ଯେତେବେଳେ ଆପଣ ବହୁତ ଦୁଃଖିତ ଥିବେ ସେହି ସମୟ ରେ ଏହି କଥା କୁ ମନେପକେଇବେ,ଆପଣଙ୍କ Mindpower ବଢିବ ଓ କିଛି ସମୟ ରେ ବହୁତ ଆରାମ ମିଳିବ…

Spread the love

ସାଧାରଣ ଭାବରେ ମନୁଷ୍ୟ ଏହି ଦୁନିଆର ସବୁଠାରୁ ଏକ ଶ୍ରେଷ୍ଠ ପ୍ରାଣୀ।ଏହା ସହିତ ମନୁଷ୍ୟ ପାଖରେ ସେ ସମସ୍ତ ଜିନିଷ ରହିଛି ଯାହାକୁ ସେ ବ୍ୟବହାର କରି କିଛି ମଧ୍ୟ କରି ପାରିବ।କିନ୍ତୁ ଏହା ପରେ ମଧ୍ୟ ମନୁଷ୍ୟ ମାନଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ଦେଖା ଯାଇଥାଏ।ଏହା ସହିତ ବିଶେଷ ଭାବରେ ମନୁଷ୍ୟ ମାନେ ଏହି କାରଣରୁ ଅନେକ ପ୍ରକାରର ସମସ୍ୟାର ଶିକାର ମଧ୍ୟ ହୋଇ ଥାଆନ୍ତି।ତେବେ ଆମେ ବର୍ତ୍ତମାନ ଏପରି କିଛି କାହାଣୀ ସମ୍ପର୍କରେ ଆଲୋଚନା କରିବା ଯାହା ଆପଣଙ୍କୁ ଅନେକ ପ୍ରଭାବିତ କରିବ।

ତେବେ ଜଣେ ବ୍ୟକ୍ତି ଥାଆନ୍ତି।ସେ ସବୁବେଳେ ଦୁଃଖିତ ଅବସ୍ଥାରେ ରହୁ ଥାଆନ୍ତି।ସେ ଥରେ ନିଜର ଗୁରୁଙ୍କ ପାଖକୁ ଯାଇ ନିଜର ଏହି ସମସ୍ୟା ସମ୍ପର୍କରେ କହିଥିଲେ।ତେବେ ତାଙ୍କର ଗୁରୁ ତାଙ୍କୁ ବୁଝାଇବା ପାଇଁ କହିଥିଲେ କିଛି ବିଶେଷ କଥା।ସେ କହିଥିଲେ କି କିଛି ଦିନ ତଳେ ଯେଉଁ ମହାବାତ୍ୟା ଆସିଥିଲା

ଏହା ସମ୍ପର୍କରେ ତୁମେ ନିଶ୍ଚୟ ଭାବରେ ଜାଣି ଥିବ। ତେବେ ଏହି ମହାବାତ୍ୟା କାରଣରୁ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ ହୋଇଥିଲା।ତେବେ ତାଙ୍କ ଗୁରୁ କହିଥିଲେ କି ତାଙ୍କର ଆଶ୍ରମ ମଧ୍ୟ ଅନେକ ଭାବରେ ପ୍ରଭାବିତ ହୋଇଥିଲା।ଏହା ସହିତ ତାଙ୍କର ଆଶ୍ରମ ମଧ୍ୟ ନଷ୍ଟ ହୋଇ ଯାଇଥିଲା।

ଏହା ପରେ ଯେତେବେଳେ ସକାଳ ହେଲା ସେହି ସମୟରେ ନିକଟରେ ଥିବା ଏକ କୁକୁଡ଼ାର ଘର ମଧ୍ୟ ଭାଙ୍ଗି ଯାଇଥିଲା।ଏହା ପରେ ମଧ୍ୟ ସକାଳ ହେବା ପରେ ସେହି କୁକୁଡ଼ା ବାହାରକୁ ଆସି ନିଜର ଡାକ ଛାଡ଼ି ଥିଲା ଏହା ସହିତ ନିଜର କାର୍ଯ୍ୟ କରିଥିଲା।ତେବେ ସେ ଏହା ଶିକ୍ଷା ଦେଉଥିଲା କି ଜୀବନରେ ଯେତେ ଅସୁବିଧା ଆସିଲେ ମଧ୍ୟ କେବେ ନିଜର କର୍ମରୁ ନିବୃତ ହୁଏ ନାହିଁ।

ଏହା ସହିତ ଏହିପରି ଆଉ ଏକ କାହାଣୀ ସମ୍ପର୍କରେ ଆମେ ଆଲୋଚନା କରିବା।ତେବେ ଏହି କାହାଣୀ ଅନୁସାରେ ଏକ ଶୁଆ ଥିଲା।ତେବେ ସେ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଥିଲା।ତେବେ ଥରେ ପବନ ସେହି ଶୁଆକୁ ଦେଖିଲା ଏହା ସହିତ ସେ ଦେଖିଲା କି ସେହି ଶୁଆ ବହୁତ ଖୁସିରେ ରହୁଛି।

ଏହା ଦେଖି ପବନ ଏହା ସହି ପାରିଲା ନାହିଁ ।ଏହା ସହିତ ସେହି ଶୁଆକୁ ଡରାଇବା ଆରମ୍ଭ କରି ଦେଲା।ତେବେ ପବନର ଡାରାଇବା ପରେ ମଧ୍ୟ ସେହି ଶୁଆ ଡରି ନଥିଲା।ଏହା ସହିତ ଦୃଢ ଭାବରେ ନିଜର ମତ ରଖିଥିଲା।ଏହା ସହିତ ସେ କହିଥିଲା କି ଖୁସିରେ ରହିବା ସମସ୍ତଙ୍କର ଅଧିକାର ଅଟେ।

ଏହାକୁ କେହି କାହା ପାଖରୁ ମଧ୍ୟ ଛଡାଇ ନେଇ ପାରିବେ ନାହିଁ।ତେଣୁ ଅନ୍ୟକୁ କେବେ ମଧ୍ୟ ଦୁଃଖ ଦେବା ପାଇଁ ପ୍ରୟାସ କରିବା ଉଚିତ ନୁହେଁ।କେବଳ ତାଙ୍କର ଭଲ ଚିନ୍ତା କରିବା ଆବଶ୍ୟକ।ଏହା ସହିତ ଏହି ଦୁଇଟି କଥାରୁ ଏକ ଶିକ୍ଷା ମିଳିଥାଏ କି ନିଜର କର୍ମ ଓ ନିଜ ଉପରେ ବିଶ୍ୱାସ ରହିବା ନିହାତି ଭାବରେ ଆବଶ୍ୟକ ଅଟେ।

Leave a Reply

Your email address will not be published. Required fields are marked *