୧୦ ମାସର ଶିଶୁ ପାଇଲେ RAILWAYS ରେ ଚାକିରୀ ୧୮ ବର୍ଷରେ ଜଏନ କରିବେ,କାରଣ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

୧୦ ମାସରେ ଶିଶୁକୁ ମିଳିଲା ରେଳବାଇରେ ନିଯୁକ୍ତି।କଥା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିଥାଇ ପାରେ।କିନ୍ତୁ ଏହା ହେଉଛି ପୁରା ସତ।ଜଣେ ୧୦ ମାସର ଶିଶୁ ପାଇଁ ଏହି ଭଳି ପଦକ୍ଷେପ ରେଳ ବିଭାଗ ପକ୍ଷରୁ ନିଆ ଯାଇଛି। ରେଳ ବିଭାଗର ଏହି ଭଳି ପଦକ୍ଷେପକୁ ସବୁ ଜାଗାରେ ଏବେ ପ୍ରଶଂସା କରା ଯାଉଛି।ଏହି ଘଟଣା ହେଉଛି ଛତିଶଗଡର। ଛତିଶଗଡରେ ପ୍ରାଣ ହରାଇ ଥିବା

ଏକ ୧୦ ମାସର ଶିଶୁକୁ ଅନୁକମ୍ପା ଆଧାରରେ ଚାକିରୀ ଟିଏ ମିଳିଛି।ତେବେ ଛତିଶଗଡ଼ରେ ବାପା ମାଆଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଦଶ ମାସର ଶିଶୁକୁ ଅନୁକମ୍ପା ଆଧାରରେ ଚାକିରୀଟିଏ ମିଳିଛି। ଏହି ଶିଶୁକୁ ଚାକିରୀ ସହିତ ସବୁ ସୁବିଧା ମିଳିବ ବୋଲି କୁହା ଯାଉଛି।ଯାହା ସାଧାରଣ ରେଳ କର୍ମଚାରୀଙ୍କୁ ମିଳେ ସବୁ ସୁବିଧା ଏହି ଶିଶୁକୁ ମିଳିବ।

ଶିଶୁକୁ ଯେତେବେଳେ ୧୮ ବର୍ଷ ହେବ ସେ ଏହି ରେଳ ବିଭାଗରେ କାମ କରି ପାରିବ।ସେ ଆହୁରି ମଧ୍ୟ ଏହା କହୁଛନ୍ତି କି ରାଜ୍ୟ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା।ପ୍ରଥମ ଥର ପାଇଁ ଏହି ଭଳି ଏକ ଶିଶୁକୁ ଅନୁକମ୍ପା ଭାବେ ଏହି ଭଳି ସୁବିଧା ମିଳିଛି।ସାଧାରଣ ଭାବେ ସରକାରୀ ଚାକିରୀ କରୁଥିବା

ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର କେହି ଜଣେ ଅନୁକମ୍ପା ଆଧାରରେ ନିଯୁକ୍ତି ପାଆନ୍ତି।ଯାହାକୁ ତତକାଳ ସହାୟତା ଭାବେ ଧରାଯାଏ।ରେଳ ବିଭାଗ ତରଫରୁ ଏକ ବୟାନରେ କୁହା ଯାଇଛି ଗତ ଜୁଲାଇ ୪ ତାରିଖରେ ରେଳ ବିଭାଗରେ ଜଣେ ୧୦ ମାସ ଶିଶୁର ନାମ ପଞ୍ଜିକରଣ ହୋଇଛି ଏହି ଅନୁକମ୍ପା ସହାୟତାରେ।

ଶିଶୁର ପିତା ରେଳ ବିଭାଗରେ କାର୍ଯ୍ୟରତ ଥିଲେ।ଆଉ ଜୁନ ମାସରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ପତ୍ନୀଙ୍କ ସହିତ ତାଙ୍କର ମୃତ୍ୟୁ ହୋଇଥିଲା।ସେଥିରେ ତାଙ୍କ କୁନି ଝିଅ ରକ୍ଷା ପାଇ ଯାଇଥିଲା।ଆଉ ସେହି କୁନି ଝିଅ ରେଳ ବିଭାଗରେ ଚାକିରୀ କରିବ।ତେଣୁ ତାର ନାମ ପଞ୍ଜିକୃତ ହୋଇଛି।

Leave a Reply

Your email address will not be published. Required fields are marked *