ସିନ୍ଦୁର (Sinduraa) ଡ଼ବାରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ,ଯାହାଦ୍ୱାରା ମାତ୍ର କିଛି ଦିନ ରେ ସ୍ୱାମୀ ହେବେ ଧନବାନ,ଜାଣନ୍ତୁ କିପରି ରଖିବେ ଏହାକୁ…

Spread the love

ସିନ୍ଦୁରରେ ଅନେକ ବୈଜ୍ଞାନିକ ଗୁଣ ରହିବା ସହିତ ଆଧ୍ୟାତ୍ମିକ ଶକ୍ତି ମଧ୍ୟ ରହିଛି। ଏହା ମଣିଷର ଅନେକ ପ୍ରକାରର ଶୁଭ କାର୍ଯ୍ୟର କାରଣ ହୋଇଥାଏ। ତେବେ ଆସନ୍ତୁ ଆଲୋଚନା କରିବା ପିରିୟଡ୍ସ ସମୟରେ ସିନ୍ଦୂର ଲାଗେଇବେ କି ନାହିଁ, ସିନ୍ଦୁର ପଡିବା ଦ୍ୱାରା ଆମକୁ କଣ ସଂକେତ ମିଳିଥାଏ ଏବଂ ସିନ୍ଦୁର ଲଗାଇଲା ବେଳେ ଆମେ କି ଛୋଟ ଛୋଟ ଭୁଲ କରିଥାଉ।

ହିନ୍ଦୁ ଧର୍ମରେ ବିବାହିତ ମହିଳା ସିନ୍ଦୁର ଲଗାଇବା ଆମ ରୀତିନୀତିରେ ରହିଛି। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଏହା ତାଙ୍କ ସୁହାଗର ପ୍ରତୀକ ବୋଲି କୁହାଯାଏ। ପ୍ରତ୍ୟେକ ମହିଳାଙ୍କ ବିବାହ ହୋଇଗଲା ପରେ ସେମାନଙ୍କୁ ସିନ୍ଦୁର ଲଗାଇବା ଜରୁରୀ ଅଟେ। କିନ୍ତୁ ଆଜିକାଲି ବହୁତ ମହିଳା ଏଇ ରୀତିନୀତି ମାନୁ ନାହାନ୍ତି।

ସେମାନେ ଧୀରେ ଧୀରେ ଏହିସବୁକୁ ଅଣଦେଖା କରି ସାରିଲେଣି। ଅନେକ ଝିଅ ବିନା ସିନ୍ଦୁରରେ ବର୍ତ୍ତମାନ ନିଜର ବୈବାହିକ ଜୀବନ ଅତିବାହିତ କରୁଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ସିନ୍ଦୁରର ବୈଜ୍ଞାନିକ କାରଣ ମଧ୍ୟ ରହିଛି।ଧାର୍ମିକ ମାନ୍ୟତା ଅନୁସାରେ ଏହାକୁ ନିୟମ ଅନୁସାରେ ଲଗାଇବା ଆବଶ୍ୟକ।

ଯେଉଁମାନେ ଏହି ନିୟମ ଠିକ ଭାବରେ ପାଳନ କରନ୍ତି ନାହିଁ, ସେମାନଙ୍କ ସ୍ୱାମୀକୁ ଧନ, ସୁଖ, ଶାନ୍ତି କିଛି ମିଳି ନ ଥାଏ। ସେମାନେ ରୋଗଗ୍ରସ୍ତ ହୋଇଥାନ୍ତି। ତେଣୁ ଏହାଖ ସଠିକ ଭାବରେ ନିୟମ ସହ ଲଗାଇବା ଆବଶ୍ୟକ। ସିନ୍ଦୁର ସର୍ବଦା ନିଜ ପଇସାରେ କିଣିବା ଆବଶ୍ୟକ। କେବେ ବି ଅନ୍ୟ ମହିଳାଙ୍କ ସିନ୍ଦୁର ନିଜ ମଥାରେ ଲଗାଇବା ଅନୁଚିତ।

ସର୍ବଦା ନିଜ ସିନ୍ଦୁର ନିଜେ ଲଗାଇବା ଆବଶ୍ୟକ ନହେଲେ ଆପଣଙ୍କ ସ୍ୱାମୀଙ୍କୁ ଧନ ସମ୍ବଧିତ ଅସୁବିଧାର ସାମ୍ନା କରିବାକୁ ପଡିବ।ଉପହାରରେ ମିଳିଥିବା ସିନ୍ଦୁର କେବେ ବି ନିଜ ସିଂଥିରେ ଲାଗାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ। କେବେ ବି ଗାଧୋଇବା ଆଗରୁ ସିନ୍ଦୁର ଲଗାଇ ଗାଧୋଇବା ଅନୁଚିତ।

ସର୍ବଦା ଗାଧୋଇ ପୂଜା ପାଠ କରିବା ପରେ ସିନ୍ଦୁର ଲଗାଇବା ଦରକାର। ସିଂଦୁର ଲଗାଇବା ସମୟରେ ସର୍ବଦା ନିଜ ସ୍ୱାମୀଙ୍କ ମଙ୍ଗଳ ଆୟୁ କାମନା କରନ୍ତୁ ଏବେ ମା ପାର୍ବତୀଙ୍କ ଆରାଧନା କରନ୍ତୁ। ଏହାକୁ କେବେ ତଳେ ପକାନ୍ତୁ ନାହିଁ ଏବଂ କାହା ସାମ୍ନାରେ ଏହାକୁ ଲଗାନ୍ତୁ ନାହିଁ। ଏହା ସର୍ବଦା ସୁରକ୍ଷିତ ସ୍ଥାନରେ ରଖନ୍ତୁ ଏବଂ ମୁଣ୍ଡରେ ଓଢଣା ଦେଇ ଲଗାନ୍ତୁ।

ସର୍ବଦା ଶୁଖିଲା ସିନ୍ଦୁରର ବ୍ୟବହାର କରନ୍ତୁ। ଭୁଲରେ ସିଂଦୁର ତଳେ ପଡିଗଲେ ଏହାକୁ ଭଲ ଭାବରେ ଏକାଠି କରି ରଖନ୍ତୁ ଏବଂ ମାତା ପାର୍ବତୀଙ୍କୁ କ୍ଷମା ମାଗନ୍ତୁ। ସିନ୍ଦୁରକୁ ରୁପା କାଠି ,ଝିଙ୍କ କଣ୍ଟା କିମ୍ବା ହଳଦୀ କାଠିରେ ଲଗାନ୍ତୁ ଏବଂ ଏହାକୁ କେବେ ଲୁଚେଇ ରଖନ୍ତୁ ନାହିଁ। ସିଂଦୁରକୁ ସବୁବେଳେ ନିଜ ନାକ ସିଧାରେ ଲଗାଇବା ଆବଶ୍ୟକ। ଏହା ଦ୍ୱାରା ସ୍ୱାମୀଙ୍କ ଧନ ବୃଦ୍ଧି ମଧ୍ୟ ହୋଇଥାଏ।

Leave a Reply

Your email address will not be published. Required fields are marked *