ସ୍ୱର ସମ୍ରଜ୍ଞୀଙ୍କ ଲତାଙ୍କ ସ୍ୱର ମନେ ପକେଇ ଦେଲେ Sulekha,ରାଜଧାନୀ ଭୁବନେଶ୍ୱରରେ ଭାଇରଲ ହେଲେ ଆଉ ଜଣେ ପ୍ରତିଭା,କଣ୍ଠ ଶୁଣିଲେ ଆପଣ କହିବେ ଅସୀମା ପଣ୍ଡା ତାଙ୍କ ଆଗେ ଫିକା…ଦେଖନ୍ତୁ Video

Spread the love

ସ୍ମାର୍ଟ ସିଟିର ଷ୍ଟ୍ରିଟ ସିଙ୍ଗର।ଗୀତ ଗାଇଛନ୍ତି ମନ ମୋହୁଛନ୍ତି।କଣ୍ଠରେ କେବଳ ଲତାଙ୍କ ଗୀତ। ସୁରିଲା ସ୍ୱର ମନ ଛୁଆଁ କଣ୍ଠ। ହୃଦୟ କିଣି ନେବା ଭଳି ଗୀତ। ବ୍ୟସ୍ତ ବହୁଳ ରାଜଧାନୀର କେଁ କେଁ ଭିତରେ ଭିଡ଼ ଦେଇ କାନରେ ବାଜୁଛି ମନକୁ ଛୁଇଁଛି କାହା ସ୍ୱର।ଗୀତ ଶୁଣି ବାଟରେ ଯାଉଥିବା ଲୋକ ବି ଘଡ଼ିଏ ଅଟକି ଯାଉଛନ୍ତି।ଆଉ ଶୁଣୁଛନ୍ତି ଶୁଲେଖାଙ୍କ କାନ୍ଥରେ ଲତାଙ୍କ ଗୀତ।ନା ଅଛି ମଞ୍ଚ ନା ଅଛି ଷ୍ଟୁଡିଓ ନା ଅଛି ଅତ୍ୟାଧୁନିକ ମ୍ୟୁଜିକ ସିଷ୍ଟମ।

ରାଜଧାନୀର ରାସ୍ତାରେ ଏମିତି ଗୀତ ଗାଇ ଚାଲିଛନ୍ତି ଶୁଲେଖା।କାହା ପାଇଁ ଈଶ୍ୱର ତ କାହା ପାଇଁ ଜୀବନ। କିନ୍ତୁ ତାଙ୍କ ପାଇଁ ବଞ୍ଚିବାର ରାହା ପାଲଟିଛି ଏହି ସଙ୍ଗୀତ। ହାତରେ ମାଇକ୍ରୋଫୋନ ଓ ସ୍ପିକର ଧରି ରାଜଧାନୀର ଗଳି କନ୍ଧିରେ ପହଞ୍ଚି ଏମିତି ଗୀତ ଗାଇ ଚାଲିଛନ୍ତି ଶୁଲେଖା।ତାଙ୍କ କଣ୍ଠରେ ଏଇଭଳି ଯାଦୁ ଅଛି କି ରାସ୍ତାରେ ଯାଉଥିବା ଲୋକଟିଏ ବି ଅଟକି ଯାଇ

ଏକ ଲୟରେ ଶୁଣୁଛନ୍ତି ତାଙ୍କ ସୁମଧୁର ଗୀତ।ଲୋକଙ୍କର ଗୀତ ଗାଇବର ବହୁତ କିଛି କାରଣ ଥାଏ।କିଏ ଫିଲ୍ମରେ ଗାଏ ତ କିଏ ମେଲୋଡିରେ ଗାଏ।କିନ୍ତୁ ଆପଣ ଏଇଠି ରାସ୍ତାରେ ଗାଉଛନ୍ତି।ଏହାର କାରଣ କଣ।ଲକଡାଉନ ପାଇଁ କେଉଁଠାରେ ମେଲୋଡି ପ୍ରୋଗ୍ରାମ ମିଳେ।ଏହି ସବୁ ଗୀତ ଆପଣ ମୋବାଇଲରେ ଶିଖୁଛନ୍ତି ଆପଣଙ୍କର କେହି ଗୁରୁ ନାହାନ୍ତି।

ଲତାଙ୍କ ଗୀତ ବାସ ଶୁଣେ ଓ ଶିଖେ।ସେ ମୋ ଗୁରୁଜୀ ଓ ସେ ହିଁ ମୋର ଭଗଵାନ।ଆପଣଙ୍କୁ କେବେ ସୁଯୋଗ ମିଳିଛି କି କେଉଁ ସ୍ଥାନରେ ମ୍ୟୁଜିକ ଡାଇରେକ୍ଟରଙ୍କ ପାଖରେ ସୁଯୋଗ ମିଳିନି।ହଁ ମୁଁ କଥା ହୋଇଛି।ଏହା ଭାଗ୍ୟରେ ଥିଲେ ମିଳେ।ଏହା ସହ ଏବେ ପଇସା ପତ୍ରର ବହୁତ ଅସୁବିଧା ଅଛି ମୋର।

ଆଗକୁ ବଢ଼ିବା ପାଇଁ ସମ୍ବଳ ଦରକାର ହୋଇଥାଏ।କିନ୍ତୁ ମୋର ଏହା ନାହିଁ।ଭଗଵାନ ଯଦି ଚାହିଁବେ ତେବେ ଏହା ହେବ।ଯଦି କିଏ ଡାଇରେକ୍ଟର ଆପଣଙ୍କୁ ଦେଖୁଛନ୍ତି ତେବେ ଆପଣ ତାଙ୍କୁ କଣ କହିବେ।ମୋର ତାଙ୍କୁ ବେଶି କିଛି କହିବାର ନାହିଁ।ମୋ ଠାରୁ ଛୋଟ ଛୋଟ ପିଲା ବହୁତ ଭଲ ଗୀତ ଗାଇଛନ୍ତି।

ସେମାନେ ତାଙ୍କୁ ସୁଯୋଗ ଦିଅନ୍ତୁ।ଆଉ ଯଦି ମୋ ଗୀତ ଗାଇବା ଭଲ ଲାଗେ ତାହେଲେ କହିବେ।ଦିନ ଥିଲା ଗୀତ ଶୁଣିବା ତାଙ୍କର ସୋଉକ।କିନ୍ତୁ କିଏ ଜାଣିଥିଲା କି ଦିନେ ଏହି ଗୀତ ତାଙ୍କ ପେଟକୁ ଦାନା ଯୋଗାଇବ।ଗୀତ ଗାଇ ଅନ୍ୟକୁ ଖୁସି କରାଉଥିବା ଏହି ମଣିଷ ଜୀବନରେ କେତେ ଯାତନା ଶହିଛି କେବଳ ସେ ହିଁ ଜାଣେ।ସେ ଗୀତ ଗାଇଛନ୍ତି ନିଜ ପରିଚୟ ପାଇଁ ନୁହେଁ ନିଜ ପେଟ ପାଇଁ।ଯଦି ତାଙ୍କ ଗୀତ ଶୁଣି କେହି ତାଙ୍କୁ ଭାଇରାଲ କରନ୍ତି ତେବେ ତାଙ୍କ ଭାଗ୍ୟ ବଦଳି ଯିବ।

Leave a Reply

Your email address will not be published. Required fields are marked *