ସାଙ୍ଗମାନେ ଆଜି ଆମେ ସୁମଙ୍ଗଳ ଯୋଜନା ବିଷୟରେ ଜାଣିବା।ସରକାରଙ୍କ ତରଫରୁ ଜାତି ପ୍ରଥା ହଟେଇବାପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି।ବର୍ତ୍ତମାନ ଯେଉଁ ଖବର ଆସିଛି ଯେଉଁମାନେ ଇଣ୍ଟର କାଷ୍ଟ ବିବାହ କରୁଛନ୍ତି ସେମାନଙ୍କୁ ସହାୟତା ରାଶି ହିସାବରେ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ।ଆଜି ଆମେ ଜାଣିବା ଆପଣ ଏହି ସହାୟତା ରାଶି ପାଇଁ କିଭଳି ଭାବରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।ଓ ଏଥିପାଇଁ କଣ ସବୁ ଡ଼କୁମେଣ୍ଟ ଦରକାର ହେବ।
ଏଥିପାଇଁ ପ୍ରଥମେ ଆପଣ ସୁମଙ୍ଗଳ ୱେବସାଇଟକୁ ଯାଅନ୍ତୁ।ଆପଣଙ୍କୁ ସହାୟତା ରାଶି ପାଇବା ପାଇଁ ଯେଉଁ ଦୁଇ ଜଣ ବିବାହ କରୁଛନ୍ତି ସେମାନେ ଓଡିଶାର ବାସୀ ହେବା ଦରକାର।ସେଠି ମଧ୍ୟରୁ ଜଣେ ସିଡିଲ କାଷ୍ଟ ହେବା ଦରକାର।ନଚେତ ସେମାନେ ଏହା ପାଇବା ପାଇଁ ଯୋଗ୍ୟ ହେବେନି।ଏହା କେବଳ ଆପଣଙ୍କୁ ଗୋଟେ ଥର ମିଳିବ
ଯଦି ଆପଣ ଦ୍ଵିତୀୟ ଥର ବିବାହ କରିଛନ୍ତି ତେବେ ଏହା ମିଳିବ ନାହିଁ।ଏଥିପାଇଁ ଆପଣଙ୍କୁ ବିବାହ ସାର୍ଟିଫିକେଟର ଫଟୋ କପି, ଉଭୟଙ୍କ କାଷ୍ଟ ସାର୍ଟିଫିକେଟର ଫଟୋ କପି, ସ୍ୱମୀ ସ୍ତ୍ରୀ ଉଭୟଙ୍କ ଫଟୋ।ଓ ଆପଣଙ୍କର ଏକ ଯେକୌଣସି ବ୍ୟାଙ୍କରେ ଜଏଣ୍ଟ ପାସ ବହି ରହିଥିବା ଦରକାର।ଏହାପରେ ସେହି ୱେବସାଇଟ ତଳେ ଥିବା ଫର୍ମ ଡାଉନଲୋଡ଼ କରନ୍ତୁ।
ସେଥିରେ ସମସ୍ତ ତଥ୍ୟ ରହିବ।ଯଦି ଆପଣ ପାଞ୍ଚ ବର୍ଷ ମଧ୍ୟରେ ଛାଡ଼ପତ୍ର ଦେଉଛନ୍ତି ତେବେ ଯିଏ ଟଙ୍କା ପାଇଥିବ ସେ ୬.୫ ପ୍ରତିଶତ ସୁଧରେ ସରକାରଙ୍କୁ ସେହି ଟଙ୍କା ଫେରେଇବାକୁ ପଡିବ।ଏହାପରେ ଦ୍ୱିତୀୟ ଫର୍ମ ଡାଉନଲୋଡ଼ କରନ୍ତୁ।ଏଥିରେ ସ୍ୱମୀ ଓ ସ୍ତ୍ରୀ ଉଭୟଙ୍କ ଦସ୍ତଖତ ଦରକାର ହେବ।ଏହି ଫର୍ମକୁ ଆପଣ ଭରି ସ୍କାନ କରି ପିଡିଏଫ କିମ୍ବା ଯେପିଜିରେ ରଖନ୍ତୁ।
ଏହାପରେ ଆପଣ ରେଜିଷ୍ଟର ଉପରେ କ୍ଲିକ କରନ୍ତୁ।ସେଥିରେ ଆପଣ ନିଜ ନାମ, ଏମେଲ ଓ ମୋବାଇଲ ନମ୍ବର ଦିଅନ୍ତୁ।ଏହାପରେ ନିଜର ଜିଲ୍ଲା, ବ୍ଲାକ ଏବଂ ପଞ୍ଚାୟତ ଦିଅନ୍ତୁ।ଏହାପରେ ରେଜିଷ୍ଟ୍ରର ଉପରେ କ୍ଲିକ କରିବେ।ଆପଣଙ୍କ ଆକାଉଣ୍ଟ ହୋଇଯିବା ପରେ ଆପଣ ମୋବାଇଲ ନମ୍ବର ଓ ପାସୱାର୍ଡ ଦ୍ୱାରା ଖୋଲନ୍ତୁ।ତାହାପରେ ଆପ୍ଲାଇ ଉପରେ କ୍ଲିକ କରନ୍ତୁ।
ଏହାଦ୍ୱାରା ମୂଖ୍ୟ ଫର୍ମଟି ଖୋଲିଯିବ।ସେହି ଫର୍ମରେ ଯାହା ସବୁ ପଚାରାଯାଇଥିବ ତାହାକୁ ସଠିକ ଭାବରେ ଦିଅନ୍ତୁ।ସେଥିରେ ବିବାହ ପରର ଆଡ୍ରେସ ଓ ବିବାହ ପୂର୍ବର ଆଡ୍ରେସ ମଧ୍ୟ ଦେବେ।ସବୁ ତଥ୍ୟ ଭଲ ଭାବରେ ପୂରଣ କରିବା ପରେ ନିଜର ବ୍ୟାଙ୍କ ତଥ୍ୟ ଭରନ୍ତୁ।ତାହା ପରେ ତଳେ ସେ ଯେଉଁସବୁ ଡକୁମେଣ୍ଟ ପଚାରିଥିବ ସେହି ସବୁ ଡକୁମେଣ୍ଟ ଦେବେ।
ଏଥିପାଇଁ ଆପଣ ପ୍ରଥମେ ସବୁ ଡକ୍ୟୁମେଣ୍ଟ ପ୍ରଥମରୁ ଆଣି ସ୍କାନ କରି ବା ପିଡ଼ିଏଫ କରି ରଖିଥିବେ।ଏହାପରେ ଆପଣ ସବମିଟ ମାରନ୍ତୁ।ଓ ଫର୍ମ ପାଇଁ କଛି ଟଙ୍କା ଦେବାପରେ ଆପଣଙ୍କ ଫର୍ମ ସବମିଟ ହୋଇଯିବ।