ଥଣ୍ଡା,ଜ୍ୱର,କାଶ,ବନ୍ଦ ନାକ,ଛାତିରେ କଫ କୁ ଦୂର କରିବାର Upachara ଆପଣ ଏବେ ଜାଣି ରଖନ୍ତୁ,ଆଉ କେବେ ଅସୁବିଧା ହେବ ନାହିଁ…

Spread the love

ବଦଳୁଥିବା ଋତୁ କାରଣରୁ ଅନେକ ଲୋକ ଥଣ୍ଡା କାଶରେ ପଡିଥାନ୍ତି।ଯଦି ଆପଣ ବି ଏମିତି ସମସ୍ୟା ରେ ପଡ଼ୁଛନ୍ତି ତେବେ ଆଜି ଆମେ ଏକ ଏମିତି ଜିନିଷ ଜାଣିବା ଯାହା କି ଥଣ୍ଡା କାଶ କୁ ଦୂର କରିବା ପାଇଁ ଏବଂ ଆପଣଙ୍କର ଇମ୍ୟୁନିଟି କୁ ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ।ଏଥିପାଇ ଆପଣଙ୍କୁ ପ୍ରଥମ ଜିନିଷର ଆବଶ୍ୟକ ପଡ଼ିବ ତାହା ହେଉଛି ଅଦା।ଏହାକୁ ଆପଣ ଥଣ୍ଡା କାଶ କୁ ଦୂର କରିବା ପାଇଁ ବ୍ୟବହାର କରିପାରିବେ।

ଅଦାକୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ସହଜରେ ଥଣ୍ଡା କାଶ ହୁଏ ନାହିଁ। ପ୍ରଥମେ ଆପଣ ଅଦା କୁ ଭଲ ଭାବରେ ଧୋଇ ଦିଅନ୍ତୁ ଏହାକୁ ଗ୍ୟାସ ରେ ରଖି କିଛି ଟା ପୋଡ଼ି ଦିଅନ୍ତୁ। ଏହାକୁ ଏମିତି ପୋଡ଼ି ବ୍ୟବହାର କରିବା ବହୁତ ଭଲ ହୋଇଥାଏ।ଏମିତି ବ୍ୟବହାର କରିବା ଦ୍ଵାରା ଦେଖିବେ

ଯେତେ ପୁରୁଣା ଥଣ୍ଡା କାଶ ସବୁ ଦୂର ହୋଇଯିବ ଏହାକୁ ଆପଣ ଅଳ୍ପ ଜାଳ ରେ ଦେଖାନ୍ତୁ ଏହାକୁ ସେତେବେଳ ପର୍ଯ୍ୟନ୍ତ ଦେଖାନ୍ତୁ ଯେତେବେଳ ପର୍ଯ୍ୟନ୍ତ ଏହା ର ଚୋପା ପୋଡ଼ି କଳା ନ ହୋଇଯିବ।ଏବେ ଏହାକୁ ଆପଣ ଭଲ ଭାବରେ ଧୋଇ ଏଥିରୁ ଚୋପା କୁ ବାହାର କରିଦିଅନ୍ତୁ ।ଏବେ ଆମେ ଏହାକୁ ଛେଚି ଦେବା।

ଅଦା ବହୁତ ଗରମ ହୋଇଥିବାରୁ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ।କିନ୍ତୁ ଏହି ରେମିଡି କୁ ବ୍ୟବହାର କରିବା ଦ୍ୱାରା କୌଣସି ଅସୁବିଧା ହୋଇନଥାଏ।ଅଦା କୁ ଛେଚି ଦେବା ପରେ ଆପଣ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ।ଏବେ ଆପଣ ଏହା ଗ୍ରାଇଣ୍ଡିଁ ଜଗରେ ପୁରାଇ ରଖନ୍ତୁ।

ଏଥିରେ ଏକ ଚାମଚ ଗୋଲମରିଚ ପକାନ୍ତୁ। ଏବେ ଆପଣ ଏଥିରେ ଛୋଟ ଡାଲଚିନି ଗୋଟିଏ ପକାନ୍ତୁ ଏହାପରେ ଏଥିରେ ୪-୫ ଟି ଲବଙ୍ଗ ପକାଇ ଦିଅନ୍ତୁ।ଏବେ ଆପଣ ଏଥିରେ ଏକ ରୁ ଦୁଇ ଚାମଚ ପାଣି ଦେଇ ଏହାକୁ ଭଲ ଭାବରେ ଗ୍ରାଇଣ୍ଡି କରିଦିଅନ୍ତୁ ଏବେ ଆପଣ ଏହାକୁ ଗ୍ୟାସ ରେ ଗୋଟିଏ କଡ଼େଇ ବସାଇ ସେଥିରେ

ପକାଇ ଦିଅନ୍ତୁ ।ଅଦା ର ଫାଇଦା ଆପଣ ସମସ୍ତଙ୍କୁ ଜଣା ଥିବ।ଏବେ ଆମେ ଏଥିରେ ୧୦୦ ଗ୍ରାମ ଗୁଡ଼ ର ପ୍ରୟୋଗ କରିବା।ଏହା ଆମର ଶରୀର ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ।ଏଥିରେ ଆମେ ଗୁଡ଼ ର ମାତ୍ରା ଅଧିକ ଦେବା କାରଣ ବହୁତ ଲୋକ ଙ୍କୁ ଅଦା ର ସ୍ଵାଦ ଭଲ ଲଗିନଥାଏ।ଏହାକୁ ଆମେ ଛୋଟ

ବଡ଼ ସମସ୍ତଙ୍କୁ ଦେଇ ପାରିବା।ଏହାକୁ କମ ଜାଳ ରେ ୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ଦେଖିବେ ସବୁ ଗୁଡ଼ା ମିସିଯିବ।ଏବେ ଆମେ ଏଥିରେ ଅଧ ଚାମଚ ଗୁଜୁରାତି ଗୁଣ୍ଡ ମିଶାଇବା।ଏବେ ଆମେ ଏଥିରେ ଅଧ ଚାମଚ କଳାଲୁଣ ର ପ୍ରୟୋଗ କରିବା ।ଲୁଣ ଆମର ଗଳା ପାଇଁ ବହୁତ ଭଲ ହୋଇଥାଏ।

ଆପଣମାନେ ଦେଖିଥିବେ ଯେବେ ଆମର ଗଳା ସଂକ୍ରମଣ ହୋଇଥାଏ ସେବେ ଆମେ ଏଥିରେ ଗର୍ଗଲିଂ କରିଥାଉ।ଏବେ ଆମେ ଏଥିରେ କିଛି ସାଧା ଲୁଣ ମିଶାଇବା।ଏବେ ଆମେ ଏଥିରେ ଅଧ ଚାମଚ ହଳଦୀ ଗୁଣ୍ଡ ଏବଂ ଅଧ ଚାମଚ ଜିରା ଗୁଣ୍ଡ ମିଶାଇବା।କାରଣ ଏହି ସବୁ ମଧ୍ୟ ବହୁତ ଭଲ ଇମ୍ୟୁନି ଟି

ବୁଷ୍ଟର ଭଳି କାମ କରିଥାଏ।ଏହାକୁ ଆପଣ ଭଲ ଭାବରେ ଗାଢ଼ କରି ଏକ ପାତ୍ର କୁ କାଢି ଦିଅନ୍ତୁ ଏହାକୁ ଆପଣ ସାଇତି ମଧ୍ୟ ରଖିପାରିବେ।ଆପଣ ଚାହିଁଲେ ଏଥିରେ ଲେମ୍ବୁ ରସ ମଧ୍ୟ ପ୍ରୟୋଗ କରିପାରିବେ।ଏହାକୁ ଆପଣ ଦିନର କୌଣସି ସମୟରେ ମଧ୍ୟ ପ୍ରୟୋଗ କରିପାରିବେ।ଏହାକୁ ବଡ଼ ଲୋକ ମାନେ

ଗୋଟିଏ ଚାମଚ ଖାଆନ୍ତୁ ଏବଂ ଛୋଟ ପିଲାମାନେ ଅଧ ଚାମଚ ଖାଆନ୍ତୁ।ଏହାକୁ ଖାଇଲା ପରେ ପାଣି ର ସେବନ କରନ୍ତୁ ନାହିଁ। ଏହାକୁ ଆପଣେଇବା ପୂର୍ବରୁ ଡ଼ାକ୍ତରଙ୍କ ପରାମର୍ଶ ନିଶ୍ଚିତ ଭାବେ ଆଗ ନିଅନ୍ତୁ।

Leave a Reply

Your email address will not be published. Required fields are marked *