ପୁଅର ବାହା ହେବାକୁ ଇଛା ଅଛି ହେଲେ ଘର ଚାପରେ ମନା କରୁଛି,Tina ରାସ୍ତା ଉପରେ ବାହା ହେଲା…

ମୋ ନାଆଁ ହଉଛି ଟିନା ରାଣୀ ସାହୁ ଆଉ ମୋ ଘର ହଉଛି ବ୍ରହ୍ମପୁର ତାଙ୍କ ଘର ହଉଛି ଗ୍ୟାଲେରୀ, ତାଙ୍କର ମୋର ୩ ବର୍ଷ ହେବ ସମ୍ପର୍କ ଥାଇକି ସେ ତାଙ୍କ ଘର ପ୍ରେସରରେ ଆସିକି ମନା କରୁଛନ୍ତି। ବାହା ହେବା ପାଇଁ ମନା କରୁଛନ୍ତି ଆଉ ସେଥିପାଇଁ ୪ ଦିନ ହେବ ମୁଁ ଏଠାକୁ ଆସିକି ଧାରଣାରେ ବସିଛି ଆଉ ମତେ ନ୍ୟାୟ ମିଳିବା ଦରକାର। ଏମିତି କିଛି ଜଣେ ମହିଳା କହିଥିଲେ।

ଆପଣ କଣ ନ୍ୟାୟ ଚାହୁଁଛନ୍ତି? ସେ କହିଲେ କି, ଆମ ଦି ଜଣଙ୍କ ପରିବାର ମଧ୍ୟରେ କିଛି ଗୋଟେ ସମାଧାନ ହେଇକି ଆମ ଦିଜଣଙ୍କୁ ବାହାଘର କରାଇ ମିଳି ମିଶି ରହିବାକୁ ଦିଅନ୍ତୁ। ଆପଣଙ୍କ ମଧ୍ୟରେ ଯଦି ସମ୍ପର୍କ ଥିଲା ତାହେଲେ ବାହାଘର ପାଇଁ ସେ କାହିଁକି ମନା କଲେ?ମହିଳା ଜଣଙ୍କ କହିଲେ କି, ତାଙ୍କ ଘର ପ୍ରେସରରେ ଆସିକି ମନା କରୁଛନ୍ତି।

ତାଙ୍କ ପୁଅ ଯେତେବେଳେ ମୋ ପାଖରୁ ଟଙ୍କା ନେଲେ ତାପରେ ତାଙ୍କ ପରିବାର ଲୋକ କହିଲେ ଯେ ଆମେ ଏମିତି ଲୋ ଷ୍ଟେଜକୁ ଯାଇକି ବିବାହ କରିବୁ,ତ ସେଥିପାଇଁ ଆମକୁ ଧନ ଦରକାର। ଆମେ ଆଉ କଉ ଅନ୍ୟ ଜାଗାରେ ଆମର ପୁଅର ବିବାହ କରି ଦେବୁ କହିକି ଧମକ ଦେଇକି ପୁଅକୁ ଲୁଚେଇକି ରଖିଛନ୍ତି।

ଆପଣ କେତେ ଦିନ ହେଲା ଏଠାରେ ଧାରଣାରେ ବସିଛନ୍ତି? ସେ କହିଲେ ଆଜିକୁ ୪ ଦିନ ହେବ ମୁଁ ଧାରଣାରେ ବସିଛି। କଣ ଆପଣଙ୍କର ଦାବି କଣ ରହିଛି? ଆମେ ଦି ଜଣ ବାହା ହେଇ ମିଳି ମିଶି ରହିବାକୁ ଚାହୁଁଛୁ। ସେ ପୁଅ ଏବେ କଣ କହୁଛନ୍ତି?ସେ ପୁଅ ଏବେ ଘର ପ୍ରେସରରେ ଆସିକି ମନା କରୁଛି

ମାତ୍ର ପୁଅର ବାହା ହେବା ପାଇଁ ଇଛା ଅଛି କାରଣ ୩ ବର୍ଷ ଆମର ସଂପର୍କ ଥିଲା ଆଉ ସେଥିପାଇଁ ମୁଁ ପରିବାର ଲୋକ ମାନଙ୍କୁ ଅନୁରୋଧ କରୁଛି ସବୁ କିଛି ଯଦି ଭଲରେ ଭଲରେ ହେଇଯିବ ତାହେଲେ ସବୁ କିଛି ଭଲ ହେବ।ଏବେ ତ ଘର ଲୋକ ରାଜି ହଉ ନାହାନ୍ତି, ତମେ ଏବେ କଣ କରିବ?

ଏବେ ଯାହା ବି ହେଲେ ତାଙ୍କ ପାଖରେ ମୁଁ ସବୁବେଳେ ରହିବି ସବୁ ଦିନ ପାଇଁ ତାଙ୍କ ସହିତ ରହିବି ଆଉ ତାଙ୍କ କଥା ସବୁ ମାନିକି ଚଳିବି ସେଥିପାଇଁ ସେମାନେ ଯଦି ଖୁସିରେ ଖୁସିରେ ମତେ ସ୍ୱୀକାର କରିବେ ତାହେଲେ ମୁଁ ବହୁତ ଖୁସି ହେଇଥାନ୍ତି ଆଉ।

Leave a Reply

Your email address will not be published.