ନାମର ପ୍ରଥମ ଅକ୍ଷର B ଥିଲେ ଜାଣନ୍ତୁ ଏହି ରହସ୍ୟମୟ କଥା,କଣ ହୋଇପାରେ ତାଙ୍କ ଯୁବନ ଶୈଳୀ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

Spread the love

ପ୍ରତ୍ୟେକ ଲୋକଙ୍କ ଚାଲିଚଳଣୀ, ସ୍ଵଭବ, ଆଚାର ବ୍ୟବହାର ଆଦି ସମସ୍ତ ତାଙ୍କ ନାମର ପ୍ରଥମ ଅକ୍ଷର ଦ୍ୱାରା ଜାଣି ହୁଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି। ଏହା ଅନେକ ଲୋକଙ୍କ କ୍ଷେତ୍ରରେ ସତ୍ୟ ବୋଲି ମଧ୍ୟ ସାବ୍ୟସ୍ତ ହୋଇ ସାରିଛି। ଏହା ପ୍ରତ୍ୟେକ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇ ଥାଏ। ତେଣୁ ପ୍ରତ୍ୟେକ ଲୋକ ନିଜ ଜୀବନରେ ନିଜ ନାମ ସାହାଯ୍ୟରେ ଭବିଷ୍ୟତ ଖରାପ କିମ୍ବା ଭଲ ତାହା ଜାଣିବାକୁ ଚାହିଁ ଥାଆନ୍ତି ଏବଂ ଏହା ମଧ୍ୟ ସତ୍ୟ ଯେ, ଜଣେ ବ୍ୟକ୍ତି ନିଜ ନାମର ପ୍ରଥମ ଅକ୍ଷରରୁ ହିଁ ନିଜ ସମ୍ପର୍କରେ ଜାଣି ପାରିବେ।

ଇଂରାଜୀ ଅକ୍ଷର ‘ବି’ ଥିବା ଲୋକଙ୍କ ଶାରୀରିକ ଗଠନ ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ। ସେମାନେ ବହୁତ ସୁନ୍ଦର, ଆକର୍ଷକ ହୋଇଥାନ୍ତି। ସେମାନଙ୍କ ଆଖି ମୂନିଆ ଭଳି ହୋଇଥାଏ। ସେମାନଙ୍କ ସ୍ଵଭାବ ଅତ୍ୟନ୍ତ ରୋମାଞ୍ଚକର ହୋଇଥାଏ। ସେମାନେ ସବୁବେଳେ କିଛି ନୂତନ ରାସ୍ତା ଖୋଜିବାକୁ ଚେଷ୍ଟା କରନ୍ତି।

ସେମାନେ କେବେ ବି କୋୖଣସି ଗୋଟିଏ କାମରେ ସନ୍ତୁଷ୍ଟ ରହି ନଥାନ୍ତି। ସେମାନଙ୍କୁ ଅନେକ ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ଭଲ ଲାଗେ। ସେମାନେ ନିଜ ରାସ୍ତା ନିଜେ ତିଆରି କରିଥାନ୍ତି। ସେମାବେ କୌଣସି ବ୍ୟକ୍ତି ଉପରେ ଭରସା କରି ନ ଥାନ୍ତି। ସେଥିପାଇଁ ସେମାନଙ୍କ ସାଙ୍ଗ ମାନଙ୍କ ସଂଖ୍ୟା ବହୁତ କମ୍ ରହିଥାଏ।

‘ବି’ ନାମ ଧାରୀ ବ୍ୟକ୍ତି ଅନ୍ୟ ମାନଙ୍କ ଉପରେ ବହୁତ କମ ବିଶ୍ଵାସ କରିଥାନ୍ତି ଏବଂ ଯାହାଙ୍କୁ ସେମାନେ ଅଧିକ ବିଶ୍ୱାସ କରିଥାନ୍ତି, ସେମାନଙ୍କ ସାଥିରେ ହିଁ ସାଙ୍ଗ ସାଥି ହୋଇ ରହିଥାନ୍ତି। ସେମାନେ ସୌନ୍ଦର୍ଯ୍ୟ ପ୍ରତି ଅତ୍ୟନ୍ତ ଆକର୍ଷିତ ରହିଥାନ୍ତି। ସେମାନଙ୍କୁ ପ୍ରକୃତି ସହିତ ରହିବାକୁ ଖୁବ ଭଲ ଲାଗିଥାଏ।

ସେଥିପାଇଁ ସେମାନଙ୍କୁ ଏପରି ଜାଗ ବୁଲିବାକୁ ଭଲ ଲାଗିଥାଏ, ଯେଉଁଠି ପ୍ରକୃତିର ଅପୂର୍ବ ମନଲୋଭା ସୌନ୍ଦର୍ଯ୍ୟ ରହିଥାଏ। ସେମାବେ ନିଜ ଭିତରେ ସବୁ କଥା, ଦୁଃଖ ଯନ୍ତ୍ରଣାକୁ ଲୁଚେଇ ରଖିଥାନ୍ତି। ସେମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି। ନିଜକୁ ସର୍ବଦା ଅଯଥା ଝଗଡ଼ାରୁ ଦୁରେଇ ରଖିଥାନ୍ତି। ଅତି ଛୋଟ ଛୋଟ କଥାରେ ମଧ୍ୟ ବେଳେ ବେଳେ ତର୍କ କରନ୍ତି।

ଏମାନେ ନିଜ କ୍ୟାରିଅର ନେଇ ବହୁତ ଚିନ୍ତାରେ ରହିଥାନ୍ତି କିନ୍ତୁ କେବେ ଏହାକୁ କାର୍ଯ୍ୟରେ ଲଗାଇ ପାରନ୍ତି ନାହିଁ। ନିଜ କଥା କାହାକୁ ସେୟାର କରନ୍ତି ନାହିଁ। ନିଜର ପ୍ରତି କାର୍ଯ୍ୟ ଅତି ସରଳ ଭବରେ କରି ଦିଅନ୍ତି। ଏମାନେ ଅନ୍ୟ ଉପରେ ନିର୍ଭର କରନ୍ତି ନାହିଁ। ସେଥିପାଇଁ ସେମାନେ କ୍ୟାରିଅରରେ ସର୍ବଦା ସଫଳ ହୁଅନ୍ତି ନାହିଁ।

Leave a Reply

Your email address will not be published. Required fields are marked *