TB ରୋଗ କଣ,କାହିଁକି ହୁଏ ଟିବି ଏବଂ ଏହାର ଚିକିତ୍ସା କିପରି କରିବେ ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ପ୍ରତିକାର – ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି

Spread the love

ମନୁଷ୍ୟ ଉତ୍ତମ ସ୍ୱାସ୍ଥ୍ୟ ବିନା କୌଣସି ବି କାର୍ଯ୍ୟ କରିବାକୁ ଅସମର୍ଥ। ସ୍ୱାସ୍ଥ୍ୟର ଯତ୍ନ ନେବା ଏକାନ୍ତ ଆବଶ୍ୟକ ଅଟେ। ପ୍ରଥମତଃ ସମାଜରେ ନିତିଦିନ ଜୀବନରେ ହେଉଥିବା ମହାମାରୀରୁ ନିଜକୁ ବଞ୍ଚେଇବା ଏକାନ୍ତ ଆବଶ୍ୟକ। ପରିଷ୍କାର ପରିଚ୍ଛନ୍ନ ନ ରହିଲେ ଅନେକ ପ୍ରକାର ରୋଗର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଯେପରି କି ଦୈନଦିନ ଜୀବନରେ ସଚେତନ ନ ହେବା ଦ୍ୱାରା ଟିବି ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଥାଏ।

ଏହି ଟ୍ୟୁବର କୁଲୋସିସ ରୋଗ ବିଶ୍ୱ ସ୍ତରରେ ଅନେକ ମାତ୍ରାରେ ପରିଲକ୍ଷିତ ହୋଇଥାଏ। ଏହାକୁ ଯକ୍ଷ୍ମା ରୋଗ ମଧ୍ୟ କୁହାଯାଇ ଥାଏ। ଏହି ଯକ୍ଷ୍ମା କେବଳ ଛାତିରେ ହୁଏ ନାହିଁ। ଏହି ରୋଗ ଶରୀରର କୌଣସି ସ୍ଥାନରେ ମଧ୍ୟ ହୋଇପାରେ। ସାଧାରଣତଃ ଆମେ ଜାଣିଥାଉ ଯେ, ଯକ୍ଷ୍ମା ହେଲେ ଶରୀରର ଫୁସଫୁସ ପ୍ରଭାବିତ ହୋଇଥାଏ ଏବଂ ଏହା ଦ୍ୱାରା କାଶ, କଫ ଏବଂ ଏଥିରେ ରକ୍ତ ପଡିବା ଆଦି ଦେଖାଯାଏ।

ମାତ୍ର ଏହା ବୋନ , ବ୍ରେନ, ଜଏଣ୍ଟ ଆଦିରେ ମଧ୍ୟ ଦେଖାଯାଏ। ବୋନରେ ଦେଖାଗଲେ ଏହାକୁ ବୋନ ଟିବି, ବ୍ରେନରେ ଦେଖାଗଲେ ଏହାକୁ ବ୍ରେନ ଟିବି ଏବଂ ଜଏଣ୍ଟରେ ଦେଖାଗଲେ ଏହାକୁ ଜଏଣ୍ଟ ଟିବି ବୋଲି କୁହାଯାଇଥାଏ। ବେଳେ ବେଳେ ଏକ୍ସଟ୍ରା ପଲମୋନାରୀ ଟିବି ମଧ୍ୟ ଦେଖାଯାଏଏବଂ ଏହା ପ୍ଲିଉରାରେ ଦେଖା ଯାଇଥାଏ।

ଯକ୍ଷ୍ମା ରୋଗ ମୁଖ୍ୟତଃ ଶରୀର ସମସ୍ତ ଅଙ୍ଗରେ ନିଜ ପ୍ରକୋପ ଦେଖାଇଥାଏ। ସେତେବେଳେ ଏହି ଯକ୍ଷ୍ମା ଜନିତ ସମସ୍ୟା ଶରୀରରେ ପରିଲକ୍ଷିତ ହୋଇଥାଏ। ତେବେ ଏହାର ଲକ୍ଷଣ ଗୁଡିକ ହେଉଛି ବହୁତ ଦିନ ଧରି ଜ୍ୱର ହେବା, ଧୀରେ ଧୀରେ ଜ୍ୱର ହୋଇ ଛାଡି ଯିବା ଏବଂ କେବଳ ସନ୍ଧ୍ୟା ସମୟରେ ଜ୍ୱର ଆସିବା, ଓଜନ କମିଯିବା, ଭୋକ ନ ହେବା, ଦେହ ହାତ ବ୍ୟଥା ହେବା ଏବଂ ଦୁର୍ବଳ ଲାଗିବା।

ଶରୀରର ଅନ୍ୟ ଅଙ୍ଗରେ ଯକ୍ଷ୍ମା ହେଲେ , ଏହାର ଲକ୍ଷଣ କିଛି ଅଲଗା ହୋଇପାରେ। ଯେମିତି କି ବ୍ରେନ ଟିବି ହେଲେ, ବାତ ମରିବା, ମୁଣ୍ଡ ବ୍ୟଥା ହେବା, ଜ୍ୱର ରହିବା ସହିତ ଅରୁଚିକର ଲାଗିବା ଇତ୍ୟାଦି। ବୋନରେ ଟିବି ହେଲେ ଜ୍ୱର ହେବା ସହିତ ବୋନରେ ବ୍ୟଥା ଏବଂ ଯନ୍ତ୍ରଣା ହୋଇଥାଏ। ପେଟରେ ଏହି ରୋଗ ହେଲେ ପେଟ ବ୍ୟଥା, ବାନ୍ତି ଆଦି ହୋଇଥାଏ।

ତେବେ ଏହାର ଉପଚାର ହେଉଛି ଯକ୍ଷ୍ମା ରୋଗ ହେବା ସଙ୍ଗେ ସଙ୍ଗେ ଏହାର ଲକ୍ଷଣକୁ ଭଲ ଭାବରେ ନିରୀକ୍ଷଣ କରି ଏହାର ଟେଷ୍ଟ କରି ନେବା ଆବଶ୍ୟକ। ଯଦି ଟେଷ୍ଟରେ ଯକ୍ଷ୍ମା ହୋଇଥିବାର ଜଣା ପଡେ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ସର୍ବଦା ସ୍ୱଚ୍ଛ ରହିବା ସହିତ ସ୍ୱଚ୍ଛ ଜଳ ଏବଂ ପବନ ବ୍ୟବହାର କରିବା ଆବଶ୍ୟକ। ଔଷଧ ନିୟମିତ ଖାଇବା ଆବଶ୍ୟକ।

Leave a Reply

Your email address will not be published. Required fields are marked *