ରୁପା Pint2 ଗାଇଲେ ନୂଆ ଗୀତ,ନିଆରା ଢଙ୍ଗରେ କରୁଛନ୍ତି ଦର୍ଶକଙ୍କ ମନୋରଞ୍ଜନ,ନୂଆ ଗୀତ ଶୁଣିଲେ ଆପଣ ମଧ୍ୟ ଖୁସି ରେ ନାଚିବେ…ଦେଖନ୍ତୁ Video

Spread the love

ବହୁ ଚର୍ଚ୍ଚିତ ଓଡ଼ିଆ ଭ୍ଲଗର ରୁପା ପିଣ୍ଟୁଙ୍କ ଯୋଡି ବର୍ତ୍ତମାନ ସାରା ଓଡିଶାବାସୀଙ୍କର ପ୍ରିୟ ହୋଇ ଯାଇଛନ୍ତି। ଅଳ୍ପ କିଛି ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଏବଂ ଭ୍ଲଗ ବନେଇ ନିଜ କ୍ୟାରିୟର ଆରମ୍ଭ କରିଥିବା ରୁପା ପିଣ୍ଟୁ ବର୍ତ୍ତମାନ ଜଣେ ସଫଳ ୟୁଟ୍ୟୁବର ହୋଇ ପାରିଛନ୍ତି।ରୁପା ଏବଂ ପିଣ୍ଟୁ ସହରରେ ନୁହେଁ ଗାଁ ରେ ନିଜର ୟୁଟ୍ୟୁବ ଭିଡ଼ିଓ ସୁଟିଂ କରିଥାନ୍ତି। ସେ ନିଜ ଗାଁ କୁ ଦେଖାଇବା ସହିତ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରି ଦର୍ଶକଙ୍କ ମନୋରଞ୍ଜନ କରାଇ ଥାଆନ୍ତି।

ଏହା ଦ୍ୱାରା ଲୋକମାନେ ନୂତନ ନୂତନ ପ୍ରକାରର ଖାଦ୍ୟ ସମ୍ପର୍କରେ ମଧ୍ୟ ଜାଣି ପାରନ୍ତି। ତାଙ୍କର ଚ୍ୟାନେଲ ନାମ ହେଉଛି “ରୁପା,ପିଣ୍ଟୁ, ଏବଂ ଖୁସି ଏକ୍ସପ୍ରେସ” ଯେଉଁଥିରେ ସେ ଦୈନିକ ଭିଡ଼ିଓ ଛାଡି ଥାଆନ୍ତି। ବର୍ତ୍ତମାନ ଏହି ଦୁଇ ଯୋଡି କିଛି ରୋମାଣ୍ଟିକ ଗୀତରେ ମଧ୍ୟରେ ନଜର ଆସିଛନ୍ତି।ରୁପା ପିଣ୍ଟୁ ଏ ପର୍ଯ୍ୟନ୍ତ ମୋଟରେ ତିନୋଟି ଗୀତ ଗାଇଛନ୍ତି।

ପ୍ରଥମଟି ହେଉଛି “ତୁମ ପାଦରେ ପାଦ ମିଶାଇ”। ଦ୍ୱିତୀୟଟି ହେଉଛି “ତୁ ଲାଗୁ ଅଲଗା” ଏବଂ ତୃତୀୟଟି ହେଉଛି ହାତର ମେହେନ୍ଦୀ”। ପ୍ରଥମ ଗୀତଟିକୁ ସେ ଦୁଇ ଜଣ ସମ୍ପୂର୍ଣ୍ଣ ଭାବରେ ଗାଈ ନାହାନ୍ତି। ସେ ଦୁଇ ଜଣ କେବଳ ଭଏସ ଓଭର କରିଛନ୍ତି। ଦ୍ୱିତୀୟ ଗୀତଟି କେବଳ ପିଣ୍ଟୁ ଡୁଏଟ ଭାବରେ ଗାଇଛନ୍ତି ସଂଗୀତକାର ଅନ୍ତରା ଚକ୍ରବର୍ତ୍ତୀଙ୍କ ସହିତ।

ତୃତୀୟ ଗୀତଟି ମଧ୍ୟ କେବଳ ପିଣ୍ଟୁ ଡୁଏଟ ଭାବରେ ଗାଇଛନ୍ତି ସଂଗୀତକାର ଜ୍ୟୋତିର୍ମୟୀଙ୍କ ସହିତ। ଏହି ସଂଗୀତଟି ପ୍ରାପ୍ତି କ୍ରିଏସନ ଦ୍ୱାରା ୨୦୨୧ ମସିହା ଡିସେମ୍ବର ମାସରେ ରିଲିଜ କରାଯାଇଥିଲା। ଏହି ତିନୋଟି ଯାକ ଗୀତ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି। ଭ୍ଲଗର ରୁପା ଏବଂ ପିଣ୍ଟୁ ବର୍ତ୍ତମାନ ସଙ୍ଗୀତ ଗାୟକ ମଧ୍ୟ ପାଲଟି ଯାଇଛନ୍ତି। ଓଡିଶାବାସୀଙ୍କ ଶ୍ରଦ୍ଧା ଏବଂ ଭଲ ପାଇବା ତାଙ୍କୁ ଏହିପରି ଅଧିକରୁ ଅଧିକ ଉଚ୍ଚକୁ ନେଇ ଚାଲିଛି ଏବଂ ସେ ଆମ ଓଡିଶାବାସୀଙ୍କ ପାଇଁ ଗର୍ବ ଏବଂ ଗୌରବ ଅଟନ୍ତି।

Leave a Reply

Your email address will not be published. Required fields are marked *