ଏବେ ଯାହା ସୂଚନା ରହିଛି ପୋଲିସ ତାଙ୍କ ମା ଓ ପରିବାର ଲୋକଙ୍କୁ ଉଠାଇ ନେଇ ଯାଇଛି।ଏକ ବସରେ ତାଙ୍କ ଲୋକଙ୍କୁ ଉଠାଇ ନେଇଛନ୍ତି।ରୁଚିକା ମହାନ୍ତିଙ୍କ ମାଆଙ୍କୁ ଜବରଦସ୍ତ ଉଠାଇ ନେଇ ଯାଇଛନ୍ତି।ଆଜି ଦଶ ଦିନ ପାଇଁ ସେ ଧାରଣା ପାଇଁ ଆସିଥିଲେ।ତାଙ୍କ ଧାରଣା ଦଶ ଦିନ ଆଜକୁ ହେଲା।ସେଥିପାଇଁ ପୋଲିସ ବି ସତର୍କ ରହିଲା ଯେ କାଳେ କୌଣସି ଅଘଟଣ ଘଟି ପାରେ।
କଲେଜ ସାମ୍ନାରେ ପୁରା ପୋଲିସ ଛାଉଣୀ ହୋଇଥିଲା।ତାଙ୍କୁ ଟଣା ଓଟରା କରି ନିଆ ଗଲା।ତାଙ୍କ ଚୁଡ଼ି ମଧ୍ୟ ସେଠାରେ ଭାଙ୍ଗି ପଡ଼ି ଥିବାର ଦେଖିବାକୁ ମିଳିଥିଲା।ତାଙ୍କର ଯେଉଁ ଟେଣ୍ଟ ରହିଥିଲା ତାକୁ ଭାଙ୍ଗି ଦିଆ ଯାଇଚି।ଯେହେତୁ ରୁଚିକାଙ୍କ ମା କହିଲେ ଯେ ସେ ସେଇ ଠାରେ ଶୁଦ୍ଧି କ୍ରିୟା କରିବେ ପରିବାର ଲୋକଙ୍କ ପକ୍ଷରୁ କୁହାଗଲା
ତାକୁ ନେଇ ଭୟ ନା ଆଉ କିଛି।ଅଲରେଡି ଗାଡିରେ ବସେଇ ସାରିଲେଣି।କିନ୍ତୁ ଚୁଡ଼ି ଭାଙ୍ଗି ପଡ଼ିଛି ଯାହା ଜଣା ପଡ଼ୁଚି ଘୋଷାଡି ଘୋଷାଡି ନେଇଛନ୍ତି।ଇଏ କେଉଁ କଥାକୁ ନେଇ ଭୟ।ଗତ କାଲି ଠାରୁ ତାଙ୍କୁ ଏକ ନୋଟିସ ଦିଆ ଯାଇଥିଲା ଯେ ତାଙ୍କୁ ସେଠାରୁ ଉଠି ଯିବା ପାଇଁ।ଯେତେବେଳେ ସେମାନେ ଆନ୍ଦୋଳନରୁ
ଓହରୁ ନଥିଲେ ସେଥି ପାଇଁ ପୋଲିସ ତା ନିଜ ତରଫରୁ ଆକ୍ସନ ନେବା ପାଇଁ ଚେଷ୍ଟା କଲା।ତାଙ୍କ ମା କହୁଥିଲେ ଯେ ଶୁଦ୍ଧି କ୍ରିୟା ତାଙ୍କର ଆଜି ଥିଲା।ଆପଣ ଦେଖିବେ କଲେଜ ସାମ୍ନାରେ ସେମାନେ ଏକ ଟେଣ୍ଟ ବାନ୍ଧି ଥିଲେ।ତାକୁ ପୋଲିସ ଉଠାଇ ନେଇଥିଲା।ତାଙ୍କୁ କୁହା ଯାଇଥିଲା ଯେ ଆପଣ ଏଠାରୁ ଉଠି ଯାଆନ୍ତୁ।
ସେମାନେ ଉଠି ନଥିଲେ।ତାଙ୍କ ମା ବହୁ ଆଗରୁ କହୁଥିଲେ ଯେ ସେ ଶୁଦ୍ଧି କ୍ରିୟା କଲେଜ ସାମ୍ନାରେ କରିବେ।ଇଏ କାଳେ ଅଧିକ ଉତ୍ତେଜନା ସୃଷ୍ଟି କରିବ ତାକୁ ନେଇ ଭୟ ପାଇଗଲା କି।ଗତ କାଲି ଯେଉଁ ନୋଟିସ କଥା କୁହା ଯାଇଥିଲା କଣ ନୋଟିସ ଦେଇଥିଲା ପୋଲିସ।ଏହା ଗୋଟିଏ କଲେଜ ରାସ୍ତା ଏବଂ ଏଠାରେ ଗୋଟେ କୋର୍ଟ ଅଛି।
ଏଠାରେ ଧାରଣା ଦିଆ ଯାଇ ପାରିବ ନାହିଁ।ଦଶ ଦିନ ପର ଠାରୁ ଏମିତି ଧାରଣାରେ ବସିଛନ୍ତି।ପ୍ରଥମେ ବିଜେବି କଲେଜ ସାମ୍ନାରେ ଧାରଣା ଦେଲେ।ପୋଲିସଙ୍କୁ ବି ଅନୁରୋଧ କଲେ ଯେ ତାଙ୍କ ଝିଅ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦିଆଯାଉ ବୋଲି।ଅଘଟଣ ନୋଟରେ ଯେଉଁ ୩ ଜଣ ଛାତ୍ରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ କହିଥିବା।ସବୁ ପ୍ରକାରର ତଦନ୍ତ ହେଲେ ସୁଦ୍ଧା କେହି ବି ଚିହ୍ନଟ ହୋଇ ପାରି ନାହାଁନ୍ତି କେହି ଆଗକୁ ଆସୁ ନାହାଁନ୍ତି।ତେବେ ଆଶା କରୁଛି ଏହାର ସଠିକ ତଦନ୍ତ ଆଗକୁ ହେଉ