ସ୍ୱାମୀର ସମ୍ପତ୍ତି ଉପରେ ସ୍ତ୍ରୀର Etiki ଅଧିକାର,ଆସନ୍ତୁ ଜାଣିବା ଏ ବିଷୟରେ ବଡ କଥା…

Spread the love

ସ୍ୱାମୀର ସମ୍ପତ୍ତି ଉପରେ ସ୍ତ୍ରୀର କେତେ ଅଧିକାର ଥାଏ। ଘରର ସମ୍ପତ୍ତି ଉପରେ ସ୍ତ୍ରୀର ଅଧିକାର ଥାଏ କି ନାହିଁ। ସ୍ତ୍ରୀ ଚାହିଁଲେ କଣ ସବୁ ସମ୍ପତ୍ତି ନେଇଯାଇ ପାରିବ। ଏମିତି ଅନେକ କିଛି ପ୍ରଶ୍ନ ଆପଣ ମାନଙ୍କ ମନରେ ଆସୁଥାଇ ପାରେ ଯେତେବେଳେ ସ୍ବାମୀ ଏବଂ ସ୍ତ୍ରୀ ମାନଙ୍କ ମଧ୍ୟରେ ବିବାଦ ହୋଇ ବିଚ୍ଛେଦ ହୁଏ।

ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ସଂପର୍କ ସବୁଠାରୁ ଉର୍ଦ୍ଧରେ ଯେତେବେଳେ ଗୋଟିଏ ଝିଅର ବାହାଘର ହୋଇଥାଏ ସେତେବେଳେ ସ୍ତ୍ରୀ ପାଇଁ ସ୍ୱାମୀର ଘର ସବୁକିଛି ହୋଇଯାଏ। ବାପା ଘରକୁ ପର କରି ସ୍ୱାମୀର ଘରକୁ ନିଜର କରି ନିଏ ଗୋଟିଏ ସ୍ତ୍ରୀ।ତେବେ କେତେ ଥାଏ ଗୋଟିଏ ସ୍ତ୍ରୀର ଅଧିକାର ତା ସ୍ୱାମୀର ଘରେ

ଓ ସ୍ୱାମୀର ସମ୍ପତ୍ତି ଉପରେ ସ୍ତ୍ରୀର କେତେ ଅଧିକାର ରହିଛି। ଯେଉଁମାନେ କୁହନ୍ତି ସ୍ତ୍ରୀର ଅଧିକାର ତା ସ୍ବାମୀର ସମ୍ପତ୍ତି ଉପରେ ପୁରା ରହିଛି ତାହା ସମ୍ପୁର୍ଣ୍ଣ ଭୁଲ।ଶ୍ୱଶୁର ଘର ସମ୍ପତ୍ତି ଉପରେ ବୋହୂର ସେତିକି ଅଧିକାର ଥାଏ ଯେତିକି ଶ୍ଵଶୁର ଘରେ ବୋହୂକୁ ଦେବାକୁ ଚାହିଁବେ,ତା ଠାରୁ ଟିକେ ବି ଅଧିକ ନେଇ ପାରିବ ନାହିଁ

ଗୋଟିଏ ବୋହୂ।ଠିକ ସେମିତି ସ୍ୱାମୀର ସମ୍ପତ୍ତି ଉପରେ ସ୍ତ୍ରୀର ଅଧିକାର ଥାଏ। ଏହା ତ ଠିକ।ଯଦି ସ୍ବାମୀ ଜଣକ ତାଙ୍କ ସମ୍ପତ୍ତି କାହା ନାମରେ କରୁନାହାନ୍ତି ଓ ତେବେ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ସେହି ସବୁ ସମ୍ପତି ସିଧା ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ୧୯୫୬ ବା ଭାରତୀୟ ଉତ୍ତରାଧିକାରୀ

ଅଧିନିୟମ ଅନୁଯାୟୀ ତାଙ୍କ ପୁଅ ଓ ସ୍ତ୍ରୀ ନାମରେ ହେଇଯିବ।ଯଦି ସିଏ ଆଇନ ଅନୁଯାୟୀ ଉତ୍ତରାଧିକାରୀ ତାହେଲେ ଏହା ସମ୍ଭବ ହେଇପାରିବ।ଭାରତୀୟ ଆଇନ ଅନୁଯାୟୀ ଗୋଟେ ସ୍ତ୍ରୀର ତାଙ୍କ ସ୍ଵାମୀଙ୍କ ସମ୍ପତି ଉପରେ ଅଧିକାର ରହିଥାଏ।ବାହାଘର ପରେ ଯଦି ସ୍ବାମୀ ଓ ସ୍ତ୍ରୀ ଅଲଗା ହୋଇ ତେବେ

ସ୍ବାମୀ ସମ୍ପତ୍ତି ଉପରେ ସ୍ତ୍ରୀର ସମ୍ପୁର୍ଣ୍ଣ ଅଧିକାର ରହିବ ନାହିଁ।ସ୍ତ୍ରୀ କେବଳ ହିନ୍ଦୁ ବିବାହ ଅଧିନିୟମ ଧାରା ୨୪ ଆଧାରରେ ସ୍ବାମୀ ଠାରୁ କୋର୍ଟ ଜରିଆରେ ଭତ୍ତା ମାଗି ପାରିବ। ଖାଲି ସେତିକି ନୁହେଁ ପାରିବାରିକ ବିବାଦ ଅଧିନିୟମ ଏବଂ ୧୨୫ ସି ଆର ପିସି ଆଧାରରେ ଗୋଟିଏ ସ୍ତ୍ରୀ ପୁରା ଜୀବନ ସ୍ଵାମୀଠାରୁ ଚଳିବା ପାଇଁ ଭତ୍ତା ମାଗିପାରିବ

Leave a Reply

Your email address will not be published. Required fields are marked *