ଏହି ଗଛ କୁ ଟଙ୍କାର ବର୍ଷା କରୁଥିବା ଗଛ (Moneyplant) କୁହାଯାଏ,ଏହି ଉପାୟ ରେ ଆପଣ ମଧ୍ୟ ଘରକୁ ଏହାକୁ ଆଣନ୍ତୁ ଆଜି…

Spread the love

ଆଜି ଆମେ ଜାଣିବା ଓସ୍ତ ଗଛ ବିଷୟରେ।ଏହାକୁ କିପରି ପୂଜା କଲେ ଓ କେଉଁ ଦିନ ପୂଜା କଲେ ଦରିଦ୍ରତା ଦୂର ହୋଇଥାଏ।ଏହି ଗଛକୁ ଅନେକ ଲୋକ ଭୟ କରିଥାନ୍ତି।କେହି କେହି କୁହନ୍ତି କି ଏହି ଗଛରେ ଭୂତ ପ୍ରେତ ପିଶାଚ ରୁହନ୍ତି।ଗଛ ମୂଳକୁ ଯିବ କ୍ଷତିକାରକ ହୋଇଥାଏ। ଅଶ୍ୱସ୍ତ ଗଛକୁ ଶନିବାର ବ୍ୟତୀତ ଆଉ କେଉଁ ଦିନ ବି ଛୁଇଁବା ଉଚିତ ନୁହେଁ।ବିଶେଷ କରି ରବିବାର ଦିନ ଅସ୍ଵସ୍ତ ଗଛକୁ ଛୁଇଁବା ଉଚିତ ନୁହେଁ।ତାଙ୍କର ପ୍ରଭାବ ରବିବାର ଦିନ ଅଧିକ ଥାଏ।

ତେଣୁ ଜାଣତ ହେଉ କି ଅଜଣାରେ ହେଉ ଏହି ଗଛକୁ ରାତି ସମୟରେ କିମ୍ୱା ରବିବାର ଛୁଇଁବା ଉଚିତ ନୁହେଁ। ଶାସ୍ତ୍ରରେ ଅଛି କି ଏହି ଗଛ ଦେହରେ ବ୍ରହ୍ମା, ଶାଖାରେ ବିଷ୍ଣୁ ବାସ କରନ୍ତି।ପତ୍ର ମାନଙ୍କରେ ସମସ୍ତ ଦେବୀ ଦେବତା ବାସ କରନ୍ତି।ବିଶେଷ କରି ଶନିବାର ଦିନ ଏହି ଗଛରେ ସନିଦେବ ବାସ କରନ୍ତି।

ଶନିବାର ଦିନ ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ପର୍ଯ୍ୟନ୍ତ ଲକ୍ଷ୍ମୀନାରାୟଣ ବାସ କରନ୍ତି। ଶନିବାର ଦିନ ଓସ୍ତ ଗଛକୁ ପୂଜା କରିବା ସାକ୍ଷାତ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ସହ ସମାନ। ପ୍ରତିଦିନ ଏହି ଗଛକୁ ପୂଜା କଲେ ସମସ୍ତ ଦେବା ଦେବୀଙ୍କ କୃପା ପ୍ରାପ୍ତ ହୁଏ।କୁହାଯାଏ କି ଭଗଵାନ ବୁଦ୍ଧ ଏହି ଓସ୍ତ ଗଛ ମୂଳରେ ବସି ଧ୍ୟାନ କରିଥିଲେ।

ତେଣୁ ଓସ୍ତ ଗଛକୁ କେବେ ବି କାଟିବା ଉଚିତ ହୋଇ ନଥାଏ।ଏହା କଲେ ମହା ପାପ ଲାଗିଥାଏ।ଯଦି ଆବଶ୍ୟକ ପଡେ ତେବେ ପଣ୍ଡିତଙ୍କୁ ଡ଼ାକି ହୋମଯଜ୍ଞ କରି ଅନ୍ୟ ଜାଗାରେ ଓସ୍ତ ଗଛ ଲଗାଇବା ପରେ ଗଛକୁ କଟା ଯାଏ। ଓସ୍ତ ଗଛ ମୂଳରେ ଜଳ ଅର୍ପଣ କଲେ ଓ ଗଛ ଚାରିପାଖେ ପରିକ୍ରମା କଲେ ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଥାଏ।

ରୋଗ ଋଣ ଏବଂ ସତ୍ରୁନାସ ଯାଇଥାଏ।ଧନର ବୃଦ୍ଧି ହୋଇଥାଏ।ଜୀବନରେ ଉନ୍ନତି ଆସିଥାଏ। ଶନିବାର ଯଦି ଅମାବାସ୍ୟା ଥାଏ ତେବେ ପ୍ରଭୁ ଶନିଦେବଙ୍କ କୃପା ମିଳେ।ଆଉ ଯଦି ପୂର୍ଣ୍ଣମୀ ଥାଏ ତେବେ ମା ଲକ୍ଷ୍ମୀଙ୍କ କୃପା ମିଳେ।ସନ୍ଧ୍ୟା ପରେ ଓସ୍ତ ଗଛ ମୂଳକୁ ଯିବା ଉଚିତ ନୁହେଁ ଏହା ସହ ରବିବାର ଦିନ ଓସ୍ତ ଗଛ ମୂଳକୁ ଯିବା ଉଚିତ ନୁହେଁ।

ଯିବା ଦ୍ଵାରା ଦରିଦ୍ରତା ଓ ଅଶାନ୍ତି ବୃଦ୍ଧି ପାଏ। ଶନିବାର ଦିନ ଯଦି ଏକ ଲୋଟା ପାଣିରେ କିଛି ଚିନି କିଛି ଗୁଡ଼ ଓ କିଛି ବୁନ୍ଦା ସୋରିଷ ତେଲ ଏବଂ କିଛି ରାଶି ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତି।ଅର୍ପଣ କରିବା ପରେ ସେହି ଗଛର ଏକ ପତ୍ର ଆଣି ପାଖରେ ରଖନ୍ତି।ତେବେ ଆପଣଙ୍କର ଧନ ଆସିଥାଏ। ଚାକିରୀ ସମସ୍ୟା ଥିବା ଲୋକମାନେ ଓସ୍ତ ଗଛ ମୂଳରେ ଦୀପଟିଏ ଲଗାଇ ଧଳା ରଙ୍ଗର ପତାକାଟିଏ ଲଗାଇଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *