ସିଙ୍ଗର Arpita ଙ୍କ ସହ ଠୁମକା ଲଗାଇଲେ ଭାଇରାଲ ବଏ ଶାନ୍ତନୁ,ସିଦ୍ଧାର୍ଥ ଏଫମ ଷ୍ଟେଜ ସୋ ରେ ଦେଖାଇଲେ ଜଲୱା,ଦେଖିଲେ ଆପଣ ମଧ୍ୟ ଖୁସି ରେ ନାଚି ଉଠିବେ…ଦେଖନ୍ତୁ Video

Spread the love

ନିକଟରେ ହୋଲି ଉପଲକ୍ଷେ ସିଦ୍ଧାର୍ଥ ଏଫମ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ସୁନ୍ଦର ଷ୍ଟେଜ ପ୍ରୋଗ୍ରାମ। ଏହାର ନାମ ଥିଲା ହୋଲି ମ୍ୟୁଜିକାଲି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓଡ଼ିଶାର ଅନେକ ଗାୟକ ଏବଂ ଗାୟିକା ମାନେ। ଭାଇରାଲ ଵଏଙ୍କ ଗୀତରେ ଝୁରି ଥିଲେ ସମସ୍ତେ ଏବଂ ଏହାକୁ ବହୁତ ଉପଭୋଗ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ଦୁଇ ପ୍ରମୁଖ ଗାୟିକା ଅର୍ପିତା ଚୌଧୁରୀ ଏବଂ ପ୍ରଜ୍ଞା ହୋତା।

ଏହି ଦୁଇ ଜଣ ଓଡ଼ିଶାର ନୂଆ ସ୍ୱର ରିଏଲିଟି ସୋ ରେ ବିଚାରକ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ଷ୍ଟେଜ ସୋ ରେ ଅର୍ପିତାଙ୍କ ପିଲାଙ୍କ ପ୍ରତି ଭଲ ପାଇବା ଦେଖିବାକୁ ମିଳିଥିଲା।ସୂଚନାଯୋଗ୍ୟ ଯେ, ଓଡ଼ିଶାର ଓଡ଼ିଆ ଚ୍ୟାନେଲ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ସୋ “ଓଡ଼ିଶାର ନୂଆ ସ୍ୱର” ପ୍ରତିଯୋଗିତାରେ ଭାଗ ନେଇ

ବର୍ତ୍ତମାନ ଓଡ଼ିଶାର ଘରେ ଘରେ କୁନି ବାବୁସାନ ନାମରେ ପରିଚିତ ସିଙ୍ଗର ଶାନ୍ତନୁ ମହାନ୍ତି। ଲୋକମାନେ ତାଙ୍କୁ ଓଡ଼ିଶାରେ ଭାଇରଲ ବଏ ନାମରେ ଜାଣିଛନ୍ତି। ତାଙ୍କ ସ୍ୱର, କଣ୍ଠ, ତାଳ ଏବଂ ଲୟ ଦ୍ୱାରା ଲୋକମାନଙ୍କୁ ନିଜର କରିଥିବା ଶାନ୍ତନୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି।

ସେ ‘ଓଡ଼ିଶାର ନୂଆ ସ୍ୱର’ରେ ସେମିଫାଇନାଲ ପର୍ଯ୍ୟନ୍ତ ଯାଇଥିଲେ। ଏହାପରେ ସେ ଏଲିମିନେଟ ହୋଇଯାଇଥିଲେ। ତଥାପି ସେ ନିଜ ସୁନ୍ଦର କଣ୍ଠ ଏବଂ ଡ୍ୟାନ୍ସ ଦ୍ୱାରା ସାରା ଓଡିଶାବାସୀଙ୍କ ଆକୃଷ୍ଟ କରିଥିଲେ।ଅର୍ପିତା ନିଜ ମନ ପସନ୍ଦର ଗୀତ ଅତି ସୁନ୍ଦର କଣ୍ଠରେ ଗାଇଥିଲେ ଏବଂ ଶାନ୍ତନୁ ତାଙ୍କ ସହ ଠୁମକା ଡ୍ୟାନ୍ସ କରିଥିଲେ।

ଏହା ଦର୍ଶକଙ୍କୁ ଅଧିକ ପସନ୍ଦ ଆସିଥିଲା। ଦର୍ଶକ ଏହାର ଭରପୁର ମଜା ଉଠାଇଥିଲେ। ଶେଷରେ ଭାଇରାଲ ଗାର୍ଲ ରିତିକାଙ୍କ ସହ ମିଶି ଶାନ୍ତନୁ ଏବଂ ଅର୍ପିତା ଡ୍ୟାନ୍ସ କରିଥିଲେ। ଏହା ବହୁତ ଖୁସିର ମୁହୂର୍ତ୍ତ ଥିଲା। ସର ଓଡିଶାବାସୀଙ୍କ ଭାଇରାଲ ବଏ ଷ୍ଟେଜ ଉପରେ ଗାୟିକା ଅର୍ପିତାଙ୍କ ସହ ଡ୍ୟାନ୍ସ କରୁଥିଲେ।

Leave a Reply

Your email address will not be published. Required fields are marked *