ଓଡ଼ିଶାର ଓଡ଼ିଆ ଚ୍ୟାନେଲ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ସୋ “ଓଡ଼ିଶାର ନୂଆ ସ୍ୱର” ପ୍ରତିଯୋଗିତାରେ ଭାଗ ନେଇ ବର୍ତ୍ତମାନ ଓଡ଼ିଶାର ଘରେ ଘରେ କୁନି ବାବୁସାନ ନାମରେ ପରିଚିତ ହୋଇଥିବା ସିଙ୍ଗର ଶାନ୍ତନୁ ବର୍ତ୍ତମାନ ଷ୍ଟେଜ ସୋରେ ବ୍ୟସ୍ତ। ଲୋକମାନେ ତାଙ୍କୁ ଓଡ଼ିଶାରେ ଭାଇରଲ ବଏ ନାମରେ ଜାଣିଛନ୍ତି। ତାଙ୍କ ସ୍ୱର, କଣ୍ଠ, ତାଳ ଏବଂ ଲୟ ଦ୍ୱାରା ଲୋକମାନଙ୍କୁ ନିଜର କରିଥିବା ଶାନ୍ତନୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି।
ଭାଇରାଲ ବଏ ଶାନ୍ତନୁ ମହାନ୍ତି ଅନେକ ଗୀତରେ ଗୀତ ଗାଇବା ସହିତ ନିଜେ ଅଭିନୟ ମଧ୍ୟ କରିଛନ୍ତି। ଏହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ତାଙ୍କର ଅନେକ ଗୀତ ୟୁଟୁବରେ ରିଲିଜ ହୋଇ ସାରିଛି। ଏଥିମଧ୍ୟରୁ “ବାଜିବ ଲୋ ଯୋଡି ମହୁରୀ” ହିଟ ହୋଇଛି। ଏହିପରି ଅନେକ କିଛି ଗୀତ ବର୍ତ୍ତମାନ ରିଲିଜ ହେବାକୁ ବାକି ମଧ୍ୟ ରହିଛି।
ବାବୁସାନଙ୍କ ଭଳି ଭବିଷ୍ୟତରେ ହିରୋ ହୋଇ ନିଜ ଚଳଚ୍ଚିତ୍ରରେ ନିଜେ କଣ୍ଠ ଦାନ କରିବାକୁ ଇଚ୍ଛା ରଖିଥିବା ଶାନ୍ତନୁ ବର୍ତ୍ତମାନ ଲୋକପ୍ରିୟତା ପାଇଁ ପ୍ରତ୍ୟେକ ଜାଗାରେ ଷ୍ଟେଜ ସୋ କରୁଛନ୍ତି। ତାଙ୍କର ଏହି ଭିଡ଼ିଓ ବହୁଳ ମାତ୍ରାରେ ସୋସିଆଲ ମିଡ଼ିଆ ଅର୍ଥାତ ଫେସବୁକ, ଇନଷ୍ଟାଗ୍ରାମ ଆଦିରେ ସେୟାର ହେଉଛି
ଏବଂ ତାଙ୍କ ଲୋକପ୍ରିୟତା ସବୁ ସ୍ଥାନରେ ଦେଖିବାକୁ ମିଳୁଛି।ଏହି କୁନି ଗାୟକ ଶାନ୍ତନୁ ମହାନ୍ତି କୁହନ୍ତି ଯେ, ଯେତେବେଳେ ତାଙ୍କୁ ୩ ବର୍ଷ ବୟସ ହୋଇଥିଲା , ସେତେବେଳେ ଠାରୁ ସେ ଗୀତ ଗାଉଛନ୍ତି ଏବଂ ୪ ବର୍ଷ ବୟସରୁ ସେ ଗୀତ ମଧ୍ୟ ଶିଖୁଛନ୍ତି। ଓଡ଼ିଆରେ ତାଙ୍କ ପସନ୍ଦିତ ଗାୟକ ହେଉଛନ୍ତି ହ୍ୟୁମାନ ସାଗର ଏବଂ ବାବୁସାନ ମହାନ୍ତି।
ହିନ୍ଦୀରେ ତାଙ୍କ ପସନ୍ଦିତ ଗାୟକ ହେଉଛନ୍ତି କିଶୋର କୁମାର ଏବଂ ଅରିଜିତ ସିଂ। ସେ ଓଡ଼ିଶାର ସେହି ଟିଭି ସୋରେ ସେମିଫାଇନାଲ ପର୍ଯ୍ୟନ୍ତ ଯାଇଥିଲେ। ଏହାପରେ ସେ ଏଲିମିନେଟ ହୋଇଯାଇଥିଲେ। ଏହାପରେ ସର ଓଡ଼ିଆବାସୀଙ୍କ ଭଲ ପାଇବା ଯୋଗୁଁ ସେ ଷ୍ଟେଜ ପ୍ରୋଗ୍ରାମ କରୁଛନ୍ତି।