ରାତିରେ ଟ୍ରକ ରେ Over Load ନେଇକି ଯାଉଥିବା ସମୟରେ ଏଭଳି ଭୟାନକ ଘଟଣା ଘଟିଲା,ଆଉ କେବେ କେହି ସେହି ରାସ୍ତା ଦେଇକି ଯିବା ପାଇଁ ଡରିବେ ମଧ୍ୟ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ସତ ଭୁତ ଘଟଣା ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଗୋଦାମ ମାଲିକ ପ୍ରାୟ ସମୟରେ ପଇସା ବଞ୍ଚାଇବା ଚକରରେ ଗାଡି ଗୁଡିକ ଓଭରଲୋଡିଙ୍ଗ କରିଦେଇଥାନ୍ତି।

ଏହାଦ୍ୱାରା ଆମ ଡ୍ରାଇଭର ମାନଙ୍କୁ ରାସ୍ତାରେ ବହୁତ ପରିଶ୍ରମ କରିବାକୁ ପଡିଥାଏ।ଆମେ ଚାହିଁ ମଧ୍ୟ ସେମାନଙ୍କୁ କିଛି କହିପାରି ନଥାଉ।ଏପରି ଏକ ଦିନ ରାତିରେ ଆମେ ଯେତେବେଳେ ମାଲ ନେଇ ବାହାରିଲୁ ଟ୍ରକ ତ ଓଭର ଲୋଡିଙ୍ଗ ଥିଲା କିନ୍ତୁ ସେହି ରାସ୍ତା ମଧ୍ୟ ବହୁତ ଖାଲ ଢ଼ିପ ଥିଲା ଯାହାଫଳରେ ତିନି ଘଣ୍ଟାର ରାସ୍ତା ଏବେ ଛଅ ଘଣ୍ଟାରେ ପରିଣତ ହୋଇଯାଇଥିଲା।

ଯେତେବେଳେ ପ୍ରଥମ ତିନିଘଣ୍ଟା ପୂରଣ ହୋଇଗଲା ଅଚାନକ ମାଲିକର ଫୋନ ଆସିବାରେ ଲାଗିଲା।ମାଲିକ ଭୀଷଣ ରାଗି ସେଠାରେ ପହଞ୍ଚିବାପାଇଁ କହିଲା।ସେଥିପାଇଁ ଆମେ ଟ୍ରକର ସ୍ପୀଡ଼ ଯେତିକି ବଢ଼େଇବା କଥା ବଢ଼େଇ ଦେଇ ରାସ୍ତା ଅତିକ୍ରମ କରିବାରେ ଲାଗିଲି।ଯେତେବେଳେ ଟ୍ରକର ସ୍ପୀଡ଼ ବଢ଼ିଲା ଖାଲ ପାଇଁ ତାହାର ବାଲାନ୍ସ ବିଗିଡିବାରେ ଲାଗିଲା।

ଓ କିଛି ବାଟ ଯିବା ପରେ ଓଭରଲୋଡିଙ୍ଗ ଯୋଗୁ ଟ୍ରକ ରାସ୍ତାର ଏକ ପାର୍ଶ୍ଵକୁ ଗାଳି ପଡିଲା।ସେତେବେଳକୁ ଟ୍ରକ ମୋ କଣ୍ଟ୍ରୋଲ ବାହାରେ।ଆମ ଦୁହିଁଙ୍କୁ ବହୁତ ଜୋରରେ ଆଘାତ ଲାଗିଲା।ମୁ ସେହି ସମୟରେ ଭୟଭୀତ ହୋଇଯାଇ ବେହୋସ ହୋଇଗଲି।ଯେତେବେଳେ ଆଖି ଖୋଲିଲା ମୁଁ ଦେଖିଲିଯେ କେହି ଜଣେ ଆମ ଦୁହିଁଙ୍କୁ ଘୋସାଡି ଘୋଷାଡି କୁଆଡେ ନେଇଯାଉଛି।

ମୁ ସେତେବେଳକୁ ପୁରା ରକ୍ତରେ ସୁଡୁବୁଡ଼ ହୋଇସାରିଲେଣି।କିନ୍ତୁ ଭଗବାନଙ୍କ ଦୟାରୁ ମୁଁ ହୋସରେ ଥାଏ।କିନ୍ତୁ ସେଇଠୁ ଅଳ୍ପ ଦୂରରେ ପଡିଥିବା ମୋ ହେଲ୍ପରକୁ ଦେଖି ମତେ ଏପରି ଲାଗୁଥାଏ ଯେପରି ତା ଦେହରେ ଆଉ ଜୀବନ ନାହିଁ।କାରଣ ତା ଆଖି ସମ୍ପୂର୍ଣ୍ଣ ଭାବରେ ବନ୍ଦ ଥିଲା ଓ ତା ଶରୀରରୁ କୌଣସି ପ୍ରକାରର ହଲଚଲର ଆଭାସ ହେଉ ନଥାଏ।

ସେ ଏପରି ଘୋଷାଡି ନେଇ ଏକ ବଡ଼ ଗଛ ତଳେ ଆମକୁ ଫୋପାଡି ଦେଲା।ଏହାପରେ ସେ ଆମ ଆଖି ସମ୍ନାରୁ ହଠାତ ଉଭେଇଗଲା।ମୁ ସେଠୁ ଉଠି ଆସିବାପାଇଁ ଚେଷ୍ଟା କଲି।କିନ୍ତୁ ମୋର ହାତ ଗୋଡ଼ ଠିକ ଭାବରେ କାମ କରୁ ନଥାଏ।ହଠାତ ସେହି ଗଛଟିର ଉପର ଡାଳରୁ ହଠାତ ଏକ କଳାରଙ୍ଗର ଦଉଡି ଟିଏ ତଳକୁ ଆସିଲା।

ସେହି ଦଉଡିଟି ମୋର ହେଲ୍ପରକୁ ଉପରକୁ ଭିଡି ନେଲା।ଏହା ଦେଖିବା ପରେ ମୁ ବହୁତ ଭୟଭୀତ ହୋଇଗଲି।କିନ୍ତୁ କେଜାଣି ମୋର ଏତେ ଶକ୍ତି ଆସିଲାଯେ ମୁ ଜୀବନକୁ ବାଜି ଲଗାଇ ସେଠାରୁ ଦୌଡ଼ିବାରେ ଲାଗିଲି।ଏହାପରେ ମୁ ସେଜି ହାଇ ୱେ ଉପରେ ବେହସ ହୋଇ ପଡ଼ିଗଲି।ଦ୍ୱିତୀୟ ଥର ଯେତେବେଳେ ଆଖି ଖୋଲିଲା ମୁ ଏକ ଗ୍ରାମ ଭିତରେ ଥାଏ।

ମୁ ଯେତେବେଳେ ଏହି ଘଟଣା ଗ୍ରାମ ବାସୀଙ୍କୁ କହିଲି ସେମାନେ କହିଲେ ଯେଉଠରେ ଏବେ ରାସ୍ତା ହୋଇଛି ସେଠାରେ ଏକ ସାଇତାନ ତାନ୍ତ୍ରିକର ଘର ଥିଲା।ଯିଏ ଲୋକ ମାନଙ୍କୁ ଗୋଲାମ ବନେଇ ରଖିଥିଲା।ତା ଶରୀର ଯାଦୁଗରୀ ଥିଲା ଗାଁ ଲୋକ ତାକୁ ଗଛରର ଝୁଲାଇ ପିଟିପିଟି ମାରିଦେଇଥିଲେ।ଏବେ ମାରିବା ପରେ ସେହି ତାନ୍ତ୍ରିକ ମରିଯାଇଥିବା ଲୋକ ଆତ୍ମାକୁ ମଧ୍ୟ ନିଜର ଗୋଲାମ ବନେଇଦେଇଥାଏ।ତେବେ ଏହା ସମ୍ପୂର୍ଣ କାଳ୍ପନିକ ଅଟେ ଏହାର କୌଣସି ପ୍ରକାର ସତ୍ୟତା ନାହିଁ

Leave a Reply

Your email address will not be published. Required fields are marked *