ଆଜି ଆମେ ଜାଣିବା କେମିତି ଶାଶୁ ବୋହୂଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବ।ଆଜି ସମଗ୍ର ବିଶ୍ୱରେ ପରିବାରରେ କଳହ ଲାଗି ରହିଛି।ସବୁ ପରିବାରରେ କୌଣସି ନା କୌଣସି ସମସ୍ୟା ସୃଷ୍ଟି ହେଉଛି ଯାହା ଫଳରେ ପରିବାରରେ ଅଶାନ୍ତି ଦୁଃଖ ଯନ୍ତ୍ରଣା ଲାଗି ରହିଛି। ଶାଶୁ ଓ ବୋହୂଙ୍କ ମଧ୍ୟରେ ଅନେକ ଜାଗା କଳହ ସୃଷ୍ଟି ହେଉଛି ଯାହା ଫଳରେ ସମଗ୍ର ପରିବାରରେ ଅଶାନ୍ତି ହେଉଛି।ଥରେ ଜଣେ ଅଧ୍ୟାପକ ଗୋଟିଏ ଆଶ୍ରମରେ ପହଞ୍ଚି ଗଲେ।ସେ ଜଣେ ସନ୍ଥଙ୍କୁ କହିଲେ
ମୁଁ ଗୋଟିଏ ପ୍ରଶ୍ନ ନେଇ ଆପଣଙ୍କ ପାଖରେ ପହଞ୍ଚିଛି।ସେ କହିଲେ କି ମୋର ପରିବାରରେ ଅଶାନ୍ତି ଲାଗି ରହିଛି ଯାହା ମୋର ଅଧ୍ୟାପକ ଜୀବନକୁ ଅସୁବିଧା କରୁଛି।ସେ କହିଲେ କି ମୋ ପତ୍ନୀ ଓ ତାଙ୍କ ଜନ୍ମିତ ମାତାଙ୍କ ମଧ୍ୟରେ କଳହ ଲାଗି ରହିଛି।ତାର ପର ଦିନ ସନ୍ଥ ତାଙ୍କ ଘରେ ପହଞ୍ଚି ଗଲେ।ଆଉ କହିଲେ ତାଙ୍କ ଜନ୍ମିତ ମାତାଙ୍କୁ ଡକାଅ।
ମାଆ କହିଲେ ଯେଉଁ ବୋହୂ ଆସିଛି ଆମ ଘରକୁ ସେ ଉଠାଉଛି ପକାଉଛି।ତା ପାଇଁ ମୋ ଘର ଆଜି ନଷ୍ଟ ହୋଇଗଲା।ସେ କହିଲେ ମୁଁ ଗୋଟିଏ ଫଳ ଆଣିଛି।ଯେତେବେଳେ ତୁମ ବୋହୂ ତୁମକୁ କିଛି କହିବ ଏ ଫଳକୁ ପାଟିରେ ପୁରେଇ ଦେବ।ଦେଖିବେ ସବୁ ସମାଧାନ ହୋଇଯିବ।ତାଙ୍କ ସ୍ତ୍ରୀଙ୍କୁ ଡାକିଲେ।
ବୋହୂ ମଧ୍ୟ ସେହି କଥା କହିଲେ।ସନ୍ଥ ତାଙ୍କୁ ମଧ୍ୟ ସେହି କଥା କହିଲେ।ସନ୍ଧ୍ୟାବେଳେ ଯେତେବେଳେ କଳହ ହେଲା ଦୁଇଜଣ ଏହି ଭଳି କଲେ।ଧୀରେ ଧୀରେ ଶାଶୁ ଲକ୍ଷ କଲେ କହିଲେ ମୋ ବୋହୂ ଆଉ କଣ କିଛି କହୁନି।ବୋହୂ ମନରେ ମଧ୍ୟ ଏହା ସୃଷ୍ଟି ହେଲା।କିଛି ଦିନ ପରେ ଅଧ୍ୟାପକ ଜଣଙ୍କ ଯାଇ ଆଶ୍ରମରେ ପହଞ୍ଚିଲେ।
ସେ ସନ୍ୟାସୀଙ୍କୁ ବହୁତ ଧନ୍ୟବାଦ ଦେଲେ।ସନ୍ଥ ମହାତ୍ମା କହିଲେ ମୁଁ କିଛି କହିନି।ଆଜିର ସମାଜରେ କଣ ହେଉଛି ଯେତେବେଳେ ଜଣେ ବୋହୂ ଘରକୁ ଯାଉଛି ସେ ତାର ଶାଶୁଙ୍କୁ ମା ବୋଲି ଗ୍ରହଣ କରି ପାରୁ ନାହିଁ।ଯେତେବେଳେ ମାଆ ତାର ଝିଅଙ୍କୁ ଗାଳି କରେ ଝିଅ କଣ ତା ମାଆ ଉପରେ ଚିଡି ହୁଏ। ଘରକୁ ଆସିଥିବା ବୋହୂ ଯଦି ଶାଶୁଙ୍କୁ ମା ଭଳି ଗ୍ରହଣ କରେ ତେବେ ଘରେ କଳହ ହୁଏ ନାହିଁ।
ଆଜିର ସମାଜରେ କଳି କେବେ ବି ଲାଗି ରୁହନ୍ତା ନାହିଁ।ଯେତେବେଳେ ଶାଶୁ ମୌନ ରହିବ ଓ ବୋହୂ ଯେତେବେଳେ କହିବ ଶାଶୁ ମୌନ ରହିବ।ଆମେ ଭାବିବା କି ଆମ ମା କିଛି କହିଲା ଆମେ ଚୁପ ରହିବା।ଯଦି ଆମେ ସମସ୍ତଙ୍କୁ ସ୍ନେହ ଭଲ ପାଇବା ଦେବା ସମସ୍ତେ ଭଲ ହୋଇଯିବେ।ସମାଜକୁ ଯଦି ଆମେ ତୁ ତୁ କହିବା ଏ ସମାଜ ଆମକୁ ବହୁତ ଖରାପ କହିବ।