ଆପଣଙ୍କ ହାତରେ ଛକି ଚିହ୍ନ ଅଛି କି ? ତେବେ ଜାଣିରଖନ୍ତୁ ଆପଣ କେତେ ଭାଗ୍ୟବାନ ଅଟନ୍ତି

Spread the love

ଶାସ୍ତ୍ର ଅନୁସାରେ କର ଓ କପାଳ ମନୁଷ୍ୟର ଭାଗ୍ୟ ନିୟନ୍ତ୍ରଣ କରିଥାଏ।କୁହାଯାଏ କି ଏହା ମନୁଷ୍ୟର ଭବିଷ୍ୟତ ମଧ୍ୟ ଦର୍ଶାଇଥାଏ।ମନୁଷ୍ୟର ହାତରେ ବିଭିନ୍ନ ରେଖା ମାନ ରହିଅଛି।ଏହି ରେଖା ଗୁଡ଼ିକ କିଛି ଶୁଭ ଫଳ ଦେଇଥାଏ ଓ ଏହା ସହିତ କିଛି ଅଶୁଭ ଫଳ ମଧ୍ୟ ଦେଇଥାଏ।ଏହି ହାତ ପାପୁଲିର ରେଖାକୁ ଦେଖି ଜ୍ୟୋତିଷ ମାନେ ଭବିଷ୍ୟତର ଗଣନା କରିଥାନ୍ତି।ପୁରୁଷ ମାନଙ୍କର ଦକ୍ଷିଣ ହସ୍ତ ଓ ମହିଳା ମାନଙ୍କର ବାମ ହସ୍ତ ସେମାନଙ୍କର ଭବିଷ୍ୟତ ସମ୍ପର୍କରେ ଅନେକ ସୂଚନା ଦେଇଥାଏ।

କଥାରେ ରହିଛି ଯେଉଁ ପୁରୁଷ ବା ମହିଳା ମାନଙ୍କ ହାତରେ ଛକି ଚିହ୍ନ ରହିଥାଏ ସେମାନଙ୍କ ସହିତ ସର୍ବଦା ଏକ ଅଦୃଶ୍ୟ ଶକ୍ତି ରହିଥାଏ।ଯାହା ସେମାନଙ୍କର ରକ୍ଷା କରିବା ସହିତ ସେମାନଙ୍କର ଅନେକ ଉପକାର ମଧ୍ୟ କରିଥାଏ।ସେମାନଙ୍କୁ ଏହି ଶକ୍ତି ସମସ୍ତ ପ୍ରକାର ଅସୁବିଧାରୁ ରକ୍ଷା କରିଥାଏ।ଏହି ଚିହ୍ନ ଥିବା ବ୍ୟକ୍ତି ଅନେକ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନେ ସଦା ସର୍ବଦା ଖୁସିରେ ଜୀବନ ଅତିବାହିତ କରିଥାନ୍ତି।ଏମାନଙ୍କ ଜୀବନରେ କେବେ ମଧ୍ୟ ଦୁଃଖ ଆସି ନଥାଏ।ଏମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି।

ଦୁଃଖ ଓ କଷ୍ଟ ଏମାନଙ୍କ ଜୀବନରୁ ସର୍ବଦା ଦୂରେଇ ରହିଥାଏ।ଏମାନେ କେବେ ମଧ୍ୟ ଦୁଃଖ ଓ କଷ୍ଟରେ ରହି ନଥାନ୍ତି।ଏହି ରେଖା ସମସ୍ତଙ୍କ ହାତରେ ଦେଖା ଦେଇ ନଥାଏ।କେବଳ କିଛି କ୍ଵଚିତ ଲୋକଙ୍କ ହାତରେ ଏହି ରେଖା ଦେଖା ଯାଇଥାଏ।ଏହି ଚିହ୍ନ ଥିବା ବ୍ୟକ୍ତିମାନେ ଭବିଷ୍ୟତକୁ ନେଇ ସର୍ବଦା ସଜାଗ ରହିଥାନ୍ତି।ତେଣୁ ଏହି ବ୍ୟକ୍ତି ମାନଙ୍କ ଜୀବନରେ ସଫଳତା ପାଇବାର ସମ୍ଭାବନା ଯଥେଷ୍ଟ ଅଧିକ।ଏହି ବ୍ୟକ୍ତି ମାନେ ଉଚ୍ଚ ଆଶାବାଦୀ ହୋଇଥାନ୍ତି।ଏମାନେ ନିଜ ଜୀବନରେ ଉଚ୍ଚ ରାଜନୈତିକ ପଦ ମଧ୍ୟ ହାସଲ କରିଥାନ୍ତି।ଏମାନେ ବିଭିନ୍ନ ପ୍ରକାରର ସରକାରୀ ବିଭାଗରେ ଉଚ୍ଚ ପଦରେ ପ୍ରତିଷ୍ଠିତ ମଧ୍ୟ ହୋଇଥାନ୍ତି।

ଏମାନେ ନିଜ ଜୀବନରେ କେବେ ମଧ୍ୟ ଅସଫଳ ହୋଇ ନଥାନ୍ତି।ଏମାନେ ସଦାସର୍ବଦା ପ୍ରସ୍ତୁତ ରହିଥାନ୍ତି ସମସ୍ତ ପ୍ରକାରର ସମସ୍ୟାର ସାମ୍ନା କରିବା ପାଇଁ।ଏମାନେ ନିଜର ତଥା ନିଜ ପରିବାରର ମାନ ସମ୍ମାନ ବଢାଇଥାନ୍ତି।ଏମାନେ କୌଣସି ବି ବ୍ୟକ୍ତି ଉପରେ ସହଜରେ ବିଶ୍ୱାସ କରନ୍ତି ନାହିଁ ଫଳରେ ଏମାନଙ୍କୁ ଠକିବା କାହା ପକ୍ଷେ ମଧ୍ୟ ସମ୍ଭବ ହୋଇନଥାଏ।ଏମାନେ ସର୍ବଦା ନିଜର ତଥା ନିଜ ପରିବାରର ଯତ୍ନ ରଖି ଥାଆନ୍ତି।ଏମାନେ କେବେ ମଧ୍ୟ କାହାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରନ୍ତି ନାହିଁ।

ଏମାନେ ସର୍ବଦା ଅନ୍ୟର ଉପକାର କରିଥାନ୍ତି।ଏହି ବ୍ୟକ୍ତି ମାନଙ୍କର କଳ୍ପନା ଶକ୍ତି ବହୁତ ଅଧିକ ହୋଇଥାଏ।ଏମାନେ ଭବିଷ୍ୟତରେ ପ୍ରେମ ବିବାହ କରିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ।ଏମାନଙ୍କ ବୈବାହିକ ଜୀବନରେ ସର୍ବଦା ସୁଖ ଶାନ୍ତି ଲାଗି ରହିଥାଏ।ଏମାନଙ୍କ ପାଖରେ କେବେ ମଧ୍ୟ ଟଙ୍କାର ଅଭାବ ଦେଖାଦିଏ ନାହିଁ।ଏମାନେ କୌଣସି ପ୍ରକାରର ପରିବର୍ତ୍ତନରେ ବିଚଳିତ ହୁଅନ୍ତି ନାହିଁ।ଏମାନେ ସର୍ବଦା ଦୃଢ ମନରେ ସମସ୍ତ ପରିସ୍ଥିତିର ସାମ୍ନା କରିଥାନ୍ତି।ଏମାନେ ସର୍ବଦା ଅନ୍ୟର ଉପକାର କରିବାରେ ନିଜର ସମୟ କାଟିବାକୁ ପସନ୍ଦ କରିଥାନ୍ତି।

Leave a Reply

Your email address will not be published. Required fields are marked *