ସରକାରୀ Schools ର ପ୍ରତି ଛାତ୍ର ଛାତ୍ରୀଙ୍କୁ ପ୍ରତି ମାସରେ ମିଳିବ ଏକ ହଜାର ଟଙ୍କା,ଦେଖନ୍ତୁ କଣ ରହିଛି ଏହି ନୂଆ ସୁବିଧା ବିଷୟରେ…

Spread the love

ଆଜିକାଲି ସରକାର ପିଲାଙ୍କ ପଢିବା ପାଇଁ ଅନେକ କିଛି ସୁବିଧା କରି ସାରିଛନ୍ତି। ବିଦ୍ୟାଳୟରେ ପିଲାଙ୍କୁ ଖାଦ୍ୟ ଠାରୁ ଆରମ୍ଭ କରି ସେମାନଙ୍କୁ ବହି, ଡ୍ରେସ ଆଦି ବଣ୍ଟନ କରିବା ପର୍ଯ୍ୟନ୍ତ ସବୁକିଛି ସରକାର ନିଜେ ବହନ କରୁଛନ୍ତି। ଛୋଟ ବେଳୁ ପିଲାଙ୍କ ପଢିବା ଖର୍ଚ୍ଚ ମଧ୍ୟ ସରକାର ନିଜେ ବହନ କରୁଛନ୍ତି। ସେହିପରି ଏହି ସବୁ ସୁବିଧାରେ ଅନ୍ୟ ଏକ ସୁବିଧା ଯୋଡି ହେବାକୁ ଯାଉଛି ଏବେ ଏହା କେବଳ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ।

ଉଚ୍ଚ ଶିକ୍ଷା କରିବାକୁ ଯାଉଥିବା ପ୍ରତ୍ୟେକ ଛାତ୍ରୀଙ୍କୁ ମିଳିବ ୧,୦୦୦ ଟଙ୍କା ଲେଖାଏଁ ସହାୟତା। ତାମିଲନାଡୁର ସରକାରଙ୍କ ତତ୍ୱାବଧାନରେ ଏହି ବିଚାର ନିଆଯାଇଛି।ଏହା ଫଳରେ ପ୍ରତି ମାସରେ ସମସ୍ତ ଛାତ୍ରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧,୦୦୦ ଟଙ୍କା ଲେଖାଏଁ ପଠାଯିବ। ଏହା ଦ୍ୱରା ଉଚ୍ଚ ଶିକ୍ଷାରୁ ବଂଚିତ ହେଉଥିବା ଅନେକ ଛାତ୍ରୀମାନେ ନିଜ ପଢ଼ କାର୍ଯ୍ୟ ଆଗକୁ ଜାରି ରଖି ପାରିବେ।

ସାଧାରଣତଃ ଅନେକ ଛାତ୍ରୀଙ୍କ ଅର୍ଥାଭାବ କାରଣରୁ ସେମାନେ ଉଚ୍ଚ ଶିକ୍ଷାରୁ ବଂଚିତ ରହୁଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ କରିବା ଲାଗି ଆମ ସରକାର ଏହି ପନ୍ଥା ଆପଣେଇଛନ୍ତି।ରାଜ୍ୟର ଅର୍ଥମନ୍ତ୍ରୀ ପି.ଟି. ରାଜନ ରାଜ୍ୟସଭାରେ ଚଳିତ ବର୍ଷ ୨୦୨୨-୨୩ ପାଇଁ ବଜେଟ ଉପସ୍ଥାପନା କରି ଏହା ଘୋଷଣା କରିଛନ୍ତି।

ଏହା ଦ୍ୱାରା ରାଜ୍ୟର ୬ ଲକ୍ଷ ଝିଅ ଉପକୃତ ହେବେ। ଘୋଷଣା ଅନୁଯାୟୀ ବଜେଟ୍ ରେ ଏଥିପାଇଁ ୬୯୮ କୋଟି ଟଙ୍କାର ଆବଣ୍ଟନ କାରାଯାଇଛି। ଏହା ଦ୍ୱାରା ସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ଶେଷ କରିବା ପାଇଁ ପ୍ରତି ମାସରେ ୧,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଏହା ସହିତ ମନ୍ତ୍ରୀ କହିଛନ୍ତି ଯେ, ଏହି ଅନୁଦାନ ସହିତ ଛାତ୍ରୀମାନେ ଅନ୍ୟ ଛାତ୍ର ବୃତ୍ତି ପାଇଁ ମଧ୍ୟ ଯୋଗ୍ୟ ହୋଇ ପାରିବେ। ସେଥିରେ କୌଣସି ଅସୁବିଧା ରହିବ ନାହିଁ।। ସରକାରଙ୍କ ଏହିଭଳି ସୁନ୍ଦର ଚିନ୍ତାଧାରା ଅନେକ ଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷିତ କରାଇବ ଏବଂ ଏହା ଦ୍ୱାରା ନାରୀଶକ୍ତିର ବିକାଶ ହେବ।

Leave a Reply

Your email address will not be published. Required fields are marked *