ସାବଧାନ ଯଦି ଆପଣ ନିଜ ସ୍ୱାମୀ ଙ୍କ ସହ ଭୋଜନ (Eating) କରୁଛନ୍ତି ତେବେ ଏହି କଥା କୁ ନିଶ୍ଚୟ ଜାଣି ରଖନ୍ତୁ,ଭୋଜନ କରିବାର ସଠିକ ନିୟମ ଜାଣିବା ନିହାତି ଆବଶ୍ୟକ…

Spread the love

ମହାଭାରତରେ ମଣିଷକୁ ଭୋଜନ କରିବା ବିଷୟରେ କିଛି ଜରୁରୀ ନିୟମ ବିଷୟରେ କୁହାଯାଇଛି।ଯଦି କୌଣସି ମଣିଷ ଏହି ନିୟମର ପାଳନ କରିବ ସେ ଆରୋଗ୍ୟ ସହିତ ସୁଖ ସମୃଦ୍ଧି ଓ ବୈଭବ ମଧ୍ୟ ପ୍ରାପ୍ତ କରିବ।ଏହି ପରି ଭୋଜନ କରିବା ଦ୍ଵାରା ମଣିଷ ସମସ୍ତ ଦେବାଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ।ଭୋଜନ ପୂର୍ବରୁ ହାତ ଗୋଡ ଧୋଇ ଭୋଜନ କରିବା ଉଚିତ।ଏହା ସହ ସବୁବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରି ଭୋଜନ ଆରମ୍ଭ କରିବା ଉଚିତ।

ଭୋଜନ ପ୍ରସ୍ତୁତ କରୁଥିବା ମହିଳା ସୁଧ ମନରେ ରୋଷେଇ ଘରେ ଭୋଜନ ତିଆରି କରିବା ଉଚିତ। ସର୍ବ ପ୍ରଥମେ ୩ଟି ରୁଟି ଗୋଟିଏ ଗାଇ ପାଇଁ ଗୋଟିଏ କୁକୁର ପାଇଁ ଓ ଅନ୍ୟଟି କାଉ ପାଇଁ ଅଲଗା ତିଆରି କରି ଅଗ୍ନି ଦେବଙ୍କୁ ଭୋଗ ଲଗାଇ ସାରିବା ପରେ ଘର ଲୋକଙ୍କୁ ଖାଇବାକୁ ଦେବା ଉଚିତ।ଭୋଜନ ଘରେ ବସି ସମସ୍ତେ କରନ୍ତୁ।

ଚେଷ୍ଟା କରନ୍ତୁ ପରିବାରର ସବୁ ସଦସ୍ୟ ବସି ଭୋଜନ କରିବା ପାଇଁ।ନିୟମ ଅନୁସାରେ ଅଲଗା ଅଲଗା ଭୋଜନ କରିବା ଦ୍ଵାରା ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଏକତା ରହେ ନାହିଁ।ଭୋଜନ ସମୟ ସନ୍ଧ୍ୟା ଓ ସକାଳ ସମୟ ଅଟେ।ଯେଉଁ ବ୍ୟକ୍ତି ଗୋଟିଏ ଥର ଭୋଜନ କରେ ସେ ଯୋଗୀ ଓ ଯିଏ ଦୁଇ ଥର ଭୋଜନ କରେ ତାକୁ ଭୋଗି ବୋଲି କୁହାଯାଏ।

ଭୋଜନ ପୂର୍ବ ଓ ଉତ୍ତର ଦିଗକୁ ମୁଖ କରି କରିବା ଉଚିତ।ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବା ଦ୍ଵାରା ଏହା ପ୍ରେତକୁ ପ୍ରାପ୍ତ ହୋଇଥାଏ।ଭାଙ୍ଗି ଯାଇଥିବା ବାସନରେ ଭୋଜନ ନ କରିବା ଉଚିତ।କଳହ ଓ ଦୁଃଖ ଜାଗାରେ ଭୋଜନ କରିବା ଅନୁଚିତ ମନା ଯାଏ।ବର ଗଛ ଓ ଅଶ୍ଵସ୍ଥ ଗଛ ମୂଳରେ ବସି ଭୋଜନ କରିବା ଅନୁଚିତ।

ବିଲେଇ କିମ୍ୱା କୁକୁର ଛୁଇଁ ଥିବା ଭୋଜନକୁ କେବେ ବି ଗ୍ରହଣ କରନ୍ତୁ ନାହିଁ। ଶ୍ରାଧ ବେଳେ ବଳକା ଥିବା ବାସି ଖାଦ୍ୟ ଭୋଜନ କରିବା ଅନୁଚିତ। ବେଶ୍ୟା ଧନ୍ଦା କରୁଥିବା ବ୍ୟକ୍ତି ଦ୍ଵାରା କେବେ ଭୋଜନ କରନ୍ତୁ ନାହିଁ। ରାତ୍ରି ସମୟରେ ପେଟ ପୁରା ଖାଆନ୍ତୁ ନାହିଁ।ଭୋଜନ କରିବା ସମୟରେ କିଛି କଥା ବାର୍ତା କରନ୍ତୁ ନାହିଁ।

ଏହା ସହ କୌଣସି ପ୍ରକାରର ସମସ୍ୟା ବିଷୟରେ ଚର୍ଚ୍ଚା କରନ୍ତୁ ନାହିଁ।ଭୋଜନ ପରେ ତୁରନ୍ତ ପାଣି କିମ୍ୱା ଚାହା ପିଇବା ଅନୁଚିତ।ଭୋଜନ ପରେ ଦୌଡ଼ିବା ବସିବା ଓ ଭାବିବା ପ୍ରକାରର କାର୍ଯ୍ୟ କରନ୍ତୁ ନାହିଁ।ଦିନରେ ଭୋଜନ ପରେ ଚାଲିବା ଉଚିତ। ଭୋଜନର ଏକ ଘଣ୍ଟା ପରେ ମିଠା କ୍ଷୀର ଫଳ ଖାଇବା ଦ୍ଵାରା ପାଚନ କ୍ରିୟା ଭଲ ଭାବେ ହୁଏ। ପତି ପତ୍ନୀଙ୍କୁ ଗୋଟିଏ ଥାଳିରେ ଭୋଜନ କରିବା ନିଶ୍ଚିନ୍ତ ଅଟେ।କିନ୍ତୁ ପତ୍ନୀଙ୍କୁ ପତି ଭୋଜନ କରିବା ପରେ ଭୋଜନ କରିବା ଉଚିତ।ଏହି ଘରେ ସୁଖ ସମୃଦ୍ଧି ବଢ଼ିଥାଏ।

Leave a Reply

Your email address will not be published. Required fields are marked *