ପ୍ରକୃତି ଦେବେ କି ପାନେ,ରାସ୍ତା ଉପରେ ଧରା padiba ପରେ ଏବେ ମୁଁହ ଖୋଲିଛନ୍ତି ପ୍ରକୃତି,କହିଲେ ମୁଁ ଆଉ କେବେ…

Spread the love

ହାଇକୋର୍ଟର ଦ୍ବାରସ୍ଥ ହେଲେ ପ୍ରକୃତି ମିଶ୍ର।କହିଲେ ମୋ ସହ ଯାହା ହୋଇଛି ସାରା ଦୁନିଆ ଦେଖିଛି।ଏହା ସହିତ ସେ କହିଥିଲେ କି କୋର୍ଟ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଏହା ସହିତ ତାଙ୍କୁ ନ୍ୟାୟ ନିଶ୍ଚୟ ଭାବରେ ମିଳିବ ବୋଲି ସେ କହିଛନ୍ତି।ତେବେ ତାଙ୍କର ଏତଲା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ସେ ଅଭିଯୋଗ କରିଛନ୍ତି।ତାଙ୍କର ଏତଲା ଉପରେ ପୋଲିସ କୌଣସି

ପଦକ୍ଷେପ ନେଉ ନାହିଁ ବୋଲି ସେ ହାଇକୋର୍ଟ ପାଖରେ ଅଭିଯୋଗ କରିଛନ୍ତି।ତେବେ ଖାରବେଳ ନଗର ଥାନାରେ ପୋଲିସ ବାବୁଶାନ ଓ ତାଙ୍କର ପତ୍ନୀଙ୍କ ଉପରେ ଅଭିଯୋଗ କରି ଥିଲେ।ଏହା ସହିତ ବର୍ତ୍ତମାନ ପ୍ରକୃତିଙ୍କ ଓକିଲ ପୋଲିସର କାମ ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି।ତେବେ ଏକ ନିରପେକ୍ଷ ଅନୁଷ୍ଠାନ

ଦ୍ଵାରା ଏହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।ତେବେ ସେ କହିଥିଲେ କି ଏପରି ଭାବରେ ଜଣେ ମହିଳାଙ୍କୁ ରାସ୍ତା ଉପରେ ଯେପରି ଭାବରେ ହଇରାଣ କରା ଗଲା ଏହାକୁ ନେଇ ଅନେକ ଧାରା ତାଙ୍କ ଉପରେ ଲାଗି ନାହିଁ ବୋଲି ସେ କହିଥିଲେ।ତେବେ ଅନ୍ୟ ପକ୍ଷରେ ବାବୁଶାନଙ୍କ ଓକିଲ

କହିଛନ୍ତି କି ଯେଉଁ ସମୟ ଯାଏ ବାବୁଶାନଙ୍କ ପାଖକୁ କୌଣସି ନୋଟିସ ଆସି ନାହିଁ ତେବେ ସେହି ସମୟ ଯାଏ ସେ କୌଣସି ପ୍ରତିକ୍ରିୟା ଦେବେ ନାହିଁ।ଏହା ବ୍ୟତୀତ ତାଙ୍କର ନାମରେ କଣ ଅଭିଯୋଗ ହୋଇଛି ଏହା ଜାଣିବାର କୌଣସି ଅବକାଶ ନାହିଁ ବୋଲି ସେ କହିଥିଲେ।ତେବେ ନୋଟିସ ଆସିବା ପରେ

ସେ କିଛି କରିବେ ବୋଲି କହିଛନ୍ତି।ଯେହେତୁ ପୋଲିସ କୌଣସି କାର୍ଯ୍ୟ କରି ନାହିଁ ତେଣୁ ସେ ତାଙ୍କ ଉପରେ ଏପରି ଅଭିଯୋଗ କରିଛନ୍ତି ବୋଲି ସେ କହିଥିଲେ।ତେବେ ଅଭିନେତା ବାବୁଶାନ ଓ ଅଭିନେତ୍ରୀ ପ୍ରକୃତିଙ୍କୁ ଏକାଠି ପାଇବା ପରେ ହଂଗାମା କରି ଥିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ।

ତେବେ ସେଠାରେ ସ୍ଥିତି ଏପରି ହୋଇଥିଲା କି ବାବୁଶାନଙ୍କ ଗାଡିରୁ ପ୍ରକୃତି ଖସି ପଳାଇବା ପାଇଁ ମଧ୍ୟ ଚେଷ୍ଟା କରି ଥିଲେ।ଯାହାର ଭିଡିଓ ଅନେକ ଚର୍ଚ୍ଚିତ ହୋଇ ଯାଇଥିଲା।ତେବେ ଏହି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଉଛି କି ନାହିଁ ଏହି ଘଟଣା ଉପରେ ପୋଲିସର କୌଣସି ପ୍ରତୃକ୍ରୀୟା ମିଳି ପାରି ନାହିଁ।

ତେବେ ପୋଲିସ ନିଜର କାର୍ଯ୍ୟରେ ଯେପରି ଭାବରେ ବିଳମ୍ବ କରୁଛି ଏହାକୁ ନେଇ ବର୍ତ୍ତମାନ ପଦକ୍ଷେପ ନେବା ପାଇଁ ପ୍ରକୃତି କୋର୍ଟଙ୍କ ପାଖରେ ନିବେଦନ କରିବା ସହିତ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ଓ ତାଙ୍କର କୋର୍ଟ ଉପରେ ସଂପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ମଧ୍ୟ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *