ଆଜି ଆପଣଙ୍କ ପାଖରେ ଜେଜେମାଙ୍କର ଆଉ ଏକ ରେସିପି ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ବହୁତ ଅଧିକ ପସନ୍ଦ ହେବ। ଆଜି ଆମେ କହିବୁ କି କିପରି ଭାବେ ଜେଜେମା ତାଙ୍କର ଦହି ଖଡା ଆମ୍ବିଳ ରେସିପି ଆମ ସହ ଶେୟର କରିବାକୁ ଯାଉଛନ୍ତି। ଆସନ୍ତୁ ଆଣେ ଆରମ୍ଭ କରିବା ଏହା ବାବଦରେ।ଆପଣ ଯେପରି ଦେଖୁଛନ୍ତି କି ଜେଜେମା
ତାଙ୍କ ହାତରେ ଅନେକ ଗୁଡିଏ ମାରିସ ଗଛ ଆଉ ପୁଇ ଗଛ ଆଣିଛନ୍ତି। ତେବେ ପ୍ରଥମେ ଆପଣ ଦେଖନ୍ତି କି ସେ ପୋଇ ଗଛରେ ଭଲ ଭାବେ ଧୋଇ ଦିଅନ୍ତି ଆଉ ତାହାକୁ କାଟିବାକୁ ଲାଗିଯାନ୍ତି। ତାହାପରେ ଆପଣ ଦେଖନ୍ତି କି ସେ ମାରିସ ଗଛ ଆଣନ୍ତି ଆଉ ତାହାର ସମସ୍ତ ଚେର ଛାଡେଇବାକୁ ଲାଗିଯାନ୍ତି।।
ତାହାପରେ ତାହାକୁ ଛୋଟ ଛୋଟ କରି କାଟନ୍ତି ଆଉ ପୋଇ ସହ ମାରିସ ଗଛ ମାନଙ୍କୁ ଏକ ମାଢ଼ିଆରେ ଧୋଇବାକୁ ଲାଗନ୍ତି। ତେବେ ଧୋଇଦେବା ପରେ ସେ ତାହାକୁ ବାହାର କରନ୍ତି ଆଉ ତାହାପରେ ଏକ ବାଟିରେ ରଖିଦିଅନ୍ତି।ତାହାପରେ ଆପଣ ଦେଖନ୍ତି କି ସେ ଏକ ଶୀଳରେ ଆଣି ରସୁଣ ସହ,
ଜୀରା ଆଉ ଫୁଟଣ ବାଟି ଦିଅନ୍ତି। ତାହାପରେ ତାହାର ପେଷ୍ଟ ପ୍ରସ୍ତୁତ କରି ତାହାକୁ ବାଟିରେ ରଖନ୍ତି। ତାହାପରେ କଡା ଗରମ କରି ତାହା ଭିତରେ ସେ ସେହି ରସୁଣ ପେଷ୍ଟ ପକାନ୍ତି ଆଉ ତାହା ପରେ ସେ ସେହି ପେଷ୍ଟକୁ ଭଲ ଭାବେ ବାଗେଇ ଦିଅନ୍ତି। ତେବେ ପେଷ୍ଟ ଭିତରେ ସେହି କଟା ହେଇଥିବା ନାଡୀ ସହ ହଳଦୀ
ଲୁଣ ଆଉ ଲଙ୍କା ପକାନ୍ତି। ତାହାପରେ ସେଥିରେ ଦହି ପକାନ୍ତି ଆଉ ତାହାକୁ ଗରମ କରିବା ପରେ ସେ ବାହାର କରି ଏକ ବେଲାରେ ରଖି ଦିଅନ୍ତି।ତାହାପରେ ସେହି କଡ଼ାରେ ସାମାନ୍ୟ ତେଲ ପକାନ୍ତି ଆଉ ତେଲ ଗରମ କରନ୍ତି। ତାହାପରେ ସେହି ତେଲ ଭିତରେ ଫୁଟଣ ଆଉ ଜୀରା ପକାଇବା ସହ ତାହାକୁ ଭଲ ଭାବେ
ଫୁଟେଇ ତାହାର ଦମ ଦିଅନ୍ତି ଆଉ ତାହାକୁ ଗରମ ମଧ୍ୟ କରନ୍ତି। ତାହାପରେ ଆପଣ ଦେଖନ୍ତି କି ସେହି ମସଲା ଭଲ ଭାବେ ଫୁଟିବା ପରେ ସେ ତାହା ଭିତରେ ସେହି ଗରମ କରି ରଖା ଯାଇଥିବା ଦହି କଡମାକୁ ପକାଇ ଦିଅନ୍ତି। ତେବେ ତାହାପରେ ତାହାକୁ ସାମାନ୍ୟ ଫୁଟାଇବା ପରେ ତାହାକୁ ବାହାର କରି ରଖି ଦିଅନ୍ତି। ଏହିପରି ଭାବେ ପ୍ରସ୍ତୁତ ହେଇଗଲା ଆପଣଙ୍କର ଦହି ଖଡା ଆମ୍ବିଳ।