ବାପା ଆଗରେ ୩ ପିଲା ପାଣିରେ ଭାସି ଯିବେ।ତେବେ ସେହି ସମୟରେ ବ୍ୟାପାର ହୃଦୟ କିପରି ସହିବ।ବାପା କିଛି ଆଗ ପଛ ବିଚାର ନ କରି ପାଣି ମଧ୍ୟକୁ ଡେଇଁ ପଡ଼ିବ ଓ ତାର ପିଲାକୁ ଉଦ୍ଧାର କରିବାକୁ ଚେଷ୍ଟା କରିବ।ଏପରି ଏକ ଘଟଣା ଘଟି ଯାଇଛି ରାୟଗଡ଼ା ନାଗାବଳୀ ନଦୀରେ।ସେଠାରେ ଥିବା ଝୁଲା ପୋଲ ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି
ତେବେ ବୁଡି ଯାଇଥିବା ୩ ପିଲାଙ୍କ ମଧ୍ୟରୁ ନିଜର ୨ ପିଲାଙ୍କୁ ଉଦ୍ଧାର କରିଛି ବାପା।ଏହା ପରେ ମଧ୍ୟ ଆଉ ଜଣେ ନାବାଳକ ପୁଅ ଯାଇ ଯାଇଛି ଯାହାକୁ ଖୋଜୁଛି ବାପା।ତେବେ ଖବର ପାଇ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ସାରିଛି।ଏହା ସହିତ ସେହି ପିଲାକୁ ଖୋଜିବାକୁ ପ୍ରୟାସ କରୁଛି।ତେବେ ସୂଚନା ଅନୁସାରେ
ବାପାଙ୍କ ସହିତ ସେହି ୩ ଜଣ ପିଲା ଗାଧୋଇବା ପାଇଁ ଆସି ଥିଲେ।ବାପା ଅନ୍ୟ କାମରେ ବ୍ୟସ୍ତ ଥିବା ସମୟରେ ସେହି ପିଲା ଗାଧୋଇବା ପାଇଁ ଯାଇ ଥିଲେ।ତେବେ ଗାଧୋଇବା ସମୟରେ ସେମାନଙ୍କ ଗୋଡ଼ ପାଣି ମଧ୍ୟରେ ଖସି ଯାଇ ଥିଲା।ଏହା ପରେ ନିଜର ଜୀବନ ବଞ୍ଚାଇବା ପାଇଁ ସେମାନେ ଯୋରେ
ପାଟି କରି ଥିଲେ।ତେବେ ବାପା ଆଗ ପଛ କିଛି ବିଚାର ନ କରି ପ୍ରଖର ସ୍ରୋତରୁ ନିଜର ଦୁଇ ପିଲାଙ୍କୁ ଉଦ୍ଧାର କରି ନେଇଛି।ତେବେ ଆଉ ଜଣଙ୍କୁ କିନ୍ତୁ ଉଦ୍ଧାର କରି ପାରି ନାହିଁ।ତେବେ ପ୍ରଖର ସ୍ରୋତରେ ବାପା ଆଗରେ ନିଜର ଏକ ପୁଅ ଭାସି ଯାଇ ଥିଲା।ତେବେ ଯାହାକୁ ଏବେ ଅଗ୍ନିଶମ ବାହିନୀ ଖୋଜା ଖୋଜି କରୁଛି
ତେବେ ଦୀର୍ଘ ସମୟ ପାଣି ମଧ୍ୟରେ ଫସି ରହିବା ଫଳରେ ସେଠାରେ ବାପାକୁ ଉଦ୍ଧାର କରା ଯାଇଛି।କିନ୍ତୁ ଏହା ପରେ ମଧ୍ୟ ସେହି ହଜି ଯାଇ ଥିବା ପିଲାର କୌଣସି ଖବର ମିଳି ନାହିଁ।ତେବେ ବର୍ତ୍ତମାନ ଏହି ଘଟଣା ସେହି ସମ୍ପୂର୍ଣ୍ଣ ଅଞ୍ଚଳରେ ଅନେକ ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି କରିବା ସହିତ ଅନେକ ଲୋକଙ୍କୁ ଦୁଃଖିତ କରି ଦେଇଚି।