Lopamudra କହିଲେ ଯଦି ଛାଡପତ୍ର ପରେ ସ୍ବାମୀଙ୍କୁ ଫରକ୍ ପଡ଼ୁନି ମତେ କାହିଁକି ପଡିବ,ମୁଁ କଣ…

Spread the love

ଆମ ସଂପର୍କ ଦୁହିଁଙ୍କ ଘରୁ ଆରମ୍ଭ ହୋଇଥିଲା।ତାଙ୍କ ପରିବାର ଆଉ ଆମ ପରିବାରରୁ ଆରମ୍ଭ ହୋଇଥିଲା।ଯଦି ତାଙ୍କୁ କିଛି ଫରକ ପଡୁନି ତାହେଲେ ମୁଁ କଣ ପାଇଁ ସବୁ ବେଳେ କାନ୍ଦିବି।ଏମିତି ଦେଖିବାକୁ ଗଲେ ୫୦ରୁ ଅଧିକ ପରିବାରର ଝିଅ ହୋଇ ସାରିଛି ମୁଁ ଏବେ।ଯେଉଁ ଦିନ ମୁଁ ୫୦ ହଜାର ଲୋକଙ୍କ ସେବା କରିବି ଆଉ ସେମାନେ ମତେ ତାଙ୍କ

ମନରୁ ଗ୍ରହଣ କରି ଝିଅ କରି ନେବେ ସେତେବେଳେ ମୁଁ ଭାବିବି ଯେ ଭଗବାନ ମତେ ଯେଉଁ ମଣିଷ ଜୀବନ ଦେଇଛନ୍ତି ତାହା ସାର୍ଥକ ହୋଇଗଲା।ମତେ କହିଲେ ତତେ ୧୦ ଲକ୍ଷ ଦେଇ ଦେବୀ ସେଥିରେ ଯାହା କରିବା କଥା କର।୧୦ ଲକ୍ଷ କଣ ଗୋଟିଏ ଝିଅର ଜୀବନର ମୂଲ୍ୟ କଣ ୧୦ ଲକ୍ଷ ଗୋଟିଏ ବୋହୂର ଇଜ୍ଜତର

ମୂଲ୍ୟ କଣ ୧୦ ଲକ୍ଷ।ଆଜି ମୁଁ ମିଡିଆ ସାମ୍ନାରେ କହିବି ମୁଁ ତାଙ୍କୁ ୨୦ ଲକ୍ଷ ଦେବୀ ସେ ମୋର ଯାହା ନଷ୍ଟ କରିଛନ୍ତି ମାନ ସମ୍ମାନ ଇଜ୍ଜତ ମୋର ଯାହା ବି ସେ ନଷ୍ଟ କରିଛନ୍ତି ଯେଉଁ ୫ ବର୍ଷ ନଷ୍ଟ କରିଛନ୍ତି ସେଟା କଣ ସେ ଫେରେଇ ଦେବେ।ଏତେ ସବୁ ଭିତରେ ଆସି ବାପ ଘରେ ରହିଲେ। ସାହି ପଡିଶା ଲୋକ କେତେ କଥା କହିବେ

କାହିଁକି ନା ଝିଅଟିଏ ଯେତେବେଳେ ବାହା ହେଇକି ଶାଶୁ ଘରକୁ ଯାଏ ଆଉ ଯେତେବେଳେ ପୁଣି ବାପଘରକୁ ଫେରି ଆସେ ତାର ସେତେବେଳେ ଆଉ ସେମିତି ସମ୍ମାନ ନଥାଏ। ଏହା ତ ସତ କଥା କାହିଁକି ନା ଆମର ମିଡିଲ କ୍ଲାସ ପରିବାରରେ ଏହି ସବୁ ଜିନିଷ ଶୁଣିବାକୁ ବେଶୀ ମିଳେ।ଲୋକ କୁହନ୍ତି ଆଉ ଜାଣି ନଥାନ୍ତି ସତ କଣ।ଆଉ ଲୋକଙ୍କର ଧର୍ୟ ନଥାଏ କହିବା ପାଇଁ କି ସତ କଣ।

ସେହି ସମୟରେ ବୁଝିବା ଦରକାର କି ଗୋଟିଏ ଝିଅର ଏମିତି ହୋଇଛି ତା ପରିବାର ଉପରେ କଣ ବିତୁ ଥିବ କି କଣ।ସମାଜ ଏଗୁଡା ଦେଖେ ନାହିଁ କହି ଚାଲେ କି ତାର କିଛି ଦୋଷ ଥିବ।ଖାଲି ସମସ୍ତଙ୍କ ଦୋଷ ଆଉ ଦୁର୍ବଳତା ହିଁ ଦେଖନ୍ତି।ସେହି ସମୟରେ ମୁଁ ବହୁତ ଥର ଭାବିଛି ଯେ କିଛି ଭୁଲ ପଦକ୍ଷେପ ନେଇଯିବି।

କିନ୍ତୁ ନିଜକୁ ମୁଁ ବହୁତ କଣ୍ଟ୍ରୋଲରେ ରଖିଥିଲି।ମୁଁ ତ ନିଜକୁ କେବେ କ୍ଷମା କରି ପାରୁ ନଥିଲି।ମୋ ମାମାର ଗୋଟିଏ ଭୁଲ ରହିଗଲା କି ସେ ଯେତେବେଳେ ବଞ୍ଚିଥିଲା ଗୋଟିଏ ପରିବାର ଭାବି ଥିଲା।ଆମର ସବୁ କିଛି ଓଲଟ ପାଲଟ ହୋଇ ଯାଇଥିଲା।

ସେତେବେଳେ ମୁଁ ଭାବିଲି କି ଠିକ ଅଛି ଆମର ଗୋଟିଏ ଜୀବନ ସରିଗଲା।କିନ୍ତୁ ଆମ ସଂପର୍କ ଦୁଇ ଜଣଙ୍କ ପରିବାର ତରଫରୁ ଆରମ୍ଭ ହୋଇଥିଲା। ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *