କିପରି ଜାଣିବେ ବିକଳ୍ପ ମୂଳକ ପ୍ରଶ୍ନର ଉତ୍ତର,କିପରି ଲଗାଇବେ ସଠିକ Guessing,ଜାଣନ୍ତୁ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…

Spread the love

ଆଜିକାଲି ସମୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରୀକ୍ଷାରୁ ଆରମ୍ଭ କରି ସମସ୍ତ କମ୍ପିଟେଟିଭ ପରୀକ୍ଷା ପର୍ଯ୍ୟନ୍ତ ସବୁଥିରେ ବିକଳ୍ପ ମୂଳକ ପ୍ରଶ୍ନ ପିଲାମାନଙ୍କୁ ପରୀକ୍ଷା କରାଯାଉଛି। ପ୍ରତ୍ୟେକ ପରୀକ୍ଷାରେ ସଠିକ ଉତ୍ତର ନ ଜାଣିଥିଲେ ଅନେକ ପିଲା ମନ ମୁତାବକ ଉତ୍ତର ମରିଥାନ୍ତି। ସମ୍ଭବତଃ ଏହା ଭୁଲ ହୋଇଥାଏ କିମ୍ବା ଠିକ ହୋଇଥାଏ। କିନ୍ତି ଏଥିରେ କୌଣସି ସଠିକ ଭରସା ନ ଥାଏ ଯେ, ଏହା ଠିକ ହେବ। ତେଣୁ ଏହା ଉପରେ ଜଣେ ଆମେରିକାନ ଅଥର ଉଇଲିୟମ ପୋଣ୍ଡଷ୍ଟନ ‘ରକ ବ୍ରିକ୍ସ ସିଜର’ ନାମରେ ଏକ ପୁସ୍ତକ ଲେଖିଛନ୍ତି।

ଏଥିରେ ସେ ପାଖାପାଖି ୩୦,୦୦୦ ବିକଳ୍ପ ମୂଳକ ପ୍ରଶ୍ନକୁ ନେଇ ରିସର୍ଚ୍ଚ କରିଛନ୍ତି ଏବଂ ସେ ଏହି ରିସର୍ଚ୍ଚର ସିଦ୍ଧାନ୍ତରେ କିଛି ୟୁନିକ ଏବଂ ଇଣ୍ଟରେଶଟିଙ୍ଗ କଥା ଉଲ୍ଲେଖ କରିଛନ୍ତି ଯାହାକି ପ୍ରତ୍ୟେକ ପିଲାଙ୍କୁ ପ୍ରଶ୍ନର ଗେସ ମାରିବା ପାଇଁ ସାହାଯ୍ୟ କରିବ।କିଛି ପିଲା ଠିକ ଭାବରେ ପରିଶ୍ରମ କରି ପଢିଲେ ମଧ୍ୟ ପରୀକ୍ଷା ହଲରେ ବିଚଳିତ ହୋଇ ଯାଆନ୍ତି।

ପ୍ରଶ୍ନର ଉତ୍ତରର ଚୋରିଟି ବିକଳ୍ପ ମଧ୍ୟରୁ ସେ ସଠିକ ଉତ୍ତର ବାଛି ପାରନ୍ତି ନାହିଁ। ପରୀକ୍ଷାରେ କିଛି କଷ୍ଟ ପ୍ରଶ୍ନ ମଧ୍ୟ ଆସିଥାଏ। ଏମିତି କଷ୍ଟ ପ୍ରଶ୍ନର ଏକା ଭଳି ବିକଳ୍ପ ଗୁଡିକ ମଧ୍ୟରୁ ସଠିକ ଉତ୍ତର ଗେସ କରିବା କଷ୍ଟସାଧ୍ୟ ଅଟେ। ସେହି ସମୟରେ ଆପଣ ଏହି ପାଞ୍ଚୋଟି ପନ୍ଥା ଆପଣେଇ ପାରିବେ।ଏହା ପୂର୍ବରୁ ପ୍ରଥମେ ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା ଜାଣି ରଖନ୍ତୁ।

ପ୍ରଥମେ ଏଇଟା ଆପଣ ଜାଣିବା ଦରକାର ଯେ, ଆପଣ ଏହି ଗେସ ମାରିବା ପ୍ରତି ରିସ୍କ ନେବେ କି ନାହିଁ। ଏହା ଉପଯୁକ୍ତ ସମୟ ଉପରେ ନିର୍ଭର କରେ। ଆପଣ ପ୍ରଥମେ ଆସୁଥିବା ସହଜ ପ୍ରଶ୍ନ ଗୁଡିକର ଉତ୍ତର ଭଲ ଭାବରେ ପଢି ନିଅନ୍ତୁ ଏବଂ ଏହାର ଉତ୍ତର ପ୍ରଥମେ ଶେଷ କରନ୍ତୁ। ଏହା ଦ୍ୱାରା ଏପରି ନ ହେଉ ଯେ ଆପଣ କଷ୍ଟ ପ୍ରଶ୍ନରେ ଅପଣଙ୍କ ମୂଲ୍ୟବାନ ସମୟ ସାରିଥିବେ

ମାତ୍ର ସହଜ ପ୍ରଶ୍ନ ପାଇଁ ଆପଣଙ୍କ ପାଖରେ ସମୟ ନଥିବ। ତେଣୁ କୌଣସି ବିକଳ୍ପ ମୂଳକ ପ୍ରଶ୍ନକୁ ଏକ ମିନିଟରୁ ଅଧିକ ସମୟ ଦେବେ ନାହିଁ। ଶେଷ କଥା ହେଉଛି କେବେ ବି ମନ ଇଚ୍ଛା ଉତ୍ତର ମାରନ୍ତୁ ନାହିଁ କିମ୍ବା ମନ ମୁତାବକ ପାର୍ଟନ ତିଆରି କରନ୍ତୁ ନାହିଁ।ପ୍ରଥମ ଉପାୟ ହେଉଛି ଯଦି ପ୍ରଶ୍ନଟି ଠିକ ଏବଂ ଭୁଲ ବୋଲି କହିବା ପାଇଁ ହୋଇଥାଏ।

ତେବେ ପୋଣ୍ଡଷ୍ଟନଙ୍କ ରିସର୍ଚ୍ଚ ଅନୁସାରେ ପାଖାପାଖି ୫୬% ପ୍ରତିଶତ ଉତ୍ତର ଠିକ ବିକଳ୍ପ ସପକ୍ଷରେ ହୋଇଥାଏ ଏବଂ ୪୪% ପ୍ରତିଶତ ଉତ୍ତର ଭୁଲ ବିକଳ୍ପ ସପକ୍ଷରେ ହୋଇଥାଏ। ଦ୍ଵିତୀୟ କଥା ହେଉଛି ଯଦି ବିକଳ୍ପରେ ନନ ଅଫ ଦି ଏବଭ କିମ୍ୱା ଅଲ ଅଫ ଦି ଏବଭ ଥାଏ ,ତେବେ ୫୨% ପ୍ରତିଶତ ସେହି ଉତ୍ତର ଠିକ ହୋଇଥାଏ।

ତୃତୀୟ କଥା ହେଉଛି ପ୍ରଶ୍ନର ଯେଉଁ ବିକଳ୍ପରେ ବଡ଼ ଅର୍ଥାତ ଲମ୍ବା ବାକ୍ୟ ଥାଏ, ସେହି ବିକଳ୍ପଟି ସର୍ବାଧିକ ଭାଗ ଉତ୍ତର ହୋଇଥାଏ। ଚତୁର୍ଥ ତଥ୍ୟ ହେଉଛି ବିକଳ୍ପରେ ସଂଖ୍ୟା ଥିଲେ, ଅସାମଞ୍ଜସ୍ୟ ଥିବା ବିକଳ୍ପକୁ ଅଲଗା କରିବା ଏବଂ ସେଇଟି ହିଁ ସଠିକ ଉତ୍ତର ଅଟେ। ପଞ୍ଚମ ତଥ୍ୟ ହେଉଛି ଯଦି ଆପଣ କୌଣସି ପ୍ରଶ୍ନରେ ଅଧିକ ଦ୍ଵନ୍ଦରେ ପଡୁଛନ୍ତି ତେବେ ସର୍ବଦା ସେହି ପ୍ରଶ୍ନର ଦ୍ଵିତୀୟ ବିକଳ୍ପକୁ ଚୟନ କରନ୍ତୁ। ପୋଣ୍ଡଷ୍ଟନଙ୍କ ରିସର୍ଚ୍ଚ ଅନୁସାରେ ଏହାର ସମ୍ଭାବ୍ୟତା ପାଖାପାଖି ୨୮% ପ୍ରତିଶତ ରହିଥାଏ। ଏହିପରି ଭାବରେ ଆପଣ ନିଜ କାର୍ଯ୍ୟକୁ ସରଳ କରି ପାରିବେ।

Leave a Reply

Your email address will not be published. Required fields are marked *