ଆଦିତ୍ୟଙ୍କ ମୃତ୍ୟୁ ପଛର ଖୋଲିଛି ଆଉ ଏକ ରହସ୍ୟ।ଆସିଲା ତାଙ୍କର ପତ୍ନୀ ବିଦ୍ୟାଶ୍ରୀ,ସାଙ୍ଗ ପପୁ,ବିକାଶ,ଆଉ ଦୀପକଙ୍କ ପଲିଗ୍ରାଫ ରିପୋର୍ଟ ସମସ୍ତେ ସତ କହିଛନ୍ତି ବୋଲି ଜଣା ପଡିଲା।ପୂର୍ବରୁ ଆଦିତ୍ୟଙ୍କ ମୃତ୍ୟୁ ବିଷୟରେ ତାଙ୍କର ପତ୍ନୀ ବିଦ୍ୟସ୍ରି ଆଉ ସାଙ୍ଗ ପପୁ, ବିକାଶ ଆଉ ଦୀପକ କୁ ପଚରା ଉଚରା କରିଥିଲା ପୋଲିସ ସମସ୍ତେ ନିଜ ନିଜର ମତ ରଖିଥିଲେ ଓ ପରସ୍ପରକୁ ଦୋଷୀ କରିଥିଲେ।
ତେବେ କାଳେ ଏମାନେ ଆଉ କିଛି ସତ ଲୁଚାଉ ଛନ୍ତି ବୋଲି ଭାବି ପୋଲିସ ଏମାନଙ୍କ ପଲିଗ୍ରାଫ ପରୀକ୍ଷା କରିବାର ନିଷ୍ପତି ନେଇଥିଲା।ଯାହା ଫଳରେ ଗତ ମାସ ୨୬ ତାରିଖରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଙ୍କ ପଲିଗ୍ରାଫ ପରୀକ୍ଷା କରା ଯାଇଥିଲା ପରେ ୨୭ ତାରିଖରେ ତାଙ୍କର ତିନି ସାଙ୍ଗଙ୍କ ପଲିଗ୍ରାଫ ପରୀକ୍ଷା
ମଧ୍ୟ ହୋଇଥିଲା।ଏବେ ଏହି ରିପୋର୍ଟର ଫଳାଫଳ ଆଗକୁ ଆସି ଯାଇଛି ସମସ୍ତେ ସତ କହିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି।ସେମାନେ ତଦନ୍ତ ସମୟରେ ପୋଲିସ ଆଗରେ ଯାହା କହିଥିଲେ ତାହା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ ଅଛି।ଏଥି ସହ ଆଦିତ୍ୟଙ୍କ ସାଙ୍ଗ ବିକାଶ କହିଛନ୍ତି ସେ ବି ଚାହୁଁଥିଲେ କି ଏହି ପରୀକ୍ଷା
ହେଉ ବୋଲି କାରଣ ସମସ୍ତଙ୍କ ନିଜ ନିଜ ଉପରେ ସନ୍ଦେହ ଥିଲା ତାହା ଦୁର ହୋଇଗଲା।ପୁରୁଣା ପ୍ରେମିକା କହିଥିଲେ କି ସେ ଗତ କିଛି ଦିନ ପୂର୍ବରୁ ଆଦିତ୍ୟଙ୍କ ସହ ଦିଷ୍ଟାଣ୍ଟ ରିଲେସନ ସିପରେ ଥିଲେ,ତେବେ ଆରପଟେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ କହିଛନ୍ତି ଯଦି ଦୁଇ ଜଣଙ୍କ ଭିତରେ ଏତେ ଗଭୀର ପ୍ରେମ ଥିଲା ତାହାଲେ ତାଙ୍କର ବ୍ରେକ ଅପ ହେଲା କିପରି।
ଏହା ଛଡା ସେ କହିଛନ୍ତି କି ଏହି ଦୁଇ ଜଣଙ୍କ ବ୍ରେକ ଅପ କେବଳ ଆଦିତ୍ୟଙ୍କ ମାନସିକ ଦୋଷ କାରଣରୁ ହୋଇଛି।ମୋ ସ୍ବାମୀ ଏକ ମାନସିକ ରୋଗୀ ଥିଲେ ଯାହା ପାଇଁ ତାଙ୍କର ଉପଚାର ମଧ୍ୟ ଚାଲିଥିଲା।ସେ ମାନସିକ ଦୋଷ କାରଣରୁ ସେଠୁ ବ୍ରେକ ଅପ କରି ମତେ ବିବାହ କରିଥିଲେ।ତେବେ ଆଦିତ୍ୟଙ୍କ ମୃତ୍ୟୁକୁ ଅନେକ ଦିନ ବିତିଗଲେଣି କିନ୍ତୁ କୌଣସି ନୂଆ ସଂକେତ ନାହିଁ,ତେବେ ଆଗକୁ କଣ ଘଟିବ ତାହା ତଦନ୍ତ ପରେ ଜଣା ପଡ଼ିପାରେ