ଏହି ମହିଳା ଟ୍ରେନ କୁ Stop କରି ବଞ୍ଚାଇ ଦେଲେ ହଜାର ହଜାର ଜୀବନ,ଏଭଳି ଭାବେ ଅଟକେଇଲେ ଯେ ସାରା ଦେଶ କରୁଛି ପ୍ରଶଂସା…ଦେଖନ୍ତୁ Video

Spread the love

ମହିଳା ଜଣକ ନିଜ ଶାଢୀ ଟାଙ୍ଗି ବଞ୍ଚାଇ ଦେଲେ ହଜାର ହଜାର ଜୀବନ। ସେଥିପାଇଁ ଓମବତୀଙ୍କୁ ସାରା ଭାରତରେ ଚାଲିଛି ଚର୍ଚ୍ଚା। ୭୦ ବର୍ଷୀୟ ଏହି ମହିଳାଙ୍କ ପାଇଁ ଦୁର୍ଘଟଣାରୁ ବର୍ତି ଗଲା ଏହି ଯାତ୍ରୀବାହୀ ଟ୍ରେନ। ମୁଣ୍ଡ ଖଟାଇ ଅଟକାଇ ଦେଲେ ଟ୍ରେନ ଆକ୍ସିଡେଣ୍ଟ। ଉତ୍ତର ପ୍ରଦେଶର ଏଟାରର ଏହି ଖବରକୁ ନେଇ ଏବେ ସମ୍ପୂର୍ଣ୍ଣ ସାରା ଦେଶରେ ଚର୍ଚ୍ଚା ଚାଲିଛି। ୭୦ ବର୍ଷୀୟ ଏହି ମହିଳା ଓମବତୀଙ୍କୁ ରେଲୱେ କର୍ମଚାରୀ ସବାସୀ ଜଣାଇଛନ୍ତି।

ସବୁ ଦିନ ପରି ଆଜି ମଧ୍ୟ ସ୍ୱାଭାବିକ ଭାବରେ ଟ୍ରେନ ଯାତାୟାତ କରୁଥିଲା। ବ୍ୟସ୍ତବହୁଳ ଜୀବନରେ ନିଜ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରିବାରେ ବ୍ୟସ୍ତ ଥାଆନ୍ତି ଶହ ଶହ ଯାତ୍ରୀଗଣ। ଆଉ ସବୁଦିନ ପରି ନିଜ କ୍ଷେତକୁ କାମ କରିବାକୁ ବାହାରିଥିଲେ ୭୦ ବର୍ଷୀୟ ଏହି ମହିଳା ଓମବତୀ। ଏହି ସମୟରେ ସେ ଦେଖିବାକୁ ପାଇଥିଲେ ଯେ, ଟ୍ରେନ ଧାରଣାରେ ଏକ ଫାଟ ସୃଷ୍ଟି ହୋଇଛି

ଏବଂ ସେ ଦୂରରୁ ଜାଣି ପାରିଥିଲେ ଯେ ଟ୍ରେନ ଆସୁଛି। ତେଣୁ ସେ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ। କିପରି ସେ ଟ୍ରେନକୁ ଅଟକାଇବେ ଏବଂ କିପରି ଯାତ୍ରୀମାନଙ୍କ ଜୀବନ ବଞ୍ଚାଇବେ ତାହା ଜାଣି ପାରି ନଥିଲେ। ସେହି ସମୟରେ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଆସିଥିଲା। ସେ ନିଜେ ପିନ୍ଧି ଥିବା ନାଲି ଶାଢ଼ୀକୁ ଦୁଇଟି ବାଡ଼ି ସାହାଯ୍ୟରେ ଟାଙ୍ଗି ଦେଇଥିଲେ।

ଯେତେବେଳେ ଟ୍ରେନ ଚାଳକ ଏହି ନାଲି କପଡା ଦେଖିଥିଲେ, ସେ ସଂଗେ ସଂଗେ ବହୁ ଦୂରରୁ ଟ୍ରେନକୁ ଅଟକାଇ ଦେଇଥିଲେ। ଯାହାଫଳରେ ବହୁତ ଦୂରରେ ଟ୍ରେନ ରହି ଯାଇଥିଲା ଏବଂ ବଡ଼ ଧରଣର ଦୁର୍ଘଟଣାରୁ ଯାତ୍ରୀମାନେ ବଂଚି ଯାଇଥିଲେ।ମିଳିଥିବା ସୂଚନ ଅନୁସାରେ ଗୁରୁବାର ସକାଳ ୮ ଟା ରେ ଏହି ଘଟଣା ଘଟିଥିଲା।

ଏଟା- ଜାଲସେର-ତୁଣ୍ଡଲା ଯାତ୍ରୀବାହୀ ଟ୍ରେନ ତୁଣ୍ଡଲା ଅଭିମୁଖେ ଯାଉଥିଲା। ହେଲେ କୁସୁଆ ଗ୍ରାମରେ ଟ୍ରେନ ଲାଇନ ଭାଙ୍ଗି ଯାଇଥିଲା। ବୁରାରିଆ ଗ୍ରାମର ଅଧିବାସୀ ଓମବତୀ ସେହି ରାସ୍ତା ଦେଇ କ୍ଷେତକୁ ଯାଉଥିଲା ବେଳେ ଏହି ଭଙ୍ଗା ଟ୍ରାକକୁ ଦେଖିଥିଲେ ଏବଂ ନିଯେ ଉପାୟ ଭାବି ନିଜ ଶାଢ଼ୀ ସାହାଯ୍ୟରେ ଟ୍ରେନକୁ ଅଟକାଇ ଦେଇଥିଲେ। ଯାହାଦ୍ୱାରା ଟ୍ରେନ ଏକ ବଡ଼ ଦୁର୍ଘଟଣାରୁ ବର୍ତି ଯାଇଥିଲା। ସତରେ ଓମବତୀ ପରି ଲୋକ ଆମ ଦେଶ ପାଇଁ ଗର୍ଵ ଓ ଗୌରବ ଅଟନ୍ତି।

Leave a Reply

Your email address will not be published. Required fields are marked *