ-ତ୍ୟୁ ହୋଇଛି। ଆଉ ଏହକୁ ବିଶ୍ୱାସ ନ କଲେ ମଧ୍ୟ ବିଶ୍ଵାସ କରିବାକୁ ପଡ଼ିବ। କାରଣ ଏ ହେଉଛି ସତ।ଆଉ ଏହା ପରେ ସାରା ପରିବାରରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *