୩ ବର୍ଷ ଧରି ଜମା କରିଥିବା ଟଙ୍କିକିଆ କଏନ୍ ଦେଇ ଯୁବକ ନିଜ ସ୍ୱପ୍ନର ଗାଡି କିଣିବାକୁ ଗଲେ,Showroom ବାଲା ଦେଖିକି ଡ଼ରିକି କହିଲେ ଭାଇ ଚାକିରୀ ଛାଡ଼ିବୁ ପଛେ ଏମିତି…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ସାଧାରଣରେ ଜଣେ ବ୍ୟକ୍ତି ନିଜର ସ୍ୱପ୍ନକୁ ପୁରା କରିବା ପାଇଁ କଣ ନକରିପାରେ।ତେବେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏମିତି କାର୍ୟ୍ଯ ସବୁ କରିଯାନ୍ତି ଯାହାକି କେହି କେବେହେଲେ ଚିନ୍ତା ବି କରିନଥିବେ।

ଏଠାରେ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ସ୍ୱପ୍ନ ଥିଲା ନିଜ ପଇସାରେ ବାଇକ କିଣିବେ।ଏମିତିରେ ଏବେ ସଭିଙ୍କ ମନରେ ଆସିବ ବାଇକ କିଣିବା ଏକ ବଡ଼ କଥା ନୁହଁ।ତେବେ ଏଠାରେ ଜଣେ ବ୍ୟକ୍ତି ନିଜର ବାଇକ କିଣିବାର ସ୍ବପ୍ନକୁ ପୁରା କରିବା ପାଇଁ ପୁଣି ଏକ ଟଙ୍କିଆ କଏନ ଜମା କରିକରି ନିଜ ସ୍ବପ୍ନର ବାଇକ କିଣିଛନ୍ତି।

ଏଠାରେ ତାଙ୍କୁ ଏହି ବାଇକ ପାଇଁ ଟଙ୍କାଏ ଟଙ୍କାଏ ଯୋଗାଡ଼ କରିବା ପାଇଁ ପୁରା ଏକ ହଜାର ପଞ୍ଚନବେ ଦିନ ଲାଗିଥିଲା।ସାଧାରଣରେ ଯେତେବେଳେ ଜଣେ ଗ୍ରାହକ ଗାଡି କିଣିବାକୁ ଯାଆନ୍ତି ସୋ ରୁମରେ ଲୋକମାନେ ଖୁସିହୋଇଥାନ୍ତି।କିନ୍ତୁ ଏଠାରେ କିଛି ଅଲଗା ଘଟିଛି।ତାମିଲନାଡୁରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।

ନିଜର ପ୍ରିୟ ଗାଡି ତ କିଣିଲେ ଏବଂ ଏହା ସହିତ ସୋରୁମ କର୍ମଚାରୀଙ୍କ ଝାଳ ବୁହାଇଲେ।ନିଜର ସଞ୍ଚୟ କରିଥିବା ଟଙ୍କାଏ ଟଙ୍କାଏ ମୁଦ୍ରର ଦୁଇଲକ୍ଷ ଷାଠିଏ ହଜାର ମୁଦ୍ରା ଧରି ସେ ପହଞ୍ଚିଥିଲେ ସୋ ରୁମକୁ।ତେବେ ସେ ତାମିଲନାଡୁର ବାସିନ୍ଦା ଅଟନ୍ତି।ସେ ଏଠାରେ ଏକ ସୋ ରୁମରୁ ନିଜର ସ୍ୱପ୍ନର ବାଇକ କିଣିଲେ।

ସେ ବାଇକ କିଣିବା ପାଇଁ ବାଇକ ସୋରୁମରେ ପହଞ୍ଚିଥିଲେ।ତାଙ୍କୁ ବଜାଜ ଡୋମିନାର ୪୦୦ ମଡେଲର ଏକ ବାଇକ ଦରକାର ଥିଲା।ପ୍ରଥମେ ସେ ବାଇକ କର୍ମଚାରୀଙ୍କ ସହିତ ସୋରୁମ କର୍ମଚାରୀଙ୍କ ସହିତ କଥା ବାର୍ତ୍ତା ହେଲେ।ପଇସା ଦେବାପାଇଁ ଟ୍ରଲିରେ ଆଣିଥିବା ଏକ ବଡ଼ ବ୍ୟାଗ ବାହାର କଲେ।

ଏଠାରେ ଏଭଳି ଦେଖି ସୋରୁମ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।ସେ ଟଙ୍କିକିଆ ମୁଦ୍ରାର ଦୁଇ ଲକ୍ଷ ଷାଠିଏ ହଜାର ଟଙ୍କା ଧରି ଆସିଥିଲେ।ଏହି ମୁଦ୍ରା ଗୁଡିକ କେବଳ ଗଣିବା ପାଇଁ ସୋରୁମ କର୍ମଚାରୀଙ୍କୁ ଦଶଘଣ୍ଟା ସମୟ ଲାଗିଥିଲା।ଦଶ ଘଣ୍ଟା ଧରି ଏହି ମୁଦ୍ରାକୁ ଗଣିବା ପରେ ସେମାନଙ୍କ ଅବସ୍ଥା ଖରାପ ହୋଇଯାଇଥିଲା

।ସେ କହିଥିଲେ ଯେ ସେ ସେହି ମୁଦ୍ରାକୁ ତିନିବର୍ଷ ଧରି ସଂଗ୍ରହ କରୁଥିଲେ।ସେ ଯେକୌଣସି ଜାଗାରୁ ଜିନିଷ କିଣିବା ବେଳେ ଟଙ୍କିକିଆ ମୁଦ୍ରା ପାଇଥାନ୍ତି ତାହାକୁ ସଂଗ୍ରହ କରିଥାନ୍ତି।ଏଭଳି ଉପାୟରେ ସେ ଏହି ଟଙ୍କାକୁ ଜମା କରିଥିଲେ।ଅନ୍ୟପଟେ ସୋରୁମ ମ୍ୟାନେଜର କହିଛନ୍ତି ସେ ପ୍ରଥମେ ଏହି କଏନ ନେବାକୁ ମନା କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ନିରାଶ କରିବାକୁ ଚାହୁଁ ନଥିଲେ।ତେବେ ମୁଦ୍ରା ନେବାକୁ ସେ ରାଜି ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *