ଅଭିନେତ୍ରୀ Sweety କହିଲେ ମାନିନୀ ସିରିଏଲ କଲାବେଳେ ମୁଁ ପ୍ରେଗ୍ନେଣ୍ଟ ଥିଲି,କିନ୍ତୁ କେହି ଏ କଥାକୁ…

Spread the love

ମାନିନୀ ବେଳେ ମୁଁ ଗର୍ଭବତୀ ଥିଲି ଆଉ ସେତେବେଳେ ମୁଁ ସିରିଏଲ କ୍ଲୋଜ କରି ଦେଇ ଆସିଲି।ସେତେବେଳେ ଜଣା ପଡ଼ିଲାଣି ଯେ ମୁଁ ପ୍ରେଗ୍ନେଣ୍ଟ ଥିଲି।କେହି ଜାଣି ନଥିଲେ କେବଳ ମୋର ଗୋଟିଏ ସାଙ୍ଗ ଜାଣିଥିଲା ମୁଁ ଗର୍ଭବତୀ ଅଛି ବୋଲି। ନାମ ତାଙ୍କର ଶୁଣିଲେ ଆମର ମନେ ପରେ ପୁରୁଣା ଆଲବମ କଥା।

ତାଙ୍କୁ ସମସ୍ତେ ଆଲବମ ଯୁଗରୁ ଜାଣନ୍ତି ଆଉ ତାଙ୍କୁ ଆଲବମ କୁଇନ ବୋଲି କୁହନ୍ତି। ଟିଭି ପରଦାରେ ସେ ସବୁବେଳେ ଆସନ୍ତି।ସେ ଆପଣଙ୍କୁ ସବୁବେଳେ ଅଭିନୟ ଦେଖାଉଛନ୍ତି ଆଉ ଆପଣ ମଧ୍ୟ ତାଙ୍କୁ ଅନେକ ଭଲ ପାଇବା ଦିଅନ୍ତି।ଆମ ସହିତ ଆଜି ଅଛନ୍ତି ସୁଇଟି ପଟ୍ଟନାୟକ।କେତେ ବର୍ଷ ହେଇଗଲାଣି ଆପଣଙ୍କୁ ଏହି ଜଗତରେ।

ପାଖା ପାଖି ୧୮ ବର୍ଷ ଭଳି ହେବ। ଆଲବମ ଯେତେବେଳେ କରୁଥିଲେ ସେତେବେଳ ଅପେକ୍ଷା ଏବେ ଆପଣ ଅଧିକ ସୁନ୍ଦର ଦେଖା ଯାଉଛନ୍ତି।ସେମିତି ଦେଖିବାକୁ ଗଲେ ଏବେ ମୁଁ ମେକଅପରେ ନାହିଁ। ସୁନ୍ଦର ଦେଖା ଯିବାରେ ମୋର କୌଣସି ହାତ ନାହିଁ।ସେଟା ବାପା ମା ଯେମିତି ଜନ୍ମ କରିଛନ୍ତି ମୁଁ ସେମିତି ବଢୁଛି ଆଉ।

ଏତେ ଦିନ ହେଲାଣି ଆପଣ ଫିଲ୍ମ କାଇଁ କରୁ ନାହାନ୍ତି ଆପଣ ଜଣେ ବଡ ଅଭିନେତ୍ରୀ।ଫିଲ୍ମ ନ କରିବାର ମୁଁ ନିଜକୁ ହିଁ ଦାୟୀ ଭାବେ। ପ୍ରଥମେ ମୁଁ ବହୁତ କାମ କରୁଥିଲି।ମୁଁ ଲଗାତାର କାମ କରିଛି ମୋ ଜୀବନରେ ବ୍ରେକ କେବେ ଆସିନି। ଗର୍ଭବତୀ ଥିବା ବେଳେ ଯାହା ବ୍ରେକ ଥିଲା ଦେଢ଼ ବର୍ଷର ନହେଲେ ଆଉ ନାହିଁ।

ତା ଭିତରେ ମତେ ଫିଲ୍ମର ଅନେକ ଅଫର ଆସିଛି ଆଉ ମୁଁ ଯେହେତୁ ଟିଭିରେ ଅଭିନୟ କରିଛି ମୁଁ ଭାବେ ଯେ ଟିଭି ଅଭିନେତା ବହୁତ ସହଜରେ ପହଞ୍ଚି ପାରନ୍ତି ଲୋକଙ୍କ ପାଖରେ।ଯାହା ଫିଲ୍ମରେ ହୁଏ ନାହିଁ।ସେତେବେଳେ ମୋ ବୟସ ବହୁତ କମ ଲାଗେ ଯେ କାଳେ କିଏ ଭୁଲ କଥା କହୁଛି।ମୋର କେହି ଗଡ ଫାଦର କେହି ନାହାନ୍ତି

ଏଇଠି କି ମତେ କେହି ଗାଇଡ କରିବାକୁ ନଥିଲେ ଏଠୀ।ସେତେବେଳେ ଆମେ ଭୁବନେଶ୍ଵର ଆସି ସୁଟିଂ ସାରି ଯାଉ।ଦୂର ଦୂର ଯାଏ ଆମର କୌଣସି ଟଚ ନଥିଲା ଫିଲ୍ମ ସହ।ଯଦି ଜଣେ କହି ଦିଏ କି ଏମିତି ଡ୍ରେସ ପିନ୍ଧିବ କି କଣ ମୁଁ ସାଙ୍ଗେ ସାଙ୍ଗେ ରିଆକ୍ଟ କରେ।ମତେ ଲାଗେ କି ସେ ଭୁଲ ଲୋକଟିଏ।

ଭୁଲ ଲୋକଙ୍କ ସହିତ ମଧ୍ୟ ବହୁତ ଠିକ ଲୋକ ମତେ କଲ କରିଛନ୍ତି ଡାକିଛନ୍ତି ଯେଉଁ ମାନଙ୍କୁ ମୁଁ ମନା କରିଦିଏ ନିଜ ପାଇଁ।ମୁଁ ଟିଭିରେ ଅଛି ମତେ ଖୁସି ଲାଗୁଛି ଆଜି ସିନେମା ଅଛି କାଲି ପଳେଇବ କିଛି ଠିକ ନାହିଁ।ଏହି ସବୁ କଥା ଭାବିକି ମୁଁ ସିନେମା କରିବା ପାଇଁ ମନା କରିଦିଏ। ରିପୋର୍ଟକୁ ଆଧାର କରି ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *