ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆଜି ଆମେ ଯେଉଁ ବିଷୟରେ କଥା ହେବା ତାହା ବିଷୟରେ ଆପଣଙ୍କୁ ଜାଣିବା ନିହାତି ଭାବରେ ଆବଶ୍ୟକ।ଏହା ଜାଣିବାଦ୍ୱାରା ଆପଣ ଆଗକୁ ଆସୁଥିବା ପରିସ୍ଥିତିକୁ ନେଇ ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରିପାରିବେ।
ଏହି ତଥ୍ୟ ଆଧାରରେ ଆପଣ ପୂର୍ବାନୁମାନ ଜାଣିବେ ଏବଂ ନିଜର ପ୍ଲାନକୁ ସହି ଅନୁସାରେ ସଚାରୁ ରୂପରେ କରିପାରିବେ।ତେବେ ଆଜି ଆମେ ଜାଣିବାକୁ ଯାଉଛେ ଓଡ଼ିଶାର ପାଣିପାଗ ବିଷୟରେ କିଛି ବିଶେଷ ସୂଚନା।ତେବେ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାର ପାଣିପାଗକୁ ନେଇ କିଛି ଅପଡେଟ ଆସିଛି।
ସେହି ଅନୁସାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଲାଗିରହିଛି।ଆଜି ପାଞ୍ଚ ଜିଲ୍ଲାକୁ ସତର୍କତା ଜାରି କରିଛି ଓଡିଶା ପାଣିପାଗ ବିଭାଗ।ବିଶେଷ କରି ମାଲକାନଗିରି, କୋରାଫୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ପ୍ରଭାବ ଥିବାରୁ ଏହି ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ପାଞ୍ଚ ଦିନ ପର୍ଯ୍ୟନ୍ତ ପାଣିପାଗର ବିଶେଷ ପରିବର୍ତ୍ତନ ଦେଖାଦେବ ନାହିଁ।ଏପଟେ ତାତି ବଢୁଥିବାରୁ ଲୋକେ ଆଉଟୁ ପାଉଟୁ ହେଲେଣି।ଆଭ୍ୟନ୍ତରୀଣ ଓଡ଼ିଶାରେ ଲୋକମାନେ ହନ୍ତସାନ୍ତ ହେଲେଣି।ତେବେ ବଲାଙ୍ଗୀର କଥା ତ ଆପଣ ଜାଣିଥିବେ।ଚାରି ସପ୍ତାହ ହେଲାଣି ବଲାଙ୍ଗୀରରେ ନିଆଁଲଗା ଖରା ଲାଗିରହିଛି।
ଲୋକ ଆଉଟୁ ପାଉଟୁ ହେଉଛନ୍ତି।ସକାଳ ୯ଟା ବେଳୁ ଲୋକମାନେ ଖରାର ପ୍ରକୋପ ଅନୁଭବ କରୁଛନ୍ତି।ଏହାକୁ ନେଇ ସହର ଖାଲି ପଡ଼ିଛି।ଯେଉଁ ଅଗ୍ନି ବର୍ଷି ଖରା ରହିଛି ସେହି ଖରାର ସମ୍ମୁଖିନ ହେଉଛନୟୀ ବାହାରୁ ଆସୁଥିବା ଲୋକେ।ପାଣିପାଗ ବିଭାଗ କାଳବୈଶାଖୀର ଆଲର୍ଟ ଜରିକରିଛି କିନ୍ତୁ ବଲାଙ୍ଗୀରରେ ଏହାର କୌଣସି ପ୍ରଭାବ ଦେଖାଯାଉନାହିଁ।
ଯଦି କାଳବୈଶାଖୀ ହୁଅନ୍ତା କିମ୍ବା ଖରାର ପ୍ରକୋପ ଟିକେ ମାତ୍ର ରୁହନ୍ତା ତାହାଲେ ବଲାଙ୍ଗୀର ବାସୀଙ୍କୁ ଟିକେ ଶାନ୍ତି ମିଳନ୍ତା।ଯେଉଁ ଅଗ୍ନି ବର୍ଷି ଖରା ହେଉଛି ଯାହାଦ୍ଵାରା ଲୋକେ ଆଉଟୁ ପାଉଟୁ ହେଉଛନ୍ତି।ରାତିରେ ମଧ୍ୟ ଗୁଳୁଗୁଳି ହେଉଛି।ଅସହାୟ ଗରମ ଓ ଗୁଳୁଗୁଳି ପାଇଁ ଅନେକ ଅସୁବିଧାରେ ଅଛନ୍ତି ଲୋକେ।ବଲାଙ୍ଗୀରରେ ତାତିର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି।ପାଣିପାଗ ବିଭାଗ ପକ୍ଷରୁ କାଳବୈଶାଖୀର ସୂଚନା ଦିଆଯାଉଛି।